Revised Common Lectionary (Semicontinuous)
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
ଜଣେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କୁ ଶାପ ଦେଲା
10 ଅନନ୍ତର ଜଣେ ମିଶରୀୟ ପୁରୁଷର ଔରସରେ ଇସ୍ରାଏଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇସ୍ରାଏଲ ପୁତ୍ର, ଇସ୍ରାଏଲୀୟମାନଙ୍କ ଛାଉଣି ଭିତରକୁ ଗଲା। ସେ ଛାଉଣିରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା। 11 ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା। 12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିଲେ।
13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 14 “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ। 15 ଆଉ ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ। 16 ଯେକେହି ଆପଣା ସଦାପ୍ରଭୁଙ୍କ ନାମରେ ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହେବ।
17 “ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ। 18 ଯେକେହି କୌଣସି ପଶୁକୁ ହତ୍ୟା କରେ ସେ ମାରିଥିବା ପଶୁର ପ୍ରାଣ ଫେରାଇ ଆଣି ତା'ର କ୍ଷତିପୂରଣ ଦେବ।
19 “ଯଦି କୌଣସି ବ୍ୟକ୍ତି ନିଜ ପ୍ରତିବାସୀକୁ ଆଘାତ କରେ, ତେବେ ସମପରିମାଣର ଆଘାତ ସେହି ଲୋକକୁ ଦିଆଯିବ। 20 କ୍ଷତ ବଦଳରେ କ୍ଷତ, ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ, ମନୁଷ୍ୟ ଶରୀରରେ ଯିଏ ଯେଉଁପରି ଆଘାତ କରିଅଛି ତାହା ପ୍ରତି ସେହି ପ୍ରକାର ଆଘାତ କରାଯିବ। 21 ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ।
22 “ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ୟବସ୍ଥା ହେବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23 ତା'ପରେ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ କହିବାରୁ ସେମାନେ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ
(ଲୂକ 6:37-38,41-42)
7 “ଅନ୍ୟର ବିଗ୍ଭର କର ନାହିଁ, ତା'ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। 2 ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।
3 “ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? 4 ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! 5 ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା'ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା'ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।
6 “କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।
ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ
(ଲୂକ 11:9-13)
7 “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। 8 କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠକ୍ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।
9 “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ
12 “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
2010 by World Bible Translation Center