Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 9:37-62

ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ(A)

37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”

41 ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା’ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”

42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ(B)

ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। 44 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।” 45 କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ।

ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(C)

46 ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଯେ, ସେମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? 47 ଯୀଶୁ ସେମାନଙ୍କର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ ଛୋଟ ପିଲାକୁ ନିଜ ପାଖରେ ଠିଆ କରାଇଲେ। 48 ସେ ଶିଷ୍ୟମାନଙ୍କୁ କହିଲେ, “ଯଦି କୌଣସି ଲୋକ ଏହିଭଳି ଛୋଟ ପିଲାକୁ ମୋ’ ନାମରେ ଗ୍ରହଣ କରେ, ତାହାହେଲେ ସେ ମୋତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ରେଷ୍ଠ।”

ଯେଉଁ ଲୋକ ତୁମ୍ଭର ବିପକ୍ଷ ନୁହେଁ ସେ ତୁମ୍ଭର ସପକ୍ଷ(D)

49 ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।”

50 ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, “ତାକୁ ମନା କର ନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷରେ ନାହାନ୍ତି, ସେହିଁ ତୁମ୍ଭ ସପକ୍ଷର ଲୋକ।”

ଗୋଟିଏ ଶମିରୋଣୀୟ ନଗର

51 ଯୀଶୁ ଜଗତ ଛାଡ଼ି ସ୍ୱର୍ଗକୁ ଫେରିଯିବାର ସମୟ ପାଖେଇ ଆସୁଥିଲା। ଯୀଶୁ ଯିରୁଶାଲମ ଯିବାକୁ ସ୍ଥିର କଲେ। 52 ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ। 53 କିନ୍ତୁ ଯୀଶୁ ଯିରୁଶାଲମକୁ ଯାଉଥିବାର ଦେଖି ସେଠାକାର ଲୋକ ତାହାଙ୍କୁ ସ୍ୱାଗତ କଲେ ନାହିଁ। 54 ଯୀଶୁଙ୍କ ଶିଷ୍ୟ ଯାକୁବ ଓ ଯୋହନ ଏହା ଦେଖିଲେ। ସେମାନେ କହିଲେ, “ପ୍ରଭୁ ସ୍ୱର୍ଗରୁ ଅଗ୍ନି ବର୍ଷା କରି ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ ଆମ୍ଭେ ଆଦେଶ ଦେବୁ ବୋଲି କ’ଣ ଆପଣ ଗ୍ଭହୁଁଛନ୍ତି?” [a]

55 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ। [b] 56 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଅନ୍ୟ ଗାଁକୁ ଗ୍ଭଲିଗଲେ।

ଯୀଶୁଙ୍କୁ ଅନୁସରଣ(E)

57 ସେମାନେ ରାସ୍ତାରେ ଆଗେଇ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।”

58 ଯୀଶୁ ତାହାକୁ କହିଲେ, “କୋକିଶିଆଳିର ରହିବା ପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।”

59 ତା’ପରେ ଯୀଶୁ ଆଉ ଜଣକୁ କହିଲେ, “ମୋର ଅନୁସରଣ କର।”

କିନ୍ତୁ ସେହି ଲୋକଟି କହିଲା, “ପ୍ରଭୁ, ମୋତେ ପ୍ରଥମେ ଯାଇ ମୋ’ ବାପାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।”

60 କିନ୍ତୁ ଯୀଶୁ ତାହାକୁ କହିଲେ, “ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦେବେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଗ୍ଭର କର।”

61 ଆଉ ଜଣେ ଲୋକ କହିଲା, “ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମୋତେ ମୋ’ ପରିବାର ଲୋକଙ୍କଠାରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ।”

62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦେଇ ପଛକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center