M’Cheyne Bible Reading Plan
ଶାମ୍ଶୋନ୍ ପଲେଷ୍ଟୀୟମାନଙ୍କ ପାଇଁ ଅସୁବିଧା କଲେ
15 ଅମଳ ସମୟରେ ଶାମ୍ଶୋନ୍ ଗୋଟିଏ ଯୁବା ଛେଳି ଉପହାର ଧରି ନିଜର ସ୍ତ୍ରୀକୁ ଦେଖିବାକୁ ଗଲେ ଏବଂ ସେ କହିଲେ, “ମୁଁ ମୋର ସ୍ତ୍ରୀକୁ ଦେଖିବାକୁ ଯାଇପାରେ କି?”
କିନ୍ତୁ ସେଥିରେ ତା’ର ପିତା ଶାମ୍ଶୋନ୍କୁ ଯିବାକୁ ଅନୁମତି ଦେଲେ ନାହିଁ। 2 ତାଙ୍କର ପିତା ଶାମ୍ଶୋନଙ୍କୁ କହିଲେ, “ମୁଁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ୟନ୍ତ ଘୃଣା କର। ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରଙ୍କୁ ଦେଲି। ତା’ର ସାନ ଭଉଣୀ ତା’ଠାରୁ ବହୁତ ସୁନ୍ଦର ତାହାକୁ ଗ୍ରହଣ କର।”
3 କିନ୍ତୁ ଶାମ୍ଶୋନ୍ ତାଙ୍କୁ କହିଲେ, “ପଲେଷ୍ଟୀୟମାନଙ୍କୁ ଦୁଃଖ ଦେବା ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମୋତେ ଆଉ କୌଣସି ଲୋକ ଦୋଷାରୋପ କରି ପାରିବେ ନାହିଁ।”
4 ଏହା ପରେ ଶାମ୍ଶୋନ୍ 300 ବିଲୁଆ ଧରି ଯୋଡ଼ା ଯୋଡ଼ା କରି ଗୋଟିଏର ଲାଙ୍ଗୁଡ଼କୁ ଅନ୍ୟ ଗୋଟିଏ ଲାଙ୍ଗୁଡ଼ରେ ବାନ୍ଧି ଦେଲେ। ତା’ପରେ ସେ ପ୍ରତ୍ୟେକର ଯୋଡ଼ାଏ ଲାଙ୍ଗୁଡ଼ରେ ଏକ ମଶାଲ ବାନ୍ଧି ଦେଲେ। 5 ତହୁଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ ମଧ୍ୟକୁ ସେମାନଙ୍କୁ ଛାଡ଼ି ଦେଲେ। ଯେତେବେଳେ ସେମାନେ ଶସ୍ୟବିଡ଼ାର କ୍ଷେତ ଦେଇ, ଦ୍ରାକ୍ଷାକ୍ଷେତ୍ର ଦେଇ ଏବଂ ଅଲିଭ୍ କ୍ଷେତ ଦେଇ ଗଲେ, ସବୁକିଛି ପୋଡ଼ି ପାଉଁଶ ହୋଇଗଲା।
6 ପଲେଷ୍ଟୀୟ ଲୋକମାନେ ପଗ୍ଭରିଲେ, “ଏପରି କିଏ କଲା?”
କେହି ଜଣେ ତାଙ୍କୁ କହିଲା, “ଶାମ୍ଶୋନ୍ ଯେ କି ତିମ୍ନୀୟର ଜ୍ଜାଇଁ ଏପରି କରିଅଛି। ସେ ଏପରି କରିଛନ୍ତି କାରଣ ତାଙ୍କର ଶ୍ୱଶୁର ଶାମ୍ଶୋନଙ୍କର ଭାର୍ଯ୍ୟାଙ୍କୁ ତାଙ୍କର ବନ୍ଧୁଙ୍କୁ ବିବାହ ଦେଇ ଦେଲେ।” ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କର ସ୍ତ୍ରୀ ଓ ତାଙ୍କ ସ୍ତ୍ରୀର ପିତାଙ୍କୁ ଅଗ୍ନିରେ ଦଗ୍ଧ କଲେ।
7 ଶାମ୍ଶୋନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ମୋ’ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଅଛ। ମୁଁ ମଧ୍ୟ ତୁମ୍ଭ ପ୍ରତି ଖରାପ ବ୍ୟବହାର ଦେଖାଇବି, ମୁଁ ତୁମ୍ଭ ଉପରେ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଚୁପ୍ ହେବି ନାହିଁ।”
8 ଏହା ପରେ ଶାମ୍ଶୋନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ। ଏବଂ ଏହା ପରେ ସେ ଏକ ଗୁମ୍ଫାରେ ଯାଇ ବାସ କଲେ ଯେଉଁ ଗୁମ୍ଫାର ନାମ ଥିଲା ଏଟମ୍ ଶୈଳ।
9 ତେଣୁ ପଲେଷ୍ଟୀୟମାନେ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ। ସେମାନଙ୍କର ସୈନ୍ୟ ଯୁଦ୍ଧ ପାଇଁ ସେଠାରେ ନିଜକୁ ପ୍ରସ୍ତୁତ କଲେ। 10 ସେମାନଙ୍କର ସୈନ୍ୟମାନେ ସେଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ, ଯିହୁଦା ପରିବାରବର୍ଗର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ହେ ପଲେଷ୍ଟୀୟଗଣ, ତୁମ୍ଭେମାନେ କାହିଁକି ଆମ୍ଭ ସହିତ ଯୁଦ୍ଧ କରିବା ପାଇଁ ଆସିଛ?”
ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଶାମ୍ଶୋନଙ୍କୁ ନେବା ପାଇଁ ଆସିଅଛୁ। ଆମ୍ଭେ ତାଙ୍କୁ ଆମ୍ଭର ବନ୍ଦୀ କରିବାକୁ ଗ୍ଭହୁଁ। ସେ ଆମ୍ଭର ଲୋକଙ୍କ ସହିତ ଯାହା କଲେ, ଆମ୍ଭେ ତାଙ୍କୁ ଦଣ୍ତ ଦେବା ପାଇଁ ଗ୍ଭହୁଁ।”
11 ଏହା ପରେ ଯିହୁଦାର 3000 ପରିବାରବର୍ଗ ଶାମ୍ଶୋନଙ୍କ ଏଟମ୍ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?”
ଶାମ୍ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।”
12 ଏହା ପରେ ସେମାନେ ଶାମ୍ଶୋନଙ୍କୁ କହିଲେ, “ଆମ୍ଭେମାନେ ଆସିଛୁ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦେବୁ।”
ଶାମ୍ଶୋନ୍ ଯିହୁଦା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତିଜ୍ଞା କର ତୁମ୍ଭେମାନେ ମୋତେ ହତ କରିବ ନାହିଁ।”
13 ଯିହୁଦାର ଲୋକମାନେ କହିଲେ, “ଆମ୍ଭେ ଏହି ପ୍ରସ୍ଥାବରେ ରାଜିଅଛୁ। ଆମ୍ଭେ କେବଳ ତୁମ୍ଭକୁ ଧରିବୁ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦେବୁ। ଆମ୍ଭେ ପ୍ରତିଜ୍ଞା କରୁଛୁ ତୁମ୍ଭକୁ କେବେ ହତ୍ୟା କରିବୁ ନାହିଁ।” ତେଣୁ ସେମାନେ ଦୁଇଟି ନୂତନ ରସିରେ ଶାମ୍ଶୋନ୍କୁ ବାନ୍ଧି ଶୈଳ ବାହାରକୁ ଆଣିଲେ।
14 ସେ ଯେତେବେଳେ ଲିହୀ ରାଜ ପ୍ରାସାଦରେ ପହଞ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକୁ ଆସିଲେ। ସେମାନେ ଖୁସୀରେ ଜୟ ଜୟ ଧ୍ୱନି କରୁଥିଲେ। ଏହା ପରେ ତାଙ୍କ ଉପରକୁ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ଆସିଲା, ସେ ଶକ୍ତିଶାଳୀ ହୋଇ ଉଠିଲେ। ଶାମ୍ଶୋନ୍ ଦୌଡ଼ିଟିକୁ ଛିଣ୍ତାଇ ଦେଲେ, ତାଙ୍କ ହାତରୁ ଦଉଡ଼ିଗୁଡ଼ିକ ମିଳାଇ ଗଲାପରି ଏବଂ ପୋଡ଼ାସୂତା ପରି ଝରି ପଡ଼ିଲା। 15 ଶାମ୍ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ।
16 ଏହା ପରେ ଶାମ୍ଶୋନ୍ କହିଲେ,
“ଗଧର ହନୁହାଡ଼ ଫୁଙ୍ଗି
ମୁଁ 1000 ପୁରୁଷ ପଦାକଲି!”
17 ଯେତେବେଳେ ଶାମ୍ଶୋନ୍ ଏ କଥା କହିଲେ, ତା’ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମତ୍ଲିହୀ [a] (ଥୋମଣି ଗିରି) ରହିଲା।
18 ଶାମ୍ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।”
19 ପରମେଶ୍ୱର ଲିହୀସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରିବାରୁ ତହିଁରୁ ଜଳ ନିର୍ଗତ ହେଲା। ଶାମ୍ଶୋନ୍ ସେହି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫେରି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କରୀ [b] ଦେଲେ। ଯାହାକି ଏବେ ପର୍ଯ୍ୟନ୍ତ ଲିହୀରେ ଅଛି।
20 ତେଣୁ ଶାମ୍ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।
ପାଉଲ ଏଫିସ ନଗରରେ
19 ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ। 2 ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?”
ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”
3 ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?”
ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।”
4 ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”
5 ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। 6 ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟଦ୍ବାଣୀ କହିବାକୁ ଲାଗିଲେ। 7 ସେମାନେ ସମୁଦାୟ ବାରଜଣ ଥିଲେ।
8 ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। 9 ମାତ୍ର ସେମାନଙ୍କ ଭିତରୁ କେତେକ ଜିଦ୍ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ। 10 ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ସ୍କୋବାଙ୍କ ପୁତ୍ରମାନେ
11 ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ। 12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।
13 ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।” 14 ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।
15 କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?”
16 ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ।
17 ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା। 18 ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ। 19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା। 20 ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
ପାଉଲଙ୍କର ଯାତ୍ରା ଯୋଜନା
21 ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।” 22 ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।
ଏଫିସରେ ଉପଦ୍ରବ
23 ସେସମୟରେ ‘ପରମେଶ୍ୱରଙ୍କ ପଥ’ ବିଷୟରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେଲା। 24 ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା।
25 ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ। 26 ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି। 27 ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”
28 ସେମାନେ ଏହା ଶୁଣି ଭୀଷଣ ରାଗିଗଲେ ଓ ଚିତ୍କାର କରି କହିଲେ, “ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି।” 29 ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ। 30 ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। 31 ସେହି ଦେଶର କେତେକ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସେମାନେ ତାହାଙ୍କୁ ଖେଳପଡ଼ିଆ ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ।
32 ଏହି ସମୟ ଭିତରେ ନାନା ଲୋକ ନାନା କଥା କହିଲେ ଓ ପାଟିକଲେ। ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ। ଏହା ଫଳରେ ସଭାରେ ପାଟିତୁଣ୍ଡ ହେଉଥିଲା। 33 ସେତେବେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ। 34 କିନ୍ତୁ ଯେତେବେଳେ ଲୋକମାନେ ଆଲେକ୍ଜାଣ୍ଡାରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତେବେଳେ ସେମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କଲେ ଓ କହିଲେ, “ଏଫିସୀୟମାନଙ୍କର ମହାଦେବୀ ଆର୍ତ୍ତେମୀ ମହାନ୍ ଅଟନ୍ତି…!”
35 ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ? 36 ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍।
37 “ତୁମ୍ଭେମାନେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସେମାନେ କୌଣସି ମନ୍ଦିର ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି। 38 ସେ କହିଲେ, “ଆମ୍ଭର ବିଗ୍ଭରାଳୟ ଅଛି ଓ ବିଗ୍ଭରକମାନେ ମଧ୍ୟ ଅଛନ୍ତି। ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା’ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାରନ୍ତି।
39 “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। 40 ଆଜିର ଜନ ସଭାରେ ଆନ୍ଦୋଳନ ସକାଶେ ଆମ୍ଭେ ଦୋଷୀ ହୋଇପାରୁ, ଯେହେତୁ ଆମ୍ଭପାଖରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।” 41 ଏହା କହି ସେ ସଭା ଭାଙ୍ଗିଲେ। ତା’ପରେ ସେ ଲୋକମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସମସ୍ତେ ଗ୍ଭଲିଗଲେ।
ମିଥ୍ୟା ଭବିଷ୍ୟଦ୍ବକ୍ତା ହନାନିୟ
28 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ଚତୁର୍ଥବର୍ଷର ପଞ୍ଚମ ମାସରେ ଗିବିୟୋନ ନିବାସୀ ଅସୂରର ପୁତ୍ର ହନାନିୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତରେ ମୋତେ ଏହି କଥା କହିଲେ। 2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିହୁଦା ଉପରେ ଥିବା ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ। 3 ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ଦୁଇ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫେରାଇ ଆଣିବା। 4 ପୁଣି ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’”
5 ତା’ପରେ ଭବିଷ୍ୟଦ୍ବକ୍ତା ଯିରିମିୟ ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ଭବିଷ୍ୟଦ୍ବକ୍ତା ହନାନିୟକୁ କହିଲେ। 6 ଯିରିମିୟ ଭବିଷ୍ୟଦ୍ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
7 “ତେଣୁ ହେ ହନାନିୟ, ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ଯେଉଁ କଥା କହୁଅଛି, ତାହା ଶୁଣ। 8 ତୁମ୍ଭର ଓ ମୋର ବହୁ ପୂର୍ବରୁ ଅନେକ ଭବିଷ୍ୟଦ୍ବକ୍ତା ବହୁଦେଶ ଓ ମହାନ ମହାନ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ୟଦ୍ବକ୍ତା ପ୍ରଗ୍ଭର କରିଅଛନ୍ତି। 9 ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରେ ସେହି ଭବିଷ୍ୟଦ୍ବକ୍ତାର ବାକ୍ୟ ସଫଳ ହେଲା ପରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।”
10 ଯିରିମିୟଙ୍କ ସ୍କନ୍ଧରେ ବହନ କରିଥିବା ଯୁଆଳିକୁ ହନାନିୟ କାଢ଼ି ନେଇ ତାହା ଭାଙ୍ଗି ପକାଇଲା। 11 ଆଉ ହନାନିୟ ସବୁ ଲୋକଙ୍କ ସାକ୍ଷାତରେ ବଡ଼ ପାଟିରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ହେବା ପୂର୍ବରୁ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’”
ଏଥିରେ ଯିରିମିୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଗ୍ଭଲିଗଲେ।
12 ହନାନିୟ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ସ୍କନ୍ଧରୁ ଯୁଆଳି ନେଇ ଭାଙ୍ଗିଲା ପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 13 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯାଇ ହନାନିୟକୁ କୁହ, ‘ତୁମ୍ଭେ ସିନା କାଠର ଯୁଆଳି ଭାଙ୍ଗି ଦେଲ, ମାତ୍ର ଆମ୍ଭେ ତାହା ବଦଳରେ ଲୁହାର ଯୁଆଳି ପ୍ରସ୍ତୁତ କରିବା।’ 14 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖଦ୍ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’”
15 ତହିଁରେ ଯିରିମିୟ ଭବିଷ୍ୟଦ୍ବକ୍ତା ହନାନିୟ ଭବିଷ୍ୟଦ୍ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ। 16 ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ‘ହେ ହନାନିୟ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ।’”
17 ଆଉ ହନାନିୟ ଭବିଷ୍ୟଦ୍ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା।
ଯୀଶୁଙ୍କୁ ମାରିଦେବା ପାଇଁ ଯିହୂଦୀ ନେତାଙ୍କ ଯୋଜନା(A)
14 ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା’ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ। 2 ସେମାନେ କହିଲେ, “ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା’ କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।
ଏକ ସ୍ତ୍ରୀର ବିଶେଷ କାର୍ଯ୍ୟ(B)
3 ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା।
4 ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା? 5 ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ୟ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥା’ନ୍ତା ଏବଂ ତହିଁର ଅର୍ଥ ଗରିବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥା’ନ୍ତା।” ତେଣୁ ସେମାନେ ସ୍ତ୍ରୀଲୋକଟିକୁ ଦୃଢ଼ ଭାବରେ ସମାଲୋଚନା କରିବାକୁ ଲାଗିଲେ।
6 ଯୀଶୁ କହିଲେ, “ସେହି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡ଼ିଦିଅ। ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 7 କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖରେ ରହିବେ। ତୁମ୍ଭେ ଯେତେବେଳେ ଗ୍ଭହିଁବ, ସେମାନଙ୍କୁ ସାହାଯ୍ୟ କରି ପାରିବ। କିନ୍ତୁ ତୁମ୍ଭେମାନେ ମୋତେ ସଦାବେଳେ ପାଇବ ନାହିଁ। 8 “ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି। 9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ସାରା ସଂସାରରେ ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ପ୍ରଗ୍ଭର କରାଯିବ। ଯେଉଁ ଯେଉଁ ସ୍ଥାନରେ ସୁସମାଗ୍ଭର ପ୍ରଗ୍ଭରିତ ହେବ, ସେହି ସେହି ସ୍ଥାନରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ଯ୍ୟ ବିଷୟରେ କୁହାଯିବ। ଲୋକମାନେ ତାହାକୁ ମନେ ପକେଇବେ।”
ଯିହୂଦା ଯୀଶୁଙ୍କ ଶତ୍ରୁମାନଙ୍କୁ ସାହାଯ୍ୟ କରିବାକୁ ରାଜି(C)
10 ତା’ପରେ ବାରଜଣ ଯାକ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ରେରିତର ନାମ ଥିଲା ଇଷ୍କାରିୟୋତ ଯିହୂଦା। ସେ ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବାକୁ ଗ୍ଭହୁଁଥିଲା। 11 ପ୍ରଧାନଯାଜକମାନେ ଯିହୂଦାର ଏ କଥାରେ ବହୁତ ଖୁସୀ ହେଲେ। ଏହି କାମ କରି ଦେଲେ ସେମାନେ ଯିହୂଦାକୁ ଟଙ୍କା ଦେବେ ବୋଲି କଥା ଦେଲେ। ତେଣୁ ଯିହୂଦା ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।
ନିସ୍ତାରପର୍ବର ଭୋଜି(D)
12 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ [a]କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
13 ତା’ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା’ର ପଛେ ପଛେ ଯିବ। 14 ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ 15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।”
16 ତା’ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”
19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”
20 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”
ପ୍ରଭୁଭୋଜ(E)
22 ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”
23 ତା’ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। 24 ତା’ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।”
26 ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ।
ଯୀଶୁଙ୍କ ଅନୁସରଣକାରୀ ସମସ୍ତେ ତାଙ୍କୁ ଛାଡ଼ିବେ(F)
27 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି:
‘ମୁଁ ମେଷପାଳକଙ୍କୁ ମାରି ଦେବି,
ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’ (G)
28 କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁତ୍ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।”
29 ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ହୁଏତ ସେମାନଙ୍କ ବିଶ୍ୱାସ ହରେଇ ପାରନ୍ତି। କିନ୍ତୁ ମୁଁ ମୋର ବିଶ୍ୱାସ କଦାପି ହରେଇବି ନାହିଁ।”
30 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।”
31 ଏ କଥା ଶୁଣି ପିତର ଆହୁରି ଜୋର୍ ଦେଇ କହିଲେ, “ମୋତେ ତୁମ୍ଭ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ।” ଅନ୍ୟ ସମସ୍ତ ଶିଷ୍ୟ ମଧ୍ୟ ସେହି ଏକା କଥା କହିଲେ।
ଯୀଶୁ ଏକାକୀ ପ୍ରାର୍ଥନା କରନ୍ତି(H)
32 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସ।” 33 ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା’ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ, 34 ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।”
35 ଯୀଶୁ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗ୍ଭଲି କରି ଗଲେ। ତା’ପରେ ଯୀଶୁ ଭୂମିରେ ପଡ଼ିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତେବେ ଏ ଯନ୍ତ୍ରଣାର ମୂହୂର୍ତ୍ତଟି ମୋ’ ପାଖରୁ ଘୁଞ୍ଚିଯାଉ।” 36 ସେ କହିଲେ, “ ଆବ୍ବା [b] ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ’ଠାରୁ ଯନ୍ତ୍ରଣାର ଏହି ଗିନାଟି [c]କୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।”
37 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଖକୁ ଫେରି ଆସିଲେ। ସେ ସେମାନଙ୍କୁ ଶୋଇପଡ଼ିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ ଶୋଇପଡ଼ିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚେଇଁ ରହି ପାରିଲ ନାହିଁ? 38 ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।”
39 ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ। 40 ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ।
41 ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଏବଂ କହିଲେ, “ଏବେ ମଧ୍ୟ ତୁମ୍ଭେମାନେ ଶୋଇ ବିଶ୍ରାମ ନେଉଛ? ଯଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କୁ ପାପୀମାନଙ୍କ ହାତରେ ଧରେଇ ଦିଆଯିବାର ସମୟ ଆସି ପହଞ୍ଚି ଗଲା। 42 ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”
ଯୀଶୁ ବନ୍ଦୀ ହେଲେ(I)
43 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।
44 ବିଶ୍ୱାସଘାତକ ଯିହୂଦା ସେହି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ଦେଇଥିଲା। ସେ କହିଥିଲା: “ଯେଉଁ ଲୋକକୁ ମୁଁ ଚୁମ୍ବନ ଦେବି, ସେ ହେଉଛନ୍ତି ଯୀଶୁ। ତୁମ୍ଭେମାନେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନରେ ଦୂରକୁ ନେଇଯିବ।” 45 ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା’ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। 46 ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ। 47 ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା।
48 ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଅପରାଧୀ ଯେ, ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ଧରି ନେବାକୁ ଆସିଛ? 49 ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।” 50 ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦୌଡ଼ି ପଳାଇଲେ।
51 ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ। 52 ସେ ଲୁଗାକୁ ଖସାଇ ଦେଲା ଓ ଉଲଗ୍ନ ହୋଇ ଦୌଡ଼ି ପଳାଇଲା।
ଯିହୂଦୀ ନେତାଙ୍କ ଆଗରେ ଯୀଶୁଙ୍କ ବିଗ୍ଭର(J)
53 ସେହି ଲୋକମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରଧାନଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରିତ ହେଲେ। 54 ପିତର ଯୀଶୁଙ୍କଠାରୁ ଦୂରରେ ରହି ତାହାଙ୍କ ପଛେ ପଛେ ଆସି ମହାଯାଜକଙ୍କ ଅଗଣା ଭିତରେ ପହଞ୍ଚିଗଲେ। ସେ ସେଠାରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁରେ ସେକି ହେଲେ।
55 ପ୍ରଧାନଯାଜକ ଓ ସମଗ୍ର ଯିହୂଦୀ ସହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତାହାଙ୍କ ବିରୁଦ୍ଧରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ମୃତ୍ୟୁଦଣ୍ଡ ଦେବା ଭଳି କୌଣସି ପ୍ରମାଣ ପାଇଲେ ନାହିଁ। 56 ଅନେକ ଲୋକ ଆସି ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଲେ। କିନ୍ତୁ ସେମାନେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନ ଥିଲା।
57 ତା’ପରେ କେତେକ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଇ କହିଲେ, 58 “ଆମ୍ଭେମାନେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, ‘ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦେବି ଓ ପୁଣି ତିନି ଦିନ ଭିତରେ ଆଉ ଗୋଟିଏ ମନ୍ଦିର ତିଆରି କରିଦେବି, ଯାହାକି ମଣିଷ ହାତରେ ତିଆରି ହୋଇ ନ ଥିବ।” 59 ତଥାପି ଏ ଲୋକମାନେ ଯାହାସବୁ କହିଲେ, ତା’ ମଧ୍ୟରେ କାହାରି କଥା କାହାରି ସାଙ୍ଗରେ ମେଳ ଖାଉ ନ ଥିଲା।
60 ତା’ପରେ ସମସ୍ତଙ୍କ ଆଗରେ ମହାଯାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅନେକ କଥା କହିଲେ। ତୁମ୍ଭ ବିରୁଦ୍ଧରେ ଯେତେ ଗୁଡ଼ିଏ ଅଭିଯୋଗ ଅଣାଗଲା, ସେ ବିଷୟରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ’ଣ ସତ୍ୟ କଥା କହୁଛନ୍ତି?” 61 କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲେ ନାହିଁ।
ମହାଯାଜକ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଗ୍ଭରିଲେ: “ତୁମ୍ଭେ କ’ଣ ମହାନ୍ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?”
62 ଯୀଶୁ ଉତ୍ତର ଦେଲେ, “ହଁ ମୁଁ ପରମେଶ୍ୱରଙ୍କ ପୁତ୍ର ଏବଂ ଭବିଷ୍ୟତରେ ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ୱର୍ଗର ମେଘମାଳା ମଧ୍ୟରେ ଆସୁଥିବାର ଦେଖିବ।”
63 ମହାଯାଜକ ଏ କଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, “ଆମ୍ଭର ଆଉ ସାକ୍ଷୀର କ’ଣ ଦରକାର? 64 ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହାସବୁ କହିଗଲେ, ତୁମ୍ଭେମାନେ ସମସ୍ତେ ଶୁଣିଲ। ଏବେ ତୁମ୍ଭେମାନେ କ’ଣ ଭାବୁଛ?”
ସମସ୍ତେ ଯୀଶୁଙ୍କୁ ଅପରାଧୀ ସାବ୍ୟସ୍ତ କଲେ ଓ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବା ଉଚିତ୍ ବୋଲି କହିଲେ। 65 ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଯୀଶୁଙ୍କ ଉପରକୁ ଛେପ ପକାଇଲେ। କେତେକ ଯୀଶୁଙ୍କ ମୁହଁ ଘୋଡ଼େଇ ଦେଇ ବିଧା ମାରିଲେ, ଓ ଆଉ କେତେକ ଥଟ୍ଟା କରି କହିଲେ, “ଏବେ ତୁମ୍ଭେ ଆମ୍ଭକୁ ଦେଖେଇ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ୟଦ୍ବକ୍ତା।” ତା’ପରେ ପ୍ରହରୀମାନେ ତାହାଙ୍କୁ ନେଇ ଯାଇ ପିଟିଲେ।
ପିତର ଯୀଶୁଙ୍କୁ ଜାଣିଥିବା କଥା ଅସ୍ୱୀକାର କଲେ(K)
66 ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା। 67 ସେ ପିତରଙ୍କୁ ନିଆଁ ପାଖରେ ସେକି ହେଉଥିବାର ଦେଖିଲା। ସେ ପିତରଙ୍କୁ ଭଲ କରି ଗ୍ଭହିଁଲା। ତା’ପରେ ତାହାଙ୍କୁ ଚିହ୍ନି ପାରି କହିଲା, “ତୁମ୍ଭେ ମଧ୍ୟ ନାଜରିତର ଯୀଶୁଙ୍କ ସାଙ୍ଗରେ ଥିଲ।”
68 ପିତର କିନ୍ତୁ କହିଲେ ଯେ, ସେ କେବେ ହେଲେ ଯୀଶୁଙ୍କ ସାଙ୍ଗରେ ନ ଥିଲେ। ସେ କହିଲେ, “ତୁମ୍ଭେ କାହା ବିଷୟରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁ ନାହିଁ।” ତା’ପରେ ପିତର ସେ ସ୍ଥାନ ଛାଡ଼ି ଅଗଣାର ପ୍ରଦେଶ ଦ୍ୱାର ପାଖକୁ ଗ୍ଭଲିଗଲେ। [d]
69 ସେ ଗ୍ଭକରାଣୀଟି ପୁଣି ପିତରଙ୍କୁ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିବାକୁ ଲାଗିଲା, “ଏ ଲୋକଟି ସେମାନଙ୍କ ମଧ୍ୟରୁ ଜଣେ।” 70 ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ୟ ନୁହେଁ।
କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ନିଶ୍ଚିତ ଭାବରେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ। କାରଣ ତୁମ୍ଭେ ମଧ୍ୟ ଗାଲିଲୀରୁ ଆସିଛ।”
71 ତା’ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।”
72 ପିତର ଏ କଥା କହିବା ପରେ ପରେ କୁକୁଡ଼ାଟିଏ ଦ୍ୱିତୀୟ ଥର ଡାକିଲା। ଯୀଶୁଙ୍କର ସେହିସବୁ କଥା ଏବେ ପିତରଙ୍କର ମନେ ପଡ଼ିଲା: “କୁକୁଡ଼ା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହି ସାରିଥିବ।” ତା’ପରେ ପିତର ଭୀଷଣ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦିବାକୁ ଲାଗିଲେ।
2010 by World Bible Translation Center