Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ, ତୁମ୍ଭର ପବିତ୍ର ତମ୍ବୁ[a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ। ସେଲା
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ[b] ଭ୍ରମଣ କରନ୍ତି।
17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ବିବେଚନା କର
ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ
ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
18 ସେମାନେ କହନ୍ତି,
‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ
ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ।
ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ
ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’
19 “କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି।
‘ଆମ୍ଭେମାନେ ପ୍ରକୃତରେ ବିନଷ୍ଟ ହୋଇଅଛୁ।
ଆମ୍ଭେମାନେ ବିଶେଷ ଭାବରେ ଲଜ୍ଜିତ,
କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହୋଇଅଛି
ଓ ଆମ୍ଭେମାନେ ଦେଶ ପରିତ୍ୟାଗ କରିଅଛୁ।’”
20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ୟ ଶୁଣ,
ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ୟ ଗ୍ରହଣ କରୁ।
ଆଉ “ତୁମ୍ଭେମାନେ ନିଜ ନିଜ କନ୍ୟାମାନଙ୍କୁ ହାହାକାର କରିବାକୁ
ଓ ପ୍ରତ୍ୟେକ ନିଜ ପ୍ରତିବାସିନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
21 “କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ
ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି।
ଏହା ବାହାରେ ବାଳକମାନଙ୍କୁ
ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”
22 ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ
‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ
ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି
ସେମାନେ କ୍ଷେତ୍ରରେ ପଡ଼ି ରହିବେ।
କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’”
23 ଆଉ ସଦାପ୍ରଭୁ କହନ୍ତି,
“ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ,
ବଳବାନ୍ ଆପଣା ବଳରେ ଦର୍ପ ନ କରୁ
ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।
24 ଯଦି କେହି ଦର୍ପ କରିବ, ତେବେ ସେ ଆମ୍ଭକୁ ଚିହ୍ନେ
ଓ ଜାଣେ ବୋଲି ଦର୍ପ କରୁ।
ଆମ୍ଭେ ସଦାପ୍ରଭୁଙ୍କ ଜଗତରେ ସ୍ନେହ, କରୁଣା ବିଗ୍ଭର
ଓ ଧର୍ମସାଧନ କରୁ,
କାରଣ ସଦାପ୍ରଭୁ କହନ୍ତି
ଏସବୁରେ ଆମ୍ଭର ସନ୍ତୋଷ ଥାଏ।”
25 ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। 26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
ଶେଷ ଶିକ୍ଷା
10 କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। 12 ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। 13 ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।
14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ।
2010 by World Bible Translation Center