Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 24

ଯିହୋଶୂୟ ବିଦାୟ ନେଲେ

24 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।

ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ। କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା’ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇ‌‌ସ୍‌‌ହାକ। ଏବଂ ଇ‌‌ସ୍‌‌ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା’ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।

“‘ଏହା ପରେ ମୁଁ, ମୋଶା ଓ ହାରୋଣକୁ ସେହି ସ୍ଥାନକୁ ପଠାଇଲି। ଆଉ ମୁଁ ଗ୍ଭହିଁଥିଲି ମୋର ଲୋକମାନଙ୍କୁ ମିଶରରୁ ଫେରାଇ ଆଣିବା ପାଇଁ। ମିଶର ମଧ୍ୟରେ ଶକ୍ତିଶାଳୀ କାର୍ଯ୍ୟ କରି ମୁଁ ସେମାନଙ୍କୁ ପୀଡ଼ା ଦେଲି। ଏହା ପରେ ମୁଁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲି। ଏହିପରି ଭାବରେ ମୁଁ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ମିଶରରୁ ନେଇ ଆସିଲି। ମିଶରୀୟମାନେ ରଥ ଓ ରଥାରୋହୀ ସହିତ ସୂଫସାଗର ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ। ମିଶରୀୟ ରଥାରୋହୀ ଓ ଅଶ୍ୱାରୋହୀ ମଧ୍ୟ ଥିଲେ। ତେଣୁ ଲୋକମାନେ ମୋତେ ପ୍ରାର୍ଥନା କଲେ, ‘ହେ ପ୍ରଭୁ, ଆମ୍ଭକୁ ସାହାଯ୍ୟ କର।’ ମୁଁ ମିଶରୀୟମାନଙ୍କ ପାଇଁ ବହୁ ଅସୁବିଧା କରାଇଲି । ଏବଂ ମିଶରୀୟମାନଙ୍କ ଉପରେ ସମୁଦ୍ରକୁ ଆଚ୍ଛନ୍ନ କରାଇଲି। ତୁମ୍ଭେମାନେ ଦେଖିଅଛ, ମୁଁ ମିଶରୀୟ ସୈନ୍ୟମାନଙ୍କୁ କି ଅବସ୍ଥା କରିଛି।

ଏହା ପରେ ତୁମ୍ଭେମାନେ ସେହି ମରୁ ଅଞ୍ଚଳରେ ଦୀର୍ଘଦିନ ଧରି ବାସ କଲ। ଏହା ପରେ ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ପୂର୍ବପାର୍ଶ୍ୱରେ ବାସ କରୁଥିବା ଇମୋରୀୟମାନଙ୍କର ଦେଶକୁ ଆଣିଲି। ଏହା ପରେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲି। ଏହିପରି ତୁମ୍ଭେ ସେମାନଙ୍କର ଦେଶକୁ ଅଧିକାର କଲ। ଏବଂ ସେମାନଙ୍କୁ ବିନାଶ କଲ।

“‘ଏହା ପରେ ସି‌‌‌ପ୍‌‌‌ପୋରର ପୁତ୍ର ବାଲାକ୍ ଯେ କି ମୋୟାବର ରାଜା ଥିଲା ସେ ପ୍ରସ୍ତୁତ ହେଲା। ଇସ୍ରାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କର ରାଜା ବିୟୋର ପୁତ୍ର ବିଲିୟମକୁ ପଠାଇଲା। ସେ ତୁମ୍ଭମାନଙ୍କୁ ଶାପ ଦେବା ପାଇଁ ବିଲିୟମକୁ ପଠାଇଲା। 10 କିନ୍ତୁ ମୁଁ ସଦାପ୍ରଭୁ ବିଲିୟମର କଥାକୁ ଧ୍ୟାନ ଦେଲି ନାହିଁ। ସେ ତୁମ୍ଭକୁ ବହୁବାର ଆଶୀର୍ବାଦ କଲା। ଏବଂ ମୁଁ ତୁମ୍ଭକୁ ତା’ର ଶକ୍ତି କବଳରୁ ରକ୍ଷା କଲି।

11 “‘ଏହା ପରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋକୁ ଗଲ। ଯିରୀହୋ ନଗରର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତୁମ୍ଭେମାନେ ମଧ୍ୟ ଇମୋରୀୟ, ପିରିଷୀୟ, କିଣାନୀୟ, ହିତ୍ତୀୟ, ଗିର୍ଗାଶୀୟ, ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ହାତରେ ସମର୍ପଣ କଲି। 12 ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି [a] ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ।

13 “‘ମୁଁ ସଦାପ୍ରଭୁ ସେହି ଦେଶକୁ ତୁମ୍ଭକୁ ଦେଲି। ତୁମ୍ଭେମାନେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହଁ। ମୁଁ ତୁମ୍ଭକୁ ଯେଉଁ ସହର ଦେଲି ତାକୁ ତୁମ୍ଭେ ତିଆରି କରି ନ ଥିଲ। ମୁଁ ଏଗୁଡ଼ିକୁ ତୁମ୍ଭକୁ ଦେଲି। ଏବଂ ତୁମ୍ଭେମାନେ ସେହି ଦେଶ ଓ ସହରରେ ବାସ କରୁଛ। ସେଗୁଡ଼ିକ ମୁଁ ଦେଇଅଛି। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ କରି ନ ଥିଲ ତାହା ତୁମ୍ଭେମାନେ ଭୋଗ କରୁଅଛ।’”

14 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର।

15 “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”

16 ଏହା ପରେ ସେହି ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ କେବେ ସଦାପ୍ରଭୁଙ୍କ ଅନୁସରଣରୁ ବିଚ୍ୟୁତ ହେବୁ ନାହିଁ। ଆମ୍ଭେମାନେ କଦାପି ଅନ୍ୟ ଦେବତାମାନଙ୍କୁ ପୂଜା କରିବୁ ନାହିଁ। 17 ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅ‌ଦ୍‌ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି। 18 ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”

19 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହା ସତ୍ୟ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବାକୁ ସକ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ପରମେଶ୍ୱର ପବିତ୍ର। ଅନ୍ୟ ଦେବତାର ସେବା କଲେ ପରମେଶ୍ୱର ତାଙ୍କର ଲୋକମାଲଙ୍କୁ ଘୃଣା କରନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭେମାନେ ଏହିପରି ଭାବରେ ତାଙ୍କର ବିରୁଦ୍ଧାଚରଣ କର। 20 ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।”

21 କିନ୍ତୁ ସେହି ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନା, ଆମ୍ଭେମାନେ ସଦାପ୍ରଭୁଙ୍କୁ ହିଁ ସେବା କରିବୁ।”

22 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସେବା ଉପାସନା କରୁଛ ବୋଲି?”

ଲୋକମାନେ ଉତ୍ତର ଦେଇ କହିଲେ, “ହଁ, ଏହା ସତ୍ୟ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ ରହିଲୁ। ଆମ୍ଭେମାନେ ସଦାପ୍ରଭୁଙ୍କର ଉପାସନା କରିବୁ।”

23 ଏହା ପରେ ଯିହୋଶୂୟ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଥିବା ଭଣ୍ତ ଦେବତାମାନଙ୍କୁ ଫୋପାଡ଼ି ଦିଅ ଏବଂ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କର।”

24 ଏହା ପରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କରିବୁ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ୟ ମାନି ଚଳିବୁ।”

25 ତେଣୁ ସେହି ଦିନ ଯିହୋଶୂୟ ସେହି ଲୋକମାନଙ୍କ ସହିତ ଏକ ଚୁକ୍ତି କଲେ। ଯିହୋଶୂୟ ଏହି ଚୁକ୍ତିନାମା ଶିଖିମ୍ ସହରରେ କଲେ। ଏହା ସେମାନଙ୍କ ପାଇଁ ଅନୁସରଣ କରିବାର ଏକ ନିୟମ ସ୍ୱରୂପ ହେଲା। 26 ଯିହୋଶୂୟ ଏହାକୁ ଲେଖି ରଖିଲେ, ସଦାପ୍ରଭୁଙ୍କ ନିୟମ ପୁସ୍ତକରେ ଏବଂ ଏକ ବୃହତ୍ତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନବୃକ୍ଷମୂଳେ ସ୍ଥାପନ କଲେ।

27 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରତ୍ୟେକ କଥାକୁ ଏହା ଶୁଣି ଅଛି। ତେଣୁ ଏହା ସାକ୍ଷୀ ହୋଇ ଠିଆ ହେବ, ଯାହା ଫଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବିରୁଦ୍ଧରେ ଯାଅ ନାହିଁ।”

28 ଏହା ପରେ ଯିହୋଶୂୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକୁ ଫେରିଯିବା ପାଇଁ କହିଲେ। ତେଣୁ ପ୍ରତ୍ୟେକ ଲୋକ ନିଜ ନିଜ ଦେଶକୁ ଫେରିଗଲେ।

ଯିହୋଶୂୟଙ୍କର ମୃତ୍ୟୁ

29 ଏହା ପରେ ନୂନର ପୁତ୍ର, ସଦାପ୍ରଭୁଙ୍କର ସେବକ ଯିହୋଶୂୟଙ୍କର ମୃତ୍ୟୁ ହେଲା। ତାଙ୍କୁ ସେତେବେଳେ 110 ବର୍ଷ ହୋଇଥିଲା। 30 ଏହା ପରେ ଲୋକମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍-ସେରହରେ ତାଙ୍କର ନିଜର ଜମି ମଧ୍ୟରେ ତାଙ୍କୁ କବର ଦେଲେ।

31 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତ୍ୟୁପରେ ମଧ୍ୟ ସେମାନେ ସଦାପ୍ରଭୁଙ୍କର ଉପାସନା କଲେ। ସେମାନଙ୍କର ବୟୋଜ୍ୟେଷ୍ଠଗଣ ବଞ୍ଚିଥିଲା ଯାଏ ସେମାନେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇସ୍ରାଏଲକୁ ଯାହା କରିଥିଲେ।

ଯୋଷେଫଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ

32 ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।

33 ହାରୋଣର ପୁତ୍ର, ଇଲିୟାସର ମଲେ, ଓ ଇଫ୍ରୟିମର ପାର୍ବତ୍ୟମୟ ଦେଶର ଗିବିୟାଠାରେ ତାଙ୍କୁ କବର ଦିଆଗଲା। ତାଙ୍କର ପୁତ୍ର ପୀନହ‌ସ୍‌କୁ ଗିବିୟୋନ ଦିଆଗଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4

ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।

ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?”

ତା’ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11 ଯୀଶୁ ହେଉଛନ୍ତି

‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
    କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’ (A)

12 ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”

13 ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ। 14 ସେମାନେ ଦେଖିଲେ, ସେହି ଛୋଟ ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ।

15 ସେମାନଙ୍କୁ ସଭାରୁ ଗ୍ଭଲିଯିବା ପାଇଁ ଆଦେଶ ଦେଲେ। ତା’ପରେ ନେତାମାନେ କ’ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ। 16 ସେମାନେ କହିଲେ, “ଏ ଲୋକମାନଙ୍କ ପ୍ରତି ଆମ୍ଭେ କ’ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଗୋଟିଏ ଅସାଧାରଣ କାର୍ଯ୍ୟ କରିଛନ୍ତି। ଆମ୍ଭେ ଏହା ଅସ୍ୱୀକାର କରି ପାରିବା ନାହିଁ। 17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”

18 ତେଣୁ ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବା ପାଇଁ ଆଦେଶ ଦେଲେ। 19 କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।”

20-21 ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ। 22 ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା।

ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ

23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି,

‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି?
    ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ।

26 ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଲେ
    ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’ (B)

27 ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”

31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।

ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା

32 ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।

36 ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ। ପ୍ରେରିତମାନେ ତାହାଙ୍କୁ “ବର୍ଣ୍ଣ‌ବ୍‌‌ବା” ନାମରେ ଡାକୁଥିଲେ। ଏହି ନାମର ଅର୍ଥ, “ସାହାଯ୍ୟକାରୀ” ସେ କୁପ୍ରୀୟ ଜାତିର ଜଣେ ଲେବୀୟ ଥିଲେ। 37 ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲ‌ବ୍‌‌ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13

ପଟୁକାର ସଙ୍କେତ

13 ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।”

ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।”

ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।”

ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।

ତା’ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚା‌‌ଦ୍‌‌ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”

ଯିହୁଦାକୁ ସତର୍କବାଣୀ

12 “ସଦାପ୍ରଭୁ, ‘ଇସ୍ରାଏଲର ପରମେଶ୍ୱର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ,’ ତା’ପରେ ସେମାନେ ତୁମ୍ଭକୁ କହିବେ, ‘ଆମ୍ଭେ କ’ଣ ଜାଣୁ ନାହୁଁ ଯେ, ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ ହେବ?’ 13 ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହା କହନ୍ତି, ଦେଖ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ୟଦ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏବଂ ଯିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା। 14 ପୁଣି ଆମ୍ଭେ ସେମାନଙ୍କର ଜଣକୁ ଅନ୍ୟ ଜଣ ଉପରେ କଗ୍ଭଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପରେ ଏକ ସଙ୍ଗେ କଗ୍ଭଡ଼ିବା।”’ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ସେମାନଙ୍କ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦେଖାଇ ସେମାନଙ୍କୁ ବିନଷ୍ଟ କରିବା।”’

15 ତୁମ୍ଭେମାନେ ସବୁ ଶୁଣ ଓ କର୍ଣ୍ଣପାତ କର,
    ଅହଙ୍କାର କର ନାହିଁ।
    କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସମ୍ମାନ ଦିଅ
    ଓ ତାଙ୍କର ଗୌରବ ଗାନ କର।
    ସେ ଅନ୍ଧକାର ଆଣିବା ପୂର୍ବରୁ,
ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ,
    ସେ ମୃତ୍ୟୁଚ୍ଛାୟା ଓ ଘୋର ଅନ୍ଧକାର ଆଣିବା ପୂର୍ବରୁ,
    ଆଲୁଅର ଅପେକ୍ଷାରେ ତୁମ୍ଭେମାନେ ତାଙ୍କର ପ୍ରଶଂସା କର।
17 କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ,
    ତୁମ୍ଭେମାନେ ଅହଙ୍କାରୀ ବୋଲି
ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି।
    ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି
ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ।
    କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।
18 ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ,
    “ତୁମ୍ଭେମାନେ ନିଜକୁ ନମ୍ର କର,
    କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।”
19 ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି
    ଓ ତାହାକୁ ଫିଟାଇବାକୁ କେହି ନାହିଁ।
ସମଗ୍ର ଯିହୁଦା ନିର୍ବାସିତ ହୋଇଛନ୍ତି।
    ସେମାନେ ସମସ୍ତେ ବନ୍ଦୀରୂପେ ଉପନୀତ ହୋଇଛନ୍ତି।

20 ହେ ଯିରୁଶାଲମ, ତୁମ୍ଭେମାନେ
    ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମେଲି ଦେଖ,
ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହୋଇଥିଲା,
    ତୁମ୍ଭର ସେ ପଲ କାହିଁ?
21 ତୁମ୍ଭେମାନେ କ’ଣ କହିବ ଯେତେବେଳେ ସଦାପ୍ରଭୁ ସେହି ଲୋକମାନଙ୍କୁ
    ତୁମ୍ଭମାନଙ୍କ ଉପରେ ନିଯୁକ୍ତି କରିବେ
    ଯେଉଁମାନଙ୍କୁ ତୁମ୍ଭର ମିତ୍ର ହେବା ପାଇଁ ଶିକ୍ଷା ଦିଆଯାଇଥିଲା।
ପ୍ରସବ କାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ
    ତୁମ୍ଭେମାନେ ଅନୁଭବ କରିବ, ନୁହେଁ କି?
22 ଯଦି ତୁମ୍ଭେ ନିଜକୁ ପଗ୍ଭରିବ,
    “ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,”
ତେବେ ଉତ୍ତରରେ କୁହାଯିବ
    ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା।
    ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି
    ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି।
23 ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ
    ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ?
ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ,
    ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।

24 “ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି
    ତୁମ୍ଭମାନଙ୍କ ଘରୁ ତଡ଼ିଦେଇ
    ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।”
25 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ।
    କାରଣ ତୁମ୍ଭେମାନେ ମୋତେ ପାଶୋରିଲ
    ଓ ମିଥ୍ୟା ଦେବଗଣରେ ବିଶ୍ୱାସ କଲ।
26 ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ,
    ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର
    ନଗ୍ନତା ଦେଖି ପାରି ନ ଥିଲେ।
27 ଆମ୍ଭେ ପର୍ବତଗୁଡ଼ିକ ଉପରେ
    ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ
ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।
    ଯିରୁଶାଲମ, ଦୁଃଖ ପାଉ।
ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ।
    କେତେକାଳ ଏହି ପାପକର୍ମ କରିଗ୍ଭଲିବ?”

ମାଥିଉ ଲିଖିତ ସୁସମାଗ୍ଭର 27

ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା(A)

27 ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।

ଯିହୂଦାଙ୍କ ଆତ୍ମହତ୍ୟା(B)

ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରି‌ଶ୍‌ଟି ରୌପ୍ୟମୁଦ୍ରା ଫେରାଇଦେଲୋ। ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।”

ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”

“ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।

ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।” ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। ଏଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ,

“ସେମାନେ ତିରି‌ଶ୍‌ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ। 10 ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।” [a]

ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ(C)

11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”

ଯୀଶୁ ଉତ୍ତର ଦେଲେ, “ହଁ।”

12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।

13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”

14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।

ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ(D)

15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାର‌‌‌‌‌ବ୍‌‌‌‌‌ବା [b] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।‌‌‌‌‌‌ ‌‌‌

17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।

19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”

20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।

21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”

ସେମାନେ କହିଲେ, “ବାର‌‌‌‌‌ବ୍‌‌‌‌‌ବା।”

22 ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”

ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”

23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”

କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”

24 ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”

25 ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”

26 ପୀଲାତ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।

ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ(E)

27 ତା’ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ। 28 ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। 29 ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।” 30 ତା’ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। 31 ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ।

ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା(F)

32 ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ। 33 ସେମାନେ ଗ‌‌‌ଲ୍‌ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। 34 ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।

35 ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ। 36 ତା’ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। 37 ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ ଏ ଯିହୂଦୀମାନଙ୍କର ରାଜା ଯୀଶୁ।”

38 ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। 39 ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ, 40 “ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।”

41 ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। 42 ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ। 43 ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’ 44 ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ।

ଯୀଶୁଙ୍କ ମୃତ୍ୟୁ(G)

45 ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା। 46 ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବ‌କ୍‌ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” [c]

47 ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”

48 ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପ‌ଞ୍ଜ୍‌ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। 49 କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।”

50 ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ।

51 ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, 52 କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉ‌‌‌ତ୍‌‌ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। 53 ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।

54 ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”

55 କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। 56 ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।

ଯୀଶୁଙ୍କୁ କବର ଦିଆଗଲା(H)

57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।

ଯୀଶୁଙ୍କ କବର ପାଖରେ ପହରା

62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”

65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center