Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 21-22

ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର

21 ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ। ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।”

ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।”

ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।

ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?”

ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା’ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”

ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”

ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ। ସେହି ପତ୍ରରେ ସେ ଏହା ଲେଖିଥିଲେ:

“ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ। 10 ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା’ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।”

11 ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ। 12 ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ। 13 ତା’ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ। 14 ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।”

15 ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା’ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।” 16 ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ।

17 ଏହି ସମୟରେ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା: 18 “ଶମରିୟାର ବାସିନ୍ଦା ଇସ୍ରାଏଲର ରାଜା ଆହାବ ନିକଟକୁ ଯାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି; ସେ ତା’ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ଯାଇଛି। 19 ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, ‘ତୁମ୍ଭେ ନାବୋତକୁ ହତ୍ୟା କରିଛ ଓ ତା’ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଅଛି, ଯେଉଁ ସ୍ଥାନରେ ନାବୋତର ମୃତ୍ୟୁ ହୋଇଛି, ସେହି ସ୍ଥାନରେ ତୁମ୍ଭର ମୃତ୍ୟୁ ହେବ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନରେ ଗ୍ଭଟି ଖାଇଥିଲେ, ସେହି ସ୍ଥାନରେ ତୁମ୍ଭର ରକ୍ତ ମଧ୍ୟ ଗ୍ଭଟିବେ।’”

20 ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।”

ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ। 21 ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି। 22 ତୁମ୍ଭ ପରିବାରର ଭାଗ୍ୟ ସେହି ଭଳି ହେବ, ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଅଛ।’ 23 ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ। 24 ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।’”

25 ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ। 26 ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ।

27 ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

28 ସଦାପ୍ରଭୁଙ୍କର ଏହି ବାକ୍ୟ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ଉପସ୍ଥିତ ହେଲା, 29 “ଆହାବ ତା’ର କୁକର୍ମ ବିଷୟରେ ଅନୁତାପ କରି ମୋ’ ସମ୍ମୁଖରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହେତୁ ମୁଁ ବର୍ତ୍ତମାନ ତା’ର ଜୀବନରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା’ର ପୁତ୍ର ରାଜା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ଏବଂ ତା’ପରେ ତା’ର ପରିବାର ପ୍ରତି ବିପର୍ଯ୍ୟୟ ଆଣିବି।”

ମୀଖାୟ ଆହାବଙ୍କୁ ସତର୍କ କରନ୍ତି

22 ଅନନ୍ତର ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଅରାମ ମଧ୍ୟରେ ଶାନ୍ତି ବିରାଜମାନ କଲା। ତତ୍ପରେ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଆହାବଙ୍କୁ ସାକ୍ଷାତ କରିବାକୁ ଆସିଲେ।

ଏହି ସମୟରେ ଆହାବ ତାଙ୍କର ଅଧିକାରୀମାନଙ୍କୁ କହିଲେ, “ରାମୋତ୍ ଗିଲିୟଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭେମାନେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭେମାନେ ନୀରବରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫେରାଇ ନେଇ ନାହୁଁ।” ତେଣୁ ଆହାବ ଯିହୋଶାଫ‌ଟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ମୋ’ ସହିତ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯାଉଛ?”

ଯିହୋଶାଫଟ୍ କହିଲେ, “ହଁ, ମୁଁ ଯୁଦ୍ଧରେ ଯୋଗ ଦେବି। ମୋର ସୈନ୍ୟବାହିନୀ ଓ ଅଶ୍ୱାରୋହୀ ତୁମ୍ଭ ସହିତ ଯୁଦ୍ଧରେ ଯୋଗ ଦେବେ। କିନ୍ତୁ ମୁଁ ବିନୟ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ୟ ପଗ୍ଭରିବା।”

ତେଣୁ ଆହାବ 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?”

ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”

କିନ୍ତୁ ଯିହୋଶାଫଟ୍ କହିଲେ, “ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି କି? ଯଦି ସେଠାରେ ଅଛନ୍ତି, ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କର ବାକ୍ୟ ପଗ୍ଭରନ୍ତୁ।”

ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।”

ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”

ତେଣୁ ରାଜା ଆହାବ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, “ଇମ୍ଳର ପୁତ୍ର ମୀଖାୟଙ୍କୁ ଶୀଘ୍ର ଆଣ।”

10 ସେହି ସମୟରେ ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିୟାର ପ୍ରବେଶଦ୍ୱାର ନିକଟବର୍ତ୍ତୀ ମଲୋରେ ନିଜ ନିଜ ସିଂହାସନରେ ବସିଥିଲେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରୁଥିଲେ। 11 କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’” 12 ଅନ୍ୟ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ତାଙ୍କ ସହିତ ଏକମତ ହୋଇ କହିଲେ, “ରାମୋତ୍-ଗିଲିୟ‌ଦ୍‌କୁ ଯାଅ ଓ ଅରାମୀୟ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧରେ ଜୟଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତରେ ସେମାନଙ୍କୁ ପରାସ୍ତ କରାଇବେ।”

13 ଏହି ସମୟରେ ଆହାବଙ୍କ ଅଧିକାରୀ ମୀଖାୟଙ୍କ ନିକଟକୁ ଯାଇ କହିଲା, “ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନୟ କରୁଛି ତୁମ୍ଭେ ସେମାନଙ୍କ ପରି ମଙ୍ଗଳର ବାକ୍ୟ ରାଜାଙ୍କ ସପକ୍ଷରେ କୁହ।”

14 ତହୁଁ ମୀଖାୟ କହିଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।”

15 ତା’ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?”

ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।”

16 ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”

17 ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”

18 ଆହାବ ଯିହୋଶାଫ‌ଟଙ୍କୁ କହିଲେ, “ଦେଖ, ମୁଁ କ’ଣ କହି ନ ଥିଲି, ମୀଖାୟ କେବେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ୟ‌ଦ୍‌ବାଣୀ ମୋ’ ବିଷୟରେ କରିବ ନାହିଁ।”

19 ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି। 20 ସଦାପ୍ରଭୁ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ରାଜା ଆହାବକୁ କୁମନ୍ତ୍ରଣା ଦେବାକୁ ଯିବ, ସେ ଯେପରି ରାମୋତ୍-ଗିଲିୟ‌ଦ୍‌କୁ ଯାଇ ଅରାମୀୟ ବିରୁଦ୍ଧରେ ଯୁଦ୍ଧ କରି ମୃତ୍ୟୁବରଣ କରିବ।’ ଏଥିରେ କେହି ସ୍ୱର୍ଗଦୂତଗଣ ଏକମତ ହେଲେ ନାହିଁ, ସେମାନଙ୍କର କ’ଣ କରିବା ଉଚିତ୍। 21 ତା’ପରେ ଜଣେ ସ୍ୱର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ କହିଲା, ‘ମୁଁ ତା’ ପ୍ରତି ପ୍ରତାରଣା କରିବି।’ 22 ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’”

23 ମୀଖାୟ ଶେଷରେ କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ମିଥ୍ୟା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ଼ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।”

24 ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”

25 ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।”

26 ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ। 27 ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।”

28 ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”

ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ

29 ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟ‌ଦ୍‌କୁ ଗଲେ। 30 ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।

31 ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” 32 ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫ‌ଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। 33 ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।

34 ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”

35 ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଳାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। 36 ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।

37 ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। 38 ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।

39 ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। 40 ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।

ଯିହୁଦାର ରାଜା ଯିହୋଶାଫଟ୍

41 ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦାର ରାଜା ହେଲେ। 42 ଯିହୋଶାଫଟ୍ ପଞ୍ଚତିରିଶ୍ ବର୍ଷ ବୟସରେ ରାଜା ହେଲେ ଓ ସେ ପଚିଶ୍ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ୟା। 43 ଯିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ନାହିଁ। ସେ ସମୟରେ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।

44 ପୁଣି ଯିହୋଶାଫଟ୍ ଇସ୍ରାଏଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ। 45 ଯିହୋଶାଫଟ୍ ଅତି ସାହସୀ ଥିଲେ ଓ ସେ ବହୁ ଯୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।

46 ଯିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ୟାମାନେ ଥିଲେ ସେମାନଙ୍କୁ ସେ ଦେଶରୁ ତଡ଼ି ଦେଲେ।

47 ସେହି ସମୟରେ ଇଦୋମରେ କେହି ରାଜା ନ ଥିଲେ। ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରତିନିଧି ତା’ର ଶାସନ ଚଳାଇଲେ।

48 ଯିହୋଶାଫଟ୍ ଓଫୀରକୁ ଯାଇ ସୁନା ଆଣିବା ସକାଶେ ତର୍ଶୀଶର କେତେକ ବାଣିଜ୍ୟ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲା ନାହିଁ। କାରଣ ସେହି ଜାହାଜଗୁଡ଼ିକ ଇ‌ତ୍‌ସିୟୋନ୍ ଗେବରରେ ଭାଙ୍ଗିଗଲା। 49 ଇସ୍ରାଏଲର ରାଜା ଆହାବଙ୍କ ପୁତ୍ର ଅହସିୟ ଯିହୋଶାଫ‌ଟଙ୍କୁ କହିଲେ, ମୋର ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜରେ ଯିବେ, ମାତ୍ର ଯିହୋଶାଫଟ୍ ଏଥିରେ ରାଜି ହେଲେ ନାହିଁ।

50 ଯିହୋଶାଫ‌ଟଙ୍କ ମୃତ୍ୟୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବରପ୍ରାପ୍ତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ୍ ରାଜା ହେଲେ।

ଇସ୍ରାଏଲର ରାଜା ଅହସିୟ

51 ଯିହୁଦାର ରାଜା ଯିହୋଶାଫ‌ଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ। 52 ଅହସିୟ ଆପଣା ପିତା ଆହାବ, ମାତା ଇଷେବଲ ଓ ନବାଟଙ୍କ ପୁତ୍ର ଯାରବିୟାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। 53 ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବା‌ଲ୍‌ର ଉପାସନା ଓ ସେବା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା’ ଉପରେ କ୍ରୋଧ କଲେ, ଯେପରି ତା’ର ପିତାଙ୍କ ଉପରେ କରିଥିଲେ।

ଲୂକ ଲିଖିତ ସୁସମାଗ୍ଭର 23:26-56

ଯୀଶୁ କ୍ରୁଶରେ ହତ ହେଲେ(A)

26 ସୈନ୍ୟମାନେ ଯୀଶୁଙ୍କୁ ମାରିଦେବା ପାଇଁ ନେଇଗଲେ। ଠିକ୍ ସେହି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫେରି ନଗର ଭିତରକୁ ଆସୁଥିଲା। ତା’ର ନାମ ଥିଲା ଶିମୋନ। ଶିମୋନ କୁରୀଣ ନଗରର ଲୋକ ଥିଲା। ସୈନ୍ୟମାନେ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ଯିବାକୁ ଶିମୋନକୁ ବାଧ୍ୟ କଲେ।

27 ବହୁ ସଂଖ୍ୟାରେ ଲୋକେ ଯୀଶୁଙ୍କ ପଛେ ପଛେ ଗଲେ। କେତେକ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସେମାନେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ। 28 କିନ୍ତୁ ଯୀଶୁ ବୁଲିପଡ଼ି ସେହି ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ଯିରୁଶାଲମର ନାରୀଗଣ! ମୋ’ ପାଇଁ କାନ୍ଦ ନାହିଁ। ତୁମ୍ଭେମାନେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ। 29 ଏବେ ସମୟ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାନ୍ତି, ସେମାନେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ୟା, ସେମାନେ ଧନ୍ୟ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦେଇ ନାହାନ୍ତି ଏବଂ ତାହାଙ୍କର ଯତ୍ନ ନେଇ ନାହାନ୍ତି, ସେମାନେ ଧନ୍ୟ।’ 30 ତା’ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ଼୍, ଲୋକେ ପାହାଡ଼କୁ କହିବେ, ‘ଆମ୍ଭକୁ ଘୋଡ଼େଇ ଦିଅ।’ [a] 31 ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?” [b]

32 ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆ ଯାଉଥିଲା। 33 ‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ।

34 ଯୀଶୁ କହିଲେ, “ହେ ପରମପିତା, ଯେଉଁ ଲୋକମାନେ ମୋତେ ହତ୍ୟା କରୁଛନ୍ତି, ସେମାନଙ୍କୁ କ୍ଷମା କର। କାରଣ ସେମାନେ କ’ଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ।” [c]

ସୈନ୍ୟମାନେ ଗୁଲିବାଣ୍ଟ ସାହାଯ୍ୟରେ ଯୀଶୁଙ୍କ ପୋଷାକ ବାଣ୍ଟି ନେଲେ। 35 ଲୋକମାନେ ସେଠାରେ ଠିଆ ହୋଇ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସେମାନେ କହୁଥିଲେ, “ଯଦି ସେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?”

36 ଏପରିକି ସୈନ୍ୟମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସେମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ। 37 ସୈନ୍ୟମାନେ କହିଲେ, “ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତେବେ ନିଜକୁ ରକ୍ଷା କର।” 38 କ୍ରୁଶରେ ଉପରି ଭାଗରେ ଲେଖା ଯାଇଥିଲା: “ ଏ ଯିହୂଦୀମାନଙ୍କର ରାଜା।”

39 ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦା କରି କହିବାକୁ ଲାଗିଲା, “ତୁମ୍ଭେ କ’ଣ ଖ୍ରୀଷ୍ଟ ନୁହଁ? ତେବେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ୟ ରକ୍ଷା କର।”

40 କିନ୍ତୁ ଅନ୍ୟ ଅପରାଧୀଟି ତାହାକୁ ଗାଳି କରି କହିଲା, “ତୁ କ’ଣ ପରମେଶ୍ୱରଙ୍କୁ ମଧ୍ୟ ଭୟ କରୁ ନାହୁଁ? ଆମ୍ଭେମାନେ ଖୁବ୍ ଶୀଘ୍ର ମରିବାକୁ ଯାଉଛୁ। 41 ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ୟ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।” 42 ତା’ପରେ ସେହି ଅପରାଧୀଟି ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତେବେଳେ ମୋତେ ମନେ ପକାଇବେ।”

43 ଯୀଶୁ ତାହାକୁ କହିଲେ, “ଶୁଣ, ମୁଁ ଯାହା କହୁଛି ତାହା ସତ୍ୟ। ଆଜି ତୁମ୍ଭେ ମୋ’ ସହିତ ପାରାଦୀଶରେ [d] ପ୍ରବେଶ କରିବ।”

ଯୀଶୁଙ୍କ ପ୍ରାଣତ୍ୟାଗ(B)

44 ସେତେବେଳେ ପ୍ରାୟ ଦିନ ଦ୍ୱିପ୍ରହର ହୋଇଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇଗଲା। 45 ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା। 46 ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ।

47 ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”

48 ଅନେକ ଲୋକ ଏହି ଘଟଣା ଦେଖିବାକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସେମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶେଷରେ ସେମାନେ ଫେରିଗଲେ। 49 ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସେଠାରେ ଉପସ୍ଥିତ ଥିଲେ। ତା’ଛଡ଼ା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନେକ ସ୍ତ୍ରୀ ଲୋକ ସେଠାରେ ଥିଲେ। ସେମାନେ କ୍ରୁଶଠାରୁ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ।

ହାରାମାଥୀୟାର ଯୋଷେଫ(C)

50-51 ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ। 52 ଯୋଷେଫ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ଯୋଷେଫ ସେଥିପାଇଁ ଅନୁମତି ଦେଲେ। 53 ତେଣୁ ଯୋଷେଫ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗାରେ ସେ ଘୋଡ଼ାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନେଇ ପାହାଡ଼ କାନ୍ଥରେ ଖୋଳା ହୋଇଥିବା ଓ ପୂର୍ବରୁ କେବେ ବ୍ୟବହୃତ ହୋଇ ନ ଥିବା କବର ମଧ୍ୟରେ ରଖିଲେ। 54 ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା।

55 ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସେମାନେ ଯୋଷେଫ ପଛେ ପଛେ ଗଲେ। ସେମାନେ ଯାଇ କବରଟି ଦେଖିଲେ। । ଭିତରେ ଯେଉଁ ସ୍ଥାନରେ ଶରୀରଟି ରଖାଗଲା, ସେହି ସ୍ଥାନଟି ମଧ୍ୟ ସେମାନେ ଦେଖିଲେ। 56 ତା’ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ।

ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ।

Oriya Bible: Easy-to-Read Version (ERV-OR)

2010 by World Bible Translation Center