Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 84:1-7

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।

84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ, ତୁମ୍ଭର ପବିତ୍ର ତମ୍ବୁ[a] ବାସ୍ତବରେ ସୁନ୍ଦର ଅଟେ।
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
    ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
    ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
    ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
    ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ। ସେଲା

ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
    ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
    ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
    ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
    ଲୋକମାନେ ସହରରୁ ସହରକୁ[b] ଭ୍ରମଣ କରନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9:1-16

ଯେବେ ମୋର ମସ୍ତକ ଜଳମୟ
    ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା,
    ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।

ଆଉ ଯଦି ପଥିକମାନଙ୍କର ବସାପରି
    ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା,
ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି
    ସେମାନଙ୍କଠାରୁ ଦୂରେଇ ଯାଇ ପାରନ୍ତି।
କାରଣ ସେମାନେ ସମସ୍ତେ ବ୍ୟଭିଗ୍ଭରୀ
    ଓ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।

“ପୁଣି ସେମାନେ ଅସତ୍ୟତା ନିମନ୍ତେ
    ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି।
ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି,
    ମାତ୍ର ସତ୍ୟତା ପାଇଁ ନୁହେଁ।
କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି।
    ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।”
    ଏହା ସଦାପ୍ରଭୁ କହନ୍ତି।

“ତୁମ୍ଭେମାନେ ପ୍ରତ୍ୟେକ ପ୍ରତିବାସୀ ପ୍ରତି ସାବଧାନ ହୁଅ
    ଓ କୌଣସି ଭ୍ରାତାକୁ ବିଶ୍ୱାସ କର ନାହିଁ।
କାରଣ ପ୍ରତ୍ୟେକ ଭ୍ରାତା ପ୍ରତାରକ
    ଓ ପ୍ରତ୍ୟେକ ପ୍ରତିବାସୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
ସେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ
    ଓ କେବେ ସତ୍ୟକଥା କହିବେ ନାହିଁ।
ସେମାନେ ମିଥ୍ୟା କହିବାକୁ
    ନିଜ ନିଜ ଜିହ୍ୱାକୁ ଶିଖାଇଅଛନ୍ତି।
ଥକିବା ପର୍ଯ୍ୟନ୍ତ
    ସେମାନେ ମନ୍ଦକର୍ମ କରନ୍ତି।
ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ
    ଓ ପ୍ରବଞ୍ଚନା ଲାଗି ରହେ।”
ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ
    ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”

ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ,
    ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା।
ଆମ୍ଭ ଲୋକମାନେ ପାପ କରିଥିବା ହେତୁ
    ଆଉ ଆମ୍ଭେ କ’ଣ କରି ପାରିବା?
ସେମାନଙ୍କର ଜିହ୍ୱା ପ୍ରାଣନାଶକ ବାଣସ୍ୱରୂପ।
    ତାହା କେବଳ ମିଥ୍ୟା ଓ ପ୍ରବଞ୍ଚନାର କଥା କହେ।
ସେମାନେ ମୁହଁରେ ପ୍ରତିବାସୀ ସହିତ ପ୍ରେମାଳାପ କରନ୍ତି,
    ମାତ୍ର ଅନ୍ତରରେ ସେମାନଙ୍କୁ ବିନାଶ କରିବାକୁ ଯୋଜନା କରନ୍ତି।”
ତେଣୁ ସଦାପ୍ରଭୁ କହନ୍ତି,
    “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା।
ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି
    କ’ଣ ରହିପାରିବା?”

10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ
    ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି।
    ସେମାନଙ୍କ ନିମନ୍ତେ ଶୋକ କରିବି।
କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ।
    କୌଣସି ଲୋକ ଯାତାୟାତ କରିବେ ନାହିଁ।
ପଶୁପଲର ରବ ଶୁଣାଯିବ ନାହିଁ।
    ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।

11 “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି
    ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା।
ଆଉ ଆମ୍ଭେ ଯିହୁଦାର ନଗରସମୂହକୁ
    ନିର୍ଜନ ଧ୍ୱଂସସ୍ଥାନ କରିବା।”

12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ?

13 ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। 14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

15 ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।”

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:1-9

ଶେଷ ଦିନଗୁଡ଼ିକରେ

ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା'ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।

ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center