Revised Common Lectionary (Semicontinuous)
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
21 “ମନେରଖ, ଅତୀତରେ ତୁମ୍ଭେମାନେ ମିଶରରେ ବିଦେଶୀ ରୂପେ ଥିଲ। ତେଣୁ ତୁମ୍ଭ ଦେଶରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
22 “କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ। 23 ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି। 24 ଏବଂ ଏଥିରେ ଅଧିକ କ୍ରୋଧିତ ହେବି। ମୁଁ ତାକୁ ଏକ ଖଡ଼୍ଗରେ ହତ୍ୟା କରିବି। ଏହା ପରେ ତୁମ୍ଭର ସ୍ତ୍ରୀ ବିଧବା ହେବ ଏବଂ ତୁମ୍ଭର ପିଲାମାନେ ଅନାଥ ହେବେ।
25 “ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ। 26 ଯେବେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତେବେ ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଫେରାଇ ଦେବ। 27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।
ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର
23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।
25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।”(A)
27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା'ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।
31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।
11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।
2010 by World Bible Translation Center