Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 102:12-28

12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

ରାଜାବଳୀର ଦ୍ୱିତୀୟ ପୁସ୍ତକ 8:1-6

ରାଜା ଓ ଶୁନେମୀୟା

ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।”

ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା। ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା।

ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା।

ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।”

ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”

ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା,

ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା’ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 15:36-41

ପାଉଲ ଓ ବର୍ଣ୍ଣ‌ବ୍‌‌ବା ଅଲଗା ହୋଇଗଲେ

36 ପାଉଲ କିଛି ଦିନ ପରେ ବର୍ଣ୍ଣ‌ବ୍‌‌ବାଙ୍କୁ କହିଲେ, “ଗ୍ଭଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଗ୍ଭର କରିଛୁ, ସେହିସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସେମାନଙ୍କ ଭଲମନ୍ଦ ବୁଝିବା।”

37 ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନଙ୍କୁ ନେବା ପାଇଁ ଗ୍ଭହିଁଲେ। 38 କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗରେ ନ ନେବା ପାଇଁ ଜୋ‌ର୍‌‌ଦେଲେ, କାରଣ ସେ ପୂର୍ବରୁ ପଂଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଗ୍ଭଲି ଆସିଥିଲେ। 39 ଏଥିପାଇଁ ସେମାନଙ୍କ ମଧ୍ୟରେ ଘୋର ମତଭେଦ ହେଲା। ଏହା ଫଳରେ, ପାଉଲ ଓ ବର୍ଣ୍ଣ‌ବ୍‌‌ବା ପରସ୍ପରଠାରୁ ଅଲଗା ହୋଇଗଲେ। ବର୍ଣ୍ଣ‌ବ୍‌‌ବା ମାର୍କଙ୍କୁ ନେଇ ଜଳ ପଥରେ କୂପ୍ର ଉପଦ୍ୱୀପକୁ ଗ୍ଭଲିଗଲେ।

40 ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ। 41 ପାଉଲ ଓ ଶୀଲା ସିରିଆ ଓ କିଲିକିୟା ଦେଶ ଦେଇ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହେବା ପାଇଁ ସାହାଯ୍ୟ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center