Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
12 ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ।
ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ। 13 ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ, 14 ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା। 15 ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ। 16 ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ। 17 “ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ, 18 ତା’ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’
19 “କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ, 20 ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ। 21 ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’ 22 ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।”
2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। 3 ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। 4 ମୁଁ ଯେତେବେଳେ ଶୁଣେ ଯେ ମୋର ପିଲାମାନେ ସତ୍ୟର ମାର୍ଗ ଅନୁସରଣ କରୁଛନ୍ତି, ତାହା ମୋତେ ବିଶେଷ ଆନନ୍ଦ ଦିଏ।
5 ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ। 6 ସେହି ଭାଇମାନେ, ତୁମ୍ଭର ପ୍ରେମ ସମ୍ବନ୍ଧରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସେମାନଙ୍କୁ ସେମାନଙ୍କର ଯାତ୍ରାରେ ସାହାଯ୍ୟ କର। ତୁମ୍ଭେ ସେମାନଙ୍କୁ ଏପରି ସାହାଯ୍ୟ କର, ଯେପରି ତାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ। 7 ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ। 8 ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା।
2010 by World Bible Translation Center