M’Cheyne Bible Reading Plan
ଶାଉଲଙ୍କର ପରିବାର ଦଣ୍ତିତ ହେଲେ
21 ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା’ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।” 2 ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।
ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ। 3 ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”
4 ତହିଁରେ ଗିବିୟୋନୀୟମାନେ ରାଜାଙ୍କୁ କହିଲେ, “ଆମ୍ଭମାନଙ୍କୁ କ୍ଷତି ପୂରଣ ଦେବା ପାଇଁ କିମ୍ବା ତାଙ୍କ ବଂଶରେ ଯଥେଷ୍ଟ ସୁନା କି ରୂପା ନାହିଁ। କିନ୍ତୁ ଇସ୍ରାଏଲରେ କାହାକୁ ହତ୍ୟା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।”
ତା’ପରେ ସେ କହିଲେ, “ତୁମ୍ଭେମାନେ ଯାହା ଗ୍ଭହିଁବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
5 ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରୁଦ୍ଧରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନ ରହୁ ଓ ସେଠାରୁ ବିତାଡ଼ିତ ହେଉ। 6 ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ। ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲଙ୍କର ଗିବିୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।”
ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।” 7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା। 8 କିନ୍ତୁ ସେ ସେମାନଙ୍କୁ ଶାଉଲର ଦୁଇ ପୁତ୍ର ଅମୌଣି ଓ ମଫୀବୋଶତ୍କୁ ଦେଲେ, ଯାହାର ମାତା ଅୟାର କନ୍ୟା ରିସ୍ପା ଥିଲେ। ସେ ମଧ୍ୟ ସେମାନଙ୍କୁ ମେରାବଙ୍କର ପାଞ୍ଚପୁତ୍ର ଦେଲେ। ମେରାବ ଦାଉଦଙ୍କର କନ୍ୟା ଯିଏ କି ମହୋଲ୍ଲାର ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲକୁ ବିବାହ କରିଥିଲେ। 9 ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।
ଦାଉଦ ଏବଂ ରିସ୍ପା
10 ବର୍ତ୍ତମାନ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଅମଳ ଋତୁର ଆରମ୍ଭରୁ ବର୍ଷା ହେବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସେହି ଶରୀରଗୁଡ଼ିକୁ ଜଗିବାକୁ ସେଠାରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ।
11 ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା। 12 ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ। 13 ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। 14 ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।
ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ
15 ଏହା ପରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଳାନ୍ତ ହେଲେ। 16 ସେ ସମୟ ଇଶ୍ବୀବନୋବ୍ ନାମରେ ତିନିଶ ଶେକଲ ପରିମିତି ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶ ଜାତ ଜଣେ ନୂତନ ଖଡ଼୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା। 17 ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା।
ସେତେବେଳେ ଦାଉଦଙ୍କର ଲୋକମାନେ ତାହାଙ୍କ ନିକଟରେ ଶପଥ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ, ଇସ୍ରାଏଲ ଏକ ମହାନ ନେତାଙ୍କୁ ହରାଇବ।”
18 ଏହା ପରେ ପୁଣି ଥରେ ଗୋବରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
19 ଏହା ପରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବରେ ଯୁଦ୍ଧ ହେଲା। ସେଥିରେ ବୈଥ୍ଲେହମୀୟ ଯାରେ-ଓରଗୀମର ପୁତ୍ର ଇଲ୍ହାନନ୍ ତନ୍ତି ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲିୟାତକୁ ବଧ କଲା।
20 ଏହା ପରେ ପୁଣି ଥରେ ଗାଥ୍ରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। 21 ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।
22 ଏହି ଗ୍ଭରିଜଣ ଗାଥ୍ରେ ଦୀର୍ଘକାୟ ବଂଶରେ ଜନ୍ମି ଥିଲେ, ଏବଂ ସେମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଲୋକମାନଙ୍କ ହସ୍ତରେ ହତ ହେଲେ।
1 ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। 2 ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ [a] ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି।
3 ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। 4 ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ। 5 ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍।
ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର
6 ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ। 7 ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। 8 କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା’ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର। 9 ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା’ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।
10 ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।
ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର
11 ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। 12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।
13 ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। 14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।
15 କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। 16 ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। 17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା’ପରେ ଦମ୍ମେସକ ନଗରକୁ ଫେରିଗଲି।
18 ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତର [b]ଙ୍କୁ ଦେଖା କରିବାକୁ ଯାଇଥିଲି। 19 ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ। 20 ପରମେଶ୍ୱର ଜାଣନ୍ତି ଯେ, ମୁଁ ଏଥିରେ ଯାହାକିଛି ଲେଖୁଛି, ତାହା ମିଥ୍ୟା ନୁହେଁ। 21 ତା’ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।
22 ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ। 23 ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।” 24 ମୋ’ ପ୍ରତି ଯାହା ଘଟିଲା, ସେଥିପାଇଁ ସେମାନେ ପରମେଶ୍ୱରଙ୍କୁ ପ୍ରଶଂସା କଲେ।
ସୋର ନିଜକୁ ପରମେଶ୍ୱର ମନେ କଲା
28 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି,
ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ,
ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ
ପରମେଶ୍ୱରଙ୍କ ଆସନରେ ବସିଅଛି;”
“‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ,
ତୁମ୍ଭେ ମନୁଷ୍ୟ ମାତ୍ର।
3 ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ,
ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।
4 ତୁମ୍ଭେ ଆପଣା ଜ୍ଞାନଦ୍ୱାରା
ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ
ଓ ଆପଣା ଭଣ୍ଡାରରେ ସୁନା
ଓ ରୂପା ସଞ୍ଚୟ କରିଅଛ।
5 ତୁମ୍ଭେ ଆପଣା ମହାଜ୍ଞାନ ଦ୍ୱାରା
ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇ ଅଛ।
ଆଉ ତୁମ୍ଭର ଏହି ଧନ ସକାଶେ
ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।
6 “‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ।
7 ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି,
ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି।
ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ
ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା,
ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ।
8 ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ।
ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ।
9 ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ
“ମୁଁ ପରମେଶ୍ୱର” ବୋଲି କହିବ?
କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ
ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।
10 ତୁମ୍ଭମାନଙ୍କୁ ବିଦେଶୀୟମାନଙ୍କ [a] ଦ୍ୱାରା ହତ୍ୟା କରାଯିବ ଏବଂ ତୁମ୍ଭେମାନେ ଆଗନ୍ତୁକ ପରି ମୃତ୍ୟୁବରଣ କରିବ।
ଏହା ମୋର ଆଦେଶ।’”
ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 12 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋରରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି;
“‘ତୁମ୍ଭେ ଜଣେ ଆଦର୍ଶ ପୁରୁଷ ଥିଲ
ଓ ତୁମ୍ଭେ ଜ୍ଞାନରେ ପରିପୂର୍ଣ୍ଣ ଥିଲ ଏବଂ ତୁମ୍ଭେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଲାଭ କଲ।
13 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ।
ଚୁଣୀ, ପିତମଣି, ହୀରକ, ବୈଦୁର୍ଯ୍ୟମଣି,
ଗୋମେଦକମଣି, ସୂର୍ଯ୍ୟକାନ୍ତ, ନୀଳକାନ୍ତ,
ପଦ୍ମରାଗ ଓ ମରକତ ଆଦି
ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣରେ ଖଚିତ ହୋଇଥିଲ।
ତୁମ୍ଭେ ସୃଷ୍ଟି ହେବା ଦିନରୁ ସମସ୍ତ ସୌନ୍ଦର୍ଯ୍ୟ ଶିଳ୍ପ
ଗ୍ଭତୁରୀରେ ପରିପୂର୍ଣ୍ଣ ଥିଲ।
14 ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ;
ପୁଣି ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ
ପବିତ୍ର ପର୍ବତ ଉପରେ ସ୍ଥାପନ କଲୁ।
ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରେ ଗମନାଗମନ କଲ।
15 ଯେତେବେଳେ ତୁମ୍ଭେମାନେ ସୃଷ୍ଟି ହେଲେ, ତୁମ୍ଭେମାନେ ନିର୍ଦ୍ଦୋଷ ଥିଲ।
କିନ୍ତୁ ପରେ ତୁମ୍ଭେମାନେ ଦୁଷ୍ଟ ହୋଇଗଲ।
16 ତୁମ୍ଭେ ବାଣିଜ୍ୟ କରି ବହୁ ଧନ ସମ୍ପଦ ଆଣିଥିଲ।
ମାତ୍ର ସେହି ଧନସମ୍ପଦ ଯୋଗୁଁ
ତୁମ୍ଭର ଅଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
ଆଉ ତୁମ୍ଭେ ପାପ କଲ।
ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ୟ
ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛି।
ଆଉ ମନୋନୀତ କିରୂବଦୂତ,
ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି।
17 ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ।
ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି।
ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି
ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ।
18 ତୁମ୍ଭେ ନିଜର ଅଧର୍ମର ବାହୁଲ୍ୟରେ,
ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା
ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ।
ଏଣୁ ମୁଁ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କଲି
ଓ ତାହା ତୁମ୍ଭକୁ ଗ୍ରାସ କଲା।
ପୁଣି ମୁଁ ସମସ୍ତଙ୍କୁ ଦେଖାଇବା ପାଇଁ
ତୁମ୍ଭକୁ ଧୂଳିରେ ପରିଣତ କରିଛି।
19 “‘ସେହିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ,
ସେମାନେ ତୁମ୍ଭଠାରୁ ଆତଙ୍କିତ ହେବେ।
ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ
ଏବଂ ତୁମ୍ଭେ କେବେ ପୂର୍ବବସ୍ଥାକୁ ଫେରିବ ନାହିଁ।’”
ସୀଦୋନ ବିରୁଦ୍ଧରେ ବାର୍ତ୍ତା
20 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। 22 ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,
“‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି।
ଆଉ ମୁଁ ନଗରକୁ ଦଣ୍ଡିତ ଓ
ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ
ସେମାନେ ଜାଣିବେ ଯେ,
ମୁଁ ସଦାପ୍ରଭୁ ଅଟେ।
23 ପୁଣି ମୁଁ ନଗର ମଧ୍ୟକୁ ମହାମାରୀ ଓ ମୃତ୍ୟୁ ପଠାଇବି,
ଫଳରେ ବହୁ ଲୋକ ନଗର ମଧ୍ୟରେ ମରିବେ।
ନଗରର ପ୍ରାଚୀର ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବହୁ ଲୋକ ମୃତ୍ୟୁବରଣ କରିବେ।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ଲୋକମାନେ ଜାଣିବେ।
ଦେଶୀୟମାନେ ଇସ୍ରାଏଲକୁ ଉପହାସ କରିବାରୁ ବିରତ ହେବେ
24 “‘ଏବଂ ଇସ୍ରାଏଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ୱାରା ବେଷ୍ଟିତ ହେବ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆ କଣ୍ଟାବୁଦା ତୁଲ୍ୟ। ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କର ପ୍ରଭୁ ଅଟେ।’”
25 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ। 26 ସେମାନେ ତାହା ମଧ୍ୟରେ ନିରାପଦରେ ବାସ କରିବେ। ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା’ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସେମାନଙ୍କୁ ତିରସ୍କାର କଲେ, ତା’ପରେ ସେମାନେ ନିରାପଦରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସେମାନଙ୍କର ପରମେଶ୍ୱର ଅଟେ ଏହା ସେମାନେ ଜାଣିବେ।”
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ।
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
2010 by World Bible Translation Center