Revised Common Lectionary (Complementary)
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
ଅଶୂରର ରାଜାର ପୁନର୍ବାର ହିଜକିୟଙ୍କୁ ସତର୍କ ବାଣୀ
8 ଅନନ୍ତର ଅଶୂରୀୟ ରାଜା ଲାଖୀଶ୍କୁ ପ୍ରସ୍ଥାନ କରିଛି ବୋଲି ରବ୍ଶାକି ଶୁଣି ଫେରିଗଲା ଓ ଲିବ୍ନା ବିରୁଦ୍ଧରେ ତାକୁ ଯୁଦ୍ଧ କରୁଥିବାର ଦେଖିଲା। 9 ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି ଜନରବ ଶୁଣିଲା, “ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।”
ତେଣୁ ଅଶୂରର ରାଜା ପୁନର୍ବାର ହିଜକିୟ ନିକଟକୁ ଦୂତମାନଙ୍କୁ ପଠାଇ କହିଲା। 10 “ତୁମ୍ଭେମାନେ ଯିହୁଦାର ରାଜା ହିଜକିୟଙ୍କୁ ଏହିକଥା କହିବ,
‘ତୁମ୍ଭର ପରମେଶ୍ୱର ଯାହାଙ୍କୁ ବିଶ୍ୱାସ କର ତୁମ୍ଭମାନଙ୍କୁ କଥାରେ ଭୁଲ୍ ବାଟରେ ନ ନିଅନ୍ତୁ, ଯିରୁଶାଲମ ଅଶୂରୀୟ ରାଜାଙ୍କ ଦ୍ୱାରା ଅଧିକୃତ ହେବ ନାହିଁ। 11 ଦେଖ, ତୁମ୍ଭେମାନେ ମଧ୍ୟ ଶୁଣିଅଛ ଯେ, ଅଶୂରୀୟ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଅଛନ୍ତି। ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ନା! 12 ଆଉ ମଧ୍ୟ ମୋର ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସେମାନଙ୍କର ଦେବତାଗଣ ସେମାନଙ୍କୁ ଉଦ୍ଧାର କରି ପାରିଲେ ନାହିଁ? 13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବୟିମ, ହେନା ଓ ଅବ୍ବାର ରାଜଗଣ? ସେମାନେ ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି।’”
ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି
14 ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ। 15 ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ଏ ସମଗ୍ର ବିଶ୍ୱର ପରମେଶ୍ୱର ଅଟ। ଆଉ ମଧ୍ୟ ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 16 ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ। 17 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶକୁ ଧ୍ୱଂସ କରିଅଛନ୍ତି। 18 ଅଶୂରର ରାଜାମାନେ ସେମାନଙ୍କ ଜାତିର ଦେବତାଗୁଡ଼ିକୁ ଅଗ୍ନିରେ ଦଗ୍ଧିଭୂତ କଲେ। ଅବଶ୍ୟ ସେମାନେ ପ୍ରକୃତ ଦେବତାଗଣ ନ ଥିଲେ। ମନୁଷ୍ୟକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସେହି ରାଜାମାନେ ସେଗୁଡ଼ିକୁ ବିନାଶ କଲେ। 19 ତେଣୁ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
ହିଜକିୟଙ୍କୁ ସଦାପ୍ରଭୁଙ୍କର ଉତ୍ତର
20 ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।
ଅଶୂରୀୟ ସୈନ୍ୟବାହିନୀ ବିନାଶ ହୁଅନ୍ତି
35 ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ।
36 ତେଣୁ ଅଶୂରର ରାଜା ସନ୍ହେରୀବ୍ ପ୍ରସ୍ଥାନ କଲା ଓ ନୀନିବୀରେ ଅବସ୍ଥାନ କଲା। 37 ଏକଦା ସନ୍ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ରମ୍ମେଲକ ଓ ଶରେତ୍ସର ତାହାକୁ ଖଡ଼୍ଗରେ ବଧ କଲେ। ତା'ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା।
ପର୍ଗମ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
12 “ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ:
“ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାରଯୁକ୍ତ ଖଡ଼୍ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି।
13 “ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ'ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।
14 “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା। 15 ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି। 16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖଡ଼୍ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
17 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
“ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା[a] ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”
ଥୁୟତୀରା ମଣ୍ଡଳୀକୁ ଯୀଶୁଙ୍କର ପତ୍ର
18 “ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି:
19 “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। 20 କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା'ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟଦ୍ବକ୍ତ୍ରୀ ବୋଲି କହେ। ସେ ତା'ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି। 21 ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।
22 “ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇ ଦେବି। ତା'ସହିତ ଯେଉଁମାନେ ବ୍ୟଭିଗ୍ଭର ପାପକର୍ମ କରିବେ, ସେମାନେ ମଧ୍ୟ କଷ୍ଟ ଭୋଗିବେ। ସେମାନେ ଯଦି ତା'ର ମନ୍ଦକାର୍ଯ୍ୟରୁ ନିଜକୁ ଫେରାଇ ନ ଆଣିବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି। 23 ମୁଁ ତା'ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।
24 “କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା'ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। 25 ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।
26 “ଯେ ବିଜୟୀ ହୁଏ ଓ ଶେଷପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି। 27 “ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।”(A)
28 ମୁଁ ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି। 29 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
2010 by World Bible Translation Center