Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 13:23-35

23 ଜଣେ କେହି ଯୀଶୁଙ୍କୁ କହିଲା, “ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ’ଣ ଅଳ୍ପ ଲୋକ?”

24 ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। 25 ଯଦି ଜଣେ ଲୋକ ତା’ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ 26 ତା’ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ 27 ତା’ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’

28 “ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ। 29 ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ। 30 କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।”

ଯିରୁଶାଲମରେ ଯୀଶୁଙ୍କର ମୃତ୍ୟୁ ହେବ(A)

31 ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।”

32 ଯୀଶୁ ସେମାନଙ୍କୁ କହିଲେ, “ଯାଅ, ସେହି କୋକିଶିଆଳିକୁ କୁହ, ‘ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦେହରୁ ଭୂତମାନଙ୍କୁ ତଡ଼ି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା’ ପରଦିନ ମୋର କାମ ସରିଯିବ। 33 କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା’ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଯିରୁଶାଲମରେ ମରନ୍ତି।

34 “ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା’ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ। 35 ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’ [a], ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center