Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103:1-13

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
    କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
    କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
    ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
    ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
    ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।

ଗୀତସଂହିତା 103:22

22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
    ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 16:53-63

53 ପରମେଶ୍ୱର କହିଲେ, “ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣକୁ ଓ ଶମରିୟା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣଙ୍କୁ ବିନାଶ କରିବି। ଯିରୁଶାଲମ ମଧ୍ୟ ଧ୍ୱଂସ ହେବ। କିନ୍ତୁ ମୁଁ ସେହି ସମଗ୍ର ନଗର ଓ ଯିରୁଶାଲମକୁ ପୁନର୍ବାର ନିର୍ମାଣ କରିବି। 54 ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ୱନା ଦେଇ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହେବାକୁ ଓ ଦୁଃଖିତ ହେବାକୁ ପଡ଼ିବ। 55 ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ, ଶମରିୟା ଓ ତାହାର କନ୍ୟାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ପୁନଃନିର୍ମିତ ହେବ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫେରି ଆସିବ।”

56 ପରମେଶ୍ୱର କହିଲେ, “ଅତୀତରେ ତୁମ୍ଭେ ତୁମ୍ଭର ଗର୍ବ ହେତୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରି ପାରିବ ନାହିଁ। 57 ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ୟାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣ ଓ ପଲେଷ୍ଟୀୟମାନଙ୍କର କନ୍ୟାଗଣ ତୁମ୍ଭକୁ ତାଚ୍ଛଲ୍ୟ କଲେ। 58 ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ୟ କ୍ରିୟା ଓ ବ୍ୟଭିଗ୍ଭରର ଭାର ବହନ କରିବ।” ଏହା ସଦାପ୍ରଭୁ କହିଛନ୍ତି।

God Remains Faithful

59 ଏଥିପାଇଁ ସଦାପ୍ରଭୁ, ମୋର ପ୍ରଭୁ ଯାହା କହନ୍ତି, “ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ମୁଁ ସେହିପରି ବ୍ୟବହାର କରିବି। 60 କିନ୍ତୁ ତୁମ୍ଭ ସହିତ ଯୌବନାବସ୍ଥାରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭ ପ୍ରତି ମୁଁ ଚିରଦିନ ପାଇଁ ଏକ ନିୟମକୁ ସମର୍ଥନ କରିବି। 61 ସେ ସମୟରେ ତୁମ୍ଭେ ଯେତେବେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ନିଜର ଚରିତ୍ରହୀନତା ଯୋଗୁଁ ଲଜ୍ଜିତା ହେବ। ମୁଁ ସେମାନଙ୍କୁ କନ୍ୟାରୂପେ ତୁମ୍ଭକୁ ଦେବି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ। 62 ଏବଂ ମୁଁ ତୁମ୍ଭ ସହିତ ମୋର ନିୟମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃ‌ଦ୍‌ବୋଧ କରିବ। 63 ତୁମ୍ଭେ ଯାହାସବୁ କରିଅଛ, ଯେତେବେଳେ ମୁଁ ସେସବୁକୁ ସଂଶୋଧନ କରି ଦେବି। ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

ଯୋହନ ଲିଖିତ ସୁସମାଗ୍ଭର 7:53-8:11

(ପ୍ରାଚୀନତମ ଓ ‘ଯୋହନ’ର ସବୁଠାରୁ ଭଲ ଗ୍ରୀକ୍ ପ୍ରତିଗୁଡ଼ିକରେ 7:53 ଠାରୁ 8:11 ପର୍ଯ୍ୟନ୍ତ ପଦ ଗୁଡ଼ିକ ନାହିଁ।)

ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ

53 ତା’ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।

ଯୀଶୁ ଜୀତପର୍ବତକୁ ଗଲେ। ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା’ର ସ୍ୱାମୀ ନୁହେଁ। ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ’ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?”

ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” ତା’ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।

ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। 10 ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ’ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

11 ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

ତା’ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center