M’Cheyne Bible Reading Plan
ଶାମ୍ଶୋନଙ୍କର ବିବାହ
14 ଶାମ୍ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀକୁ ଦେଖିଲେ। 2 ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।”
3 ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?”
କିନ୍ତୁ ଶାମ୍ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।” 4 ଶାମ୍ଶୋନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ।
5 ଶାମ୍ଶୋନ୍ ତାଙ୍କର ପିତାମାତାଙ୍କ ସହିତ ତିମ୍ନାକୁ ଗଲେ। ସେମାନେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ରେ ଏକ ଯୁବା ସିଂହ ଗର୍ଜନ କରି ଶାମ୍ଶୋନ୍ ଉପରକୁ କୁଦା ମାରିଲା। 6 ଶାମ୍ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ।
7 ଏହିପରି ଭାବରେ ଶାମ୍ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶାମ୍ଶୋନଙ୍କୁ ପସନ୍ଦ କଲା। 8 କିଛି ଦିନ ପରେ, ସେ ସେହି ସ୍ତ୍ରୀଲୋକଟିକୁ ବିବାହ କରିବାକୁ ଆସିଲେ। ସେହି ରାସ୍ତାରେ ସେ ସେହି ମୃତ ସିଂହର ଶରୀରକୁ ଦେଖିଲେ। ସେ ଦେଖିଲେ ଯେ, କିଛି ମହୁମାଛି ସେଥିରେ ମହୁ ଫେଣା ତିଆରି କରିଛନ୍ତି। 9 ଶାମ୍ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶାମ୍ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ।
10 ଶାମ୍ଶୋନଙ୍କର ପିତା ସେହି ପଲେଷ୍ଟୀୟ ସ୍ତ୍ରୀଲୋକଟିକୁ ଦେଖିବାକୁ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସେମାନେ ସେଠାରେ ଏକ ଭୋଜି ଦେଲେ। 11 ସେମାନେ ଶାମ୍ଶୋନ୍କୁ ଦେଖିବା ପରେ ତାହାଙ୍କ ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ୍ ଜଣ ମିତ୍ର ଆଣିଲେ।
12 ଏହା ପରେ ଶାମ୍ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି। 13 ଯଦି ତୁମ୍ଭେ କେହି ଉତ୍ତର ବାହାର କରି ନ ପାର, ତେବେ ତୁମ୍ଭେମାନେ ମୋତେ ତିରିଶ୍ଟି ମସିନା ବସ୍ତ୍ର ଓ ତିରିଶ୍ଟି ସାଜ ପୋଷାକ ଦେବ।” ତେଣୁ ସେହି ତିରିଶ୍ ଜଣ ଲୋକ ପଗ୍ଭରିଲେ, “ତୁମ୍ଭେ ତୁମ୍ଭର ପ୍ରହେଳିକା କୁହ, ଆମ୍ଭେ ତାକୁ ଶୁଣିବାକୁ ଗ୍ଭହୁଁଅଛୁ।”
14 ଶାମ୍ଶୋନ୍ ସେମାନଙ୍କୁ ସେହି ପ୍ରହେଳିକା ଶୁଣାଇଲେ।
“ଖାଦକଠାରୁ ଖାଦ୍ୟ
ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।”
ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
15 କିନ୍ତୁ ସେମାନେ ସେହି ଗ୍ଭତୁର୍ଯ୍ୟ ପ୍ରଶ୍ନ ତିନି ଦିନରେ ବାହାର କରି ପାରିଲେ ନାହିଁ। ଚତୁର୍ଥ ଦିନରେ [a] ସେମାନେ ଶାମ୍ଶୋନଙ୍କର ସ୍ତ୍ରୀଙ୍କୁ କହିଲେ, ଗ୍ଭତୁର୍ଯ୍ୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତୁମ୍ଭେ ସ୍ୱାମୀଙ୍କୁ କୁହ, ନ ହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। “ତୁମ୍ଭେ ଆମ୍ଭମାନଙ୍କୁ ଗରିବ କରିବା ପାଇଁ ନିମନ୍ତ୍ରଣ କଲ କି?”
16 ଶାମ୍ଶୋନ୍ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।”
ଶାମ୍ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?”
17 ଶାମ୍ଶୋନ୍ର ସ୍ତ୍ରୀ ଅବଶିଷ୍ଟ ସାତ ଦିନ ଯାକ କାନ୍ଦିଲା। ତେଣୁ ଶେଷରେ ଭୋଜିର ସପ୍ତମ ଦିନରେ ଶାମ୍ଶୋନ୍ ପ୍ରହେଳିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା’ପରେ ସେ ଯାଇ ତା’ର ଲୋକମାନଙ୍କୁ ସେହି ଉତ୍ତର କହି ଦେଲା।
18 ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ,
“ମଧୁଠାରୁ ମଧୁର ଆଉ କ’ଣ?
ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?”
ଶାମ୍ଶୋନ୍ ସେମାନଙ୍କୁ କହିଲେ,
“ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ
ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।”
19 ଶାମ୍ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା’ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ। 20 ଶାମ୍ଶୋନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକୁ ନେଲେ ନାହିଁ। ବିବାହରେ ତାଙ୍କର ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଉତ୍ତମ ବନ୍ଧୁର ସେ ସ୍ତ୍ରୀ ହେଲେ।
ପାଉଲ କରିନ୍ଥୀରେ
18 ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ। 2 ସେଠାରେ ସେ ପନ୍ତ ଦେଶୀୟ ଆକ୍ୱିଲା ନାମକ ଜଣେ ଯିହୂଦୀୟକୁ ଭେଟିଲେ। ସେ ତା’ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ସଦ୍ୟ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଳାଉଦିଆ ସମ୍ରାଟ ସମସ୍ତ ଯିହୂଦୀୟମାନଙ୍କୁ ରୋମ୍ ଛାଡ଼ି ଗ୍ଭଲିଯିବା ପାଇଁ ଆଦେଶ ଦେଇଥିଲେ। ତେଣୁ ସେମାନେ ଇତାଲିଆ ଛାଡ଼ି ଗ୍ଭଲିଆସି ଥିଲେ। ପାଉଲ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲେ। 3 ସେମାନେ ତମ୍ବୁ ବ୍ୟବସାୟୀ ଥିଲେ। ପାଉଲ ମଧ୍ୟ ସେହି ବ୍ୟବସାୟୀ ଥିଲେ। ତେଣୁ ସେ ମଧ୍ୟ ସେମାନଙ୍କ ସହିତ ରହି ସେହି କାମ କଲେ।
4 ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ୱାରା ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। 5 ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି। 6 କିନ୍ତୁ ସେମାନେ ଯେତେବେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥା କହିଲେ, ପାଉଲ ଏହାର ବିରୁଦ୍ଧରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, “ଯଦି ତୁମ୍ଭେମାନେ ଉଦ୍ଧାର ପାଉ ନାହଁ ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ସମସ୍ତ ଚେଷ୍ଟା କରି ସାରିଛି। ମୁଁ ଏବେଠାରୁ ଅଣଯିହୂଦୀମାନଙ୍କ ପାଖକୁ ଯିବି।”
7 ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଉପାସକ ତୀତସ ଯୁସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖରେ ଥିଲା। 8 କ୍ରୀଷ୍ପ ସେ ସମାଜଗୃହର ମୁଖ୍ୟ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣିଲେ, ବିଶ୍ୱାସ କଲେ ଓ ବାପ୍ତିଜିତ ହେଲେ।
9 ଦିନେ ରାତିରେ ପ୍ରଭୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, “ଭୟ କର ନାହିଁ। ନୀରବ ରୁହ ନାହିଁ। କଥା କୁହ। 10 ମୁଁ ତୁମ୍ଭ ସହିତ ଅଛି। କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମୋର ଅନେକ ଲୋକ ଏ ନଗରରେ ଅଛନ୍ତି।” 11 ତେଣୁ ପାଉଲ ସେଠାରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କ ସୁସମାଗ୍ଭର ବିଷୟରେ ଉପଦେଶ ଦେଲେ।
ପାଉଲଙ୍କୁ ଗାଲ୍ଲିୟୋନଙ୍କ ସମ୍ମୁଖକୁ ଅଣା ଯିବା
12 ଗାଲ୍ଲିୟୋନ୍ ଆଖାୟାର ରାଜ୍ୟପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସେମାନେ ତାହାଙ୍କୁ ଅଦାଲତକୁ ନେଇଗଲେ। 13 ସେମାନେ କହିଲେ, “ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବା ପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ୟବସ୍ଥାର ବିରୁଦ୍ଧ ଅଟେ।”
14 ପାଉଲ କହିବା ଆରମ୍ଭ କହିବା ମାତ୍ରେ ଗାଲ୍ଲିୟୋନ୍ ଯିହୂଦୀୟମାନଙ୍କୁ କହିଲେ, “ଯଦି ଏହା କୌଣସି ଅପରାଧ ବା କୌଣସି ସାଂଘାତିକ ଦୁର୍ବ୍ୟବହାର ବିଷୟରେ ଅଭିଯୋଗ ହୋଇଥା’ନ୍ତା, ତେବେ ତୁମ୍ଭମାନଙ୍କର କଥା ଶୁଣିବା ମୋର କର୍ତ୍ତବ୍ୟ ହୋଇଥା’ନ୍ତା, 15 କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର। ଏହିସବୁ ବିଷୟରେ ମୁଁ କୌଣସି ବିଗ୍ଭର କରିବି ନାହିଁ।” 16 ସେ ଏହା କହି ସେମାନଙ୍କୁ ଅଦାଲତରୁ ବାହାର କରିଦେଲେ।
17 ତା’ପରେ ସେମାନେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନେଇ ଅଦାଲତ ସାମନାରେ ପିଟିଲେ। କିନ୍ତୁ ଗାଲ୍ଲିୟୋନ୍ ଏଥି ପ୍ରତି ମୋଟେ ଦୃଷ୍ଟି ଦେଲେ ନାହିଁ।
ପାଉଲଙ୍କ ଆନ୍ତିୟଖିଆକୁ ଫେରିବା
18 ପାଉଲ ସେଠାରେ ଭାଇମାନଙ୍କ ସହିତ ଅନେକ ଦିନ ରହିଲେ। ତା’ପରେ ସେ ବିଦାୟ ନେଇ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ମଧ୍ୟ ଗଲେ। ପରମେଶ୍ୱରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ରେୟାରେ ଲଣ୍ଡା ହେଲେ। 19 ତା’ପରେ ସେମାନେ ଏଫିସ ନଗରରେ ପହଞ୍ଚିଲେ। ସେଠାରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ। 20 ସେମାନେ ତାହାଙ୍କୁ ସେଠାରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ। 21 ସେ ଗଲାବେଳେ କହିଲେ, “ଯଦି ପରମେଶ୍ୱର ଗ୍ଭହାନ୍ତି, ତେବେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି।” ତା’ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।
22 ପାଉଲ କାଇସରୀଆରେ ପହଞ୍ଚି ଯିରୁଶାଲମର ମଣ୍ଡଳୀକୁ ଯାଇ ସେମାନଙ୍କ ସହିତ ସାକ୍ଷାତ କଲେ। ତା’ପରେ ସେ ଆନ୍ତିୟଖିଆ ନଗରକୁ ଗଲେ। 23 ସେଠାରେ ପାଉଲ କିଛିଦିନ ରହିଲେ। ତା’ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କୁ ବଳବାନ୍ କଲେ।
ଏଫିସ ଓ କରିନ୍ଥରେ ଆପଲ୍ଲ
24 ଆପଲ୍ଲ ନାମକ ଜଣେ ଯିହୂଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଲେ। ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା। 25 ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ। କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ। 26 ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।
27 ସେ ଯେତେବେଳେ ଆଖାୟାକୁ ବାହାରିଲେ, ସେତେବେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବା ପାଇଁ ଶିଷ୍ୟମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ। 28 କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୁକ୍ତିତର୍କ କରି ସେମାନଙ୍କୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦେଖାଇ ଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି।
ସଦାପ୍ରଭୁ ନବୂଖଦ୍ନିତ୍ସରଙ୍କୁ ଶାସକ କଲେ
27 ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ଶାସନର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 2 ସଦାପ୍ରଭୁ ମୋତେ ଏହି କଥା କହିଲେ, “ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତେକ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ। 3 ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ। 4 ଆଉ ସେମାନଙ୍କୁ ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବ। 5 ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ୱାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ୱଇଚ୍ଛାରେ ଯାହାକୁ ଉଚିତ୍ ମନେ କରିବୁ, ଏହା ଦେଇ ପାରିବୁ। 6 ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ। 7 ପୁଣି ସମୁଦାୟ ଗୋଷ୍ଠୀ ନବୂଖଦ୍ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ।
8 “‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି,”ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା। 9 କିନ୍ତୁ ତୁମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କର, ତୁମ୍ଭର ଦିବ୍ୟଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ୱପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଗ୍ଭଟୁକାରମାନଙ୍କର କିଅବା ତୁମ୍ଭର ଯାଦୁକରମାନଙ୍କର କଥା ଶୁଣିବା ଉଚିତ୍ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, “ତୁମ୍ଭେ ବାବିଲୋନ୍ର ରାଜାଙ୍କର ସେବା କରିବା ଉଚିତ୍ ନୁହେଁ।” 10 ମାତ୍ର ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରେଇ ଦେବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରୁଛନ୍ତି।
11 “‘କିନ୍ତୁ ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ନିଜ ନିଜର ବେକ ଦେବେ ଓ ତାହାର ଦାସ୍ୟ କର୍ମ କରିବେ,’ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା ଓ ସେମାନେ ସେଠାରେ କୃଷି କାର୍ଯ୍ୟ କରି ବାସ କରିବେ।’”
12 ଅନନ୍ତର ମୁଁ ସେହି ସମସ୍ତ ବାକ୍ୟ ଯିହୁଦାର ରାଜା ସିଦିକିୟକୁ କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସେବା କର। ତହିଁରେ ତୁମ୍ଭେମାନେ ବଞ୍ଚିବ। 13 ପୁଣି ସଦାପ୍ରଭୁ କହନ୍ତି, କାହିଁକି ତୁମ୍ଭେ ଓ ତୁମ୍ଭର ଲୋକମାନେ ଯୁଦ୍ଧରେ, ଦୁର୍ଭିକ୍ଷରେ ଓ ମହାମାରୀରେ ମରିବ? ସଦାପ୍ରଭୁ କହିଲେ, ଯେଉଁମାନେ ବାବିଲୋନ ରାଜାଙ୍କର ସେବା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଘଟିବ। 14 ପୁଣି ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ‘ତୁମ୍ଭେମାନେ ବାବିଲ ରାଜାର ସେବା କର ନାହିଁ।’
“ତୁମ୍ଭେମାନେ ସେମାନଙ୍କର କଥାକୁ ଶୁଣିବା ଉଚିତ୍ ନୁହେଁ। କାରଣ ସେମାନେ ମିଥ୍ୟାବାଦୀ ପ୍ରଗ୍ଭର କରନ୍ତି। 15 ପୁଣି ସଦାପ୍ରଭୁ କହନ୍ତି, ‘ମୁଁ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବି ନାହିଁ। ସେମାନେ ମିଥ୍ୟା ପ୍ରଗ୍ଭର କରନ୍ତି ଓ ମୋ’ ନାମରେ ତାହା ପ୍ରଗ୍ଭର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦେବି ଓ ତୁମ୍ଭେମାନେ ବିନଷ୍ଟ ହେବ, ତୁମ୍ଭେମାନେ ଓ ସେହି ପ୍ରଗ୍ଭରକ ଭବିଷ୍ୟଦ୍ବକ୍ତାଗଣ ବିନଷ୍ଟ ହେବ।’”
16 ତା’ପରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, “ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କହନ୍ତି ଯେ, ‘ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାଯିବ। କିନ୍ତୁ ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ, କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। 17 ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ। ବାବିଲ ରାଜାର ସେବା କର, ତାହାହେଲେ ତୁମ୍ଭେମାନେ ବଞ୍ଚିବ। ଆଉ ଏହି ନଗର ଯିରୁଶାଲମକୁ କାହିଁକି ଧ୍ୱଂସ କରିବାକୁ ଦେବ? 18 ଆଉ ଯଦି ସେମାନେ ଭବିଷ୍ୟଦ୍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କଠାରେ ଥାଏ, ତେବେ ସେମାନେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୁଶାଲମରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁଙ୍କୁ ବିନତି କରନ୍ତୁ।
19 “କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ୱୟ, ସମୁଦ୍ର, ବୈଠିକି ଓ ସମସ୍ତ ବାସନ କୁସନ ସମ୍ବନ୍ଧରେ କହନ୍ତି, ଯାହାକି ଏହି ନଗରରେ ଛାଡ଼ିଛନ୍ତି। 20 ଯେତେବେଳେ ଯିହୁଦାର ରାଜା ଯିହୋୟାକୀମ୍ଙ୍କ ପୁତ୍ର ଯିହୋୟାଖୀନ୍ଙ୍କୁ ଓ ଯିହୁଦାର ଓ ଯିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖଦ୍ନିତ୍ସର ବନ୍ଦୀକରି ବାବିଲକୁ ନେଇଗଲେ ସେତେବେଳେ ସେ ସବୁ ଜିନିଷ ନେଇ ନ ଥିଲେ। 21 ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିରରେ, ଯିହୁଦାର ରାଜପ୍ରାସାଦରେ ଓ ଯିରୁଶାଲମରେ ଅବଶିଷ୍ଟ ଥିବା, ସେହି ସମସ୍ତ ବାସନ କୁସନ ବାବିଲକୁ ଅଣାଯିବ। 22 ‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”
ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ(A)
13 ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା’ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”
2 ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”
3 ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ [a] ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, 4 “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
5 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। 6 ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। 7 ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 8 ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।
9 “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। 10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର [b] ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। 11 ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। 13 ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।
14 “ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ [c] ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍। 15 ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍। 16 ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।
17 “ସେହି ସମୟ ଗର୍ଭବତୀ ମହିଳା ଓ କୋଳରେ ଛୋଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହେବ। 18 ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନରେ ନ ହୁଏ। 19 କାରଣ ସେହି ଦିନ ଗୁଡ଼ିକ ବିପଦରେ ପରିପୂର୍ଣ୍ଣ ରହିବ। ସେତେବେଳେ ଏତେ ବଡ଼ ବିପଦ ମାଡ଼ି ଆସିବ ଯେ, ସେଭଳି ବଡ଼ ବିପଦ ପରମେଶ୍ୱରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଭବିଷ୍ୟତରେ କେବେ ଆସିବ ନାହିଁ। 20 ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ।
21 “ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 22 ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ଦେଖାଦେବେ ସେମାନେ ଅଦ୍ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। 23 ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି।
24 “ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ
‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ,
ଚନ୍ଦ୍ର ତା’ର ଆଲୋକ ଦେବ ନାହିଁ।
25 ଆକାଶରୁ ତାରାମାନେ ଖସି ପଡ଼ିବେ,
ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’ (B)
26 “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ। 27 ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।
28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ [d] ନିକଟରେ ଆସି ପହଞ୍ଚିଗଲାଣି। 30 ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 31 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।
32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।
34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”
2010 by World Bible Translation Center