Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।
76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
2 ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
3 ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖଡ଼୍ଗ
ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ସେଲା
4 ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
5 ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
6 ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
7 ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି। ସେଲା
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ[a] ଶକ୍ତିଶାଳୀ ହୁଅନ୍ତୁ।
11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
ମିଶର ବିପକ୍ଷରେ ବାର୍ତ୍ତା
29 ଦଶମ ବର୍ଷର ଦଶମ ମାସର ଦ୍ୱାଦଶ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧରେ ଓ ସମୁଦାୟ ମିଶର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। 3 ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ।
ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ।
ତୁମ୍ଭେ କହିଅଛ, “ଏ ନଦୀ ମୋର,
ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”
4-5 “‘ମାତ୍ର ମୁଁ ତୁମ୍ଭ ମାଢ଼ିରେ ଅଙ୍କୁଶ ଦେବି
ଓ ତୁମ୍ଭ ସ୍ରୋତ ସମୂହର ମତ୍ସ୍ୟ ସକଳକୁ ତୁମ୍ଭ ଦେହର କାତିରେ ଲଗାଇବି।
ଆଉ ସେହି ସ୍ରୋତ ସମୂହ ମଧ୍ୟରୁ ତୁମ୍ଭକୁ
ଓ ତୁମ୍ଭ କାତିରେ ଲାଗିଥିବା ସମସ୍ତ ମତ୍ସ୍ୟଙ୍କୁ ବାହାର କରି ଉପରକୁ ଆଣିବା।
ତୁମ୍ଭକୁ ଓ ସମସ୍ତ ମତ୍ସ୍ୟଙ୍କୁ ପ୍ରାନ୍ତରରେ ଛାଡ଼ି ଦେବି
ଓ ତୁମ୍ଭେ ପଦାରେ ପଡ଼ିରହିବ।
ତୁମ୍ଭକୁ କେହି ସଂଗ୍ରହ କରିବେ ନାହିଁ ଓ କବର ଦେବେ ନାହିଁ।
ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖେଚରମାନଙ୍କର ଖାଦ୍ୟ ହେବ।
6 ତେଣୁ ମୁଁ ଯେ ସଦାପ୍ରଭୁ ଅଟେ
ଏହା ମିଶର ନିବାସୀ ସମସ୍ତେ ଜାଣିବେ।
“‘କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି
ଏକ ନାଳର ଆଶାବାଡ଼ି ହୋଇଅଛନ୍ତି।
7 ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ,
ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ।
ଆଉ ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ
ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।’”
8 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“ଦେଖ ମୁଁ ତୁମ୍ଭ ବିରୁଦ୍ଧରେ ଖଡ଼୍ଗ ଆଣିବି
ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ତଥା ପଶୁମାନଙ୍କୁ ବିନାଶ କରିବି।
9 ପୁଣି ମିଶର ଧ୍ୱଂସପ୍ରାପ୍ତ ହୋଇ ଶୂନ୍ୟସ୍ଥାନ ହେବ।
ତାହାହେଲେ ସେମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଅଟେ।”
ସେ ପୁଣି କହିଲେ, “ଏହା କାହିଁକି ଘଟିବ? କାରଣ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’ 10 ତେଣୁ ମୁଁ (ପରମେଶ୍ୱର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ସମଗ୍ର ମିଶର ଦେଶକୁ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବି। 11 କୌଣସି ମନୁଷ୍ୟ କିମ୍ବା ପଶୁ ତୁମ୍ଭ ଦେଶ ମଧ୍ୟରେ ଯାତାୟାତ କରିବେ ନାହିଁ। ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମିଶର ଅପ୍ରତିଷ୍ଠିତ ହୋଇ ରହିବ। 12 ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମୁଁ ମିଶରକୁ ଅନ୍ୟାନ୍ୟ ଜନଶୂନ୍ୟ ଦେଶମାନଙ୍କ ମଧ୍ୟରେ ଏକ ଜନଶୂନ୍ୟ ରାଷ୍ଟ୍ର କରି ଦେବି ଏବଂ ଏହାର ନଗରଗୁଡ଼ିକରେ ଅନ୍ୟାନ୍ୟ ଭଗ୍ନ ନଗର ପରି ଭଗ୍ନାବଶେଷ ରହିଯିବ। ମୁଁ ମିଶରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି।”
ସପ୍ତମ ତୂରୀ
15 ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ,
“ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା।
ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”
16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। 17 ସେହି ପ୍ରାଚୀନମାନେ କହିଲେ:
“ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ।
ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ।
ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ,
ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।
18 ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ,
କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ,
ମୃତମାନଙ୍କର ବିଗ୍ଭର ସମୟ ଆସିଛି;
ତୁମ୍ଭ ସେବକମାନଙ୍କୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି,
ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି।
ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”
19 ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।
2010 by World Bible Translation Center