Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 45:6-17

ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
    ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
    ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
    ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି।
    ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
    ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
    ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।

10 ହେ ରାଜକୁମାରୀ, ଶୁଣ।
    ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11     ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
    ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
    ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

13 ତା’ର ସମସ୍ତ ମହିମାରେ,
    ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
    ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
    ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
    ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
    ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3

ହୋଶେୟ ଗୋମରାଙ୍କୁ କ୍ରୀତଦାସ ରୂପେ ପୁନର୍ବାର କିଣନ୍ତି

ତା’ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”

ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର [a] ବାର୍ଲି ଦେଇ କିଣିଲି। ତା’ପରେ ମୁଁ ତାକୁ କହିଲି, “ତୁମ୍ଭେ ମୋ’ ସହିତ ଗୃହରେ ବହୁ ଦିନ ପର୍ଯ୍ୟନ୍ତ ରହିବ। ତୁମ୍ଭେ ବ୍ୟଭିଗ୍ଭରିଣୀ ପରି ହେବ ନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ୱାମୀ ହେବି।”

ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ। ତା’ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା’ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:23-2:11

23 ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି। 24 ପରମେଶ୍ୱର ଏଥିର ସାକ୍ଷୀ। ମୋ’ କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭେମାନେ ବିଶ୍ୱାସରେ ଦୃଢ଼ କିନ୍ତୁ ଆମ୍ଭେମାନେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ। ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ। ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।

ମନ୍ଦ କରିଥିବା ଲୋକକୁ କ୍ଷମା ଦିଅ

ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି। ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ। ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। 10 ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି। 11 ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center