Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 57

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।

57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
    ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
    ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
    ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
    ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି। ସେଲା

ମୋର ଜୀବନ ସଙ୍କଟପୂର୍ଣ୍ଣ।
    ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
    ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
    ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।

ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
    ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
    ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
    କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି। ସେଲା

ମୋର ହୃଦୟ ସ୍ଥିର ଅଟେ।
    ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
    ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
ଜାଗ୍ରତ ହୁଅ, ହେ ମୋର ପ୍ରାଣ, ଜାଗ୍ରତ ହୁଅ!
    ନେବଲ ଓ ବୀଣା, ଜାଗ୍ରତ ହୁଅ!
    ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
    ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
    ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
    ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 25:36-42

ନାବଲର ମୃତ୍ୟୁ

36 ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା'ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ। 37 ତା’ ପରଦିନ ସକାଳେ ତା'ର ନିଶା କମିଲା ପରେ ତା'ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା'ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା'ର ହୃ‌‌ତ୍‌‌କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା। 38 ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।

39 ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।”

ତା'ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ। 40 ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।”

41 ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।”

42 ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ।

ଲୂକ ଲିଖିତ ସୁସମାଗ୍ଭର 22:39-46

ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ

(ମାଥିଉ 26:36-46; ମାର୍କ 14:32-42)

39 ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ। 40 ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।”

41 ତା'ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ, 42 “ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’[a] ମୋ'ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।” 43 ତା'ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା। 44 ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା। 45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା। 46 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center