Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 7

ତା’ ପରଦିନ ପ୍ରତ୍ୟୁଷ୍ୟରେ ଯିରୁବ୍ବାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ମିଦିୟନ ଲୋକମାନଙ୍କର ଛାଉଣି ସେମାନଙ୍କର ଉତ୍ତରରେ ମୋରି ପର୍ବତ ନିକଟ ତଳଭୂମିରେ ଥିଲା।

ଏହା ପରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ମିଦିୟନମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କରିବି। କିନ୍ତୁ ତୁମ୍ଭର ଏତେ ସୈନ୍ୟ ଅଛନ୍ତି ଯେ ମୁଁ ସେମାନଙ୍କୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ୟମାନେ ଭାବିବେ ଯେ, ସେମାନେ ନିଜ ଶକ୍ତି ବଳରେ ଶତ୍ରୁମାନଙ୍କୁ ପରାସ୍ତ କରିଛନ୍ତି। ଇସ୍ରାଏଲର ଲୋକମାନେ ମୋତେ ଭୂଲିଯାଆନ୍ତୁ ବୋଲି ଓ ସେମାନେ ନିଜକୁ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତୁ ବୋଲି ମୁଁ ଗ୍ଭହେଁ ନାହିଁ। ତେଣୁ ସେମାନଙ୍କ ପାଇଁ ଏକ ଘୋଷଣା କର, ସେମାନଙ୍କୁ କୁହ, ‘ଯେଉଁ ଲୋକମାନେ ଯୁଦ୍ଧକୁ ଭୟ କରୁଛନ୍ତି, ସେମାନେ ଗିଲିୟଦ ପାହାଡ଼ ଛାଡ଼ି ସ୍ୱଗୃହକୁ ଫେରିଯିବା ଉଚିତ୍।’”

ପାଖାପାଖି 22,000 ଲୋକ ଗିଲିୟଦ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସେଠାରେ 10,000 ସୈନ୍ୟ ରହିଥିଲେ।

ଏହା ପରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ତଥାପି ବହୁତ ସୈନ୍ୟଗଣ ଅଛନ୍ତି। ସେମାନଙ୍କୁ ଜଳ ଭିତରକୁ ନିଅ, ମୁଁ ତୁମ୍ଭ ପାଇଁ ସେମାନଙ୍କୁ ପରୀକ୍ଷା କରିବି। ଯଦି ମୁଁ କୁହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ,’ ‘ସେ ତୁମ୍ଭର ଅନୁସରଣ କରିବା ଉଚିତ୍,’ କିନ୍ତୁ ଯଦି ମୁଁ କହେ, ‘ଏହି ଲୋକ ଜଣକ ତୁମ୍ଭ ସହିତ ଯିବ ନାହିଁ,’ ସେ ତୁମ୍ଭର ଅନୁସରଣ କରିବା ଉଚିତ୍ ନୁହଁ।”

ତେଣୁ ଗିଦିୟୋନ ସେମାନଙ୍କୁ ପାଣି ଭିତରକୁ ନେଇଗଲେ। ସେଠାରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଏହି ଲୋକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କର। ଯେଉଁମାନେ କୁକୁର ପରି ନିଜ ଜିଭରେ ଗ୍ଭକୁ ଗ୍ଭକୁ କରି ପାଣି ପିଇବେ, ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଓ ଯେଉଁମାନେ ନଇଁପଡ଼ି ପାଣି ପିଅନ୍ତି, ସେହି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।”

ଏଥିରେ 300 ଲୋକ ନିଜ ନିଜ ହାତରେ ମୁହଁରେ ହାତ ଦେଇ କୁକୁରପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ। ଏବଂ ଅନ୍ୟ ସମସ୍ତ ଲୋକ ଜଳ ପାନକରିବା ପାଇଁ ଆଣ୍ଠୁମାଡ଼ି ନଇଁ ପଡ଼ିଲେ। ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ମୁଁ ଏହି 300 ଲୋକଙ୍କୁ ବ୍ୟବହାର କରିବି ଯେଉଁମାନେ କୁକୁର ପରି ଗ୍ଭକୁ ଗ୍ଭକୁ କରି ଜଳପାନ କଲେ, ମୁଁ ସେମାନଙ୍କ ଦ୍ୱାରା ତୁମ୍ଭକୁ ସାହାଯ୍ୟ କରିବି ଓ ମିଦିୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସେମାନଙ୍କ ସ୍ୱଗୃହକୁ ଫେରାଇ ଦିଅ।”

ତେଣୁ ଗିଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକୁ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସେହି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକୁ ଗ୍ଭଲିଗଲେ।

ମିଦିୟନୀୟମାନଙ୍କର ଛାଉଣି ସେମାନଙ୍କର ତଳ ଉପତ୍ୟକାରେ ଥିଲା। ରାତ୍ରି ସମୟରେ ସଦାପ୍ରଭୁ ଗିଦିୟୋନଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ। ସେମାନଙ୍କୁ ପରାସ୍ତ କରିବାରେ ମୁଁ ତୁମ୍ଭମାନଙ୍କୁ ଅନୁମତି ଦେବି। 10 ଯଦି ତୁମ୍ଭେ ଏକା ଯିବାକୁ ଭୟ କରୁଛ ତେବେ ତୁମ୍ଭ ସହିତ ତୁମ୍ଭର ସେବକ ଫୁରାକୁ ନେଇଯାଅ। 11 ମିଦିୟନୀୟମାନଙ୍କର ଛାଉଣିକୁ ଯାଅ। ସେମାନଙ୍କର କଥାସବୁ ଶୁଣ। ତେବେ ସେମାନଙ୍କୁ ଆକ୍ରମଣ କରିବାକୁ ତୁମ୍ଭେମାନେ ଭୟ କରିବ ନାହିଁ।”

ତେଣୁ ଗିଦିୟୋନ ଓ ତାଙ୍କର ସେବକ ଫୁରା ମିଦିୟନୀୟର ଶିବିର ପାଖକୁ ଗଲେ। 12 ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।

13 ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।”

14 ସେହି ଲୋକଟିର ବନ୍ଧୁ ଏହି ସ୍ୱପ୍ନର ଅର୍ଥ ବୁଝି ପାରିଲା, ସେ କହିଲା, “ଇସ୍ରାଏଲରୁ ଆସିଥିବା ଯୋୟାସର ପୁତ୍ର ଗିଦିୟୋନଙ୍କର ‌‌ଖ‌ଡ଼୍‌ଗ ଏହା ଛଡ଼ା ଆଉ କିଛି ନୁହେଁ। ପରମେଶ୍ୱର ମିଦିୟନୀୟମାନଙ୍କୁ ଓ ସମସ୍ତ ଶିବିରକୁ ତାଙ୍କ ହସ୍ତରେ ଦେଇଛନ୍ତି।”

15 ସେହି ସ୍ୱପ୍ନ ଓ ଏହାର ଅର୍ଥ ଶୁଣିସାରିବା ପରେ ଗିଦିୟୋନ ନତମସ୍ତକ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣିକୁ ଫେରିଗଲେ। ସେଠାରେ ସେ ଇସ୍ରାଏଲର ସୈନ୍ୟମାନଙ୍କୁ କହିଲେ, “ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।” 16 ଏହା ପରେ ଗିଦିୟୋନ ସେହି 300 ସୈନ୍ୟଙ୍କୁ ତିନି ଦଳରେ ବିଭକ୍ତ କଲେ। ତା’ପରେ ସେ ସେମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ତୂରୀ ଓ ଗୋଟିଏ ଗୋଟିଏ ଶୂନ୍ୟ ପାତ୍ର ଦେଲେ। ପ୍ରତ୍ୟେକ ପାତ୍ର ମଧ୍ୟରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା। 17 ଏହା ପରେ ଗିଦିୟୋନ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ମୋତେ ଅନୁସରଣ କର ଏବଂ ଦେଖ ମୁଁ ଯାହା କରୁଛି ତୁମେ ସେହିପରି କର। ମୋ’ ପଛରେ ସେନା ଛାଉଣିର ସୀମା ପର୍ଯ୍ୟନ୍ତ ଆସ। ମୁଁ ଯେତେବେଳେ ସେମାନଙ୍କର ଛାଉଣିର ସୀମା ପାଖରେ ପହଞ୍ଚିବି। ମୁଁ ଯେପରି କରିବି ତୁମ୍ଭେମାନେ ଠିକ୍ ସେହିପରି କରିବ। 18 ତୁମ୍ଭେମାନେ ସମସ୍ତେ ଶତ୍ରୁ ଛାଉଣିକୁ ଘେରାଉ କରିବ ଏବଂ ମୁଁ ଏବଂ ମୋ’ ସଙ୍ଗରେ ଥିବା ସୈନ୍ୟମାନେ ଆମ୍ଭର ତୂରୀ ବଜାଇବୁ। ତା’ପରେ ତୁମ୍ଭେମାନେ ତୁମ୍ଭର ତୂରୀ ବଜାଇବ ଏବଂ ତୁମ୍ଭେମାନେ ସମସ୍ତେ ଏକା ସ୍ୱରରେ କହିବ, ‘ସଦାପ୍ରଭୁଙ୍କ ପାଇଁ ଓ ଗିଦିୟୋନର ପାଇଁ।’”

19 ତେଣୁ ଗିଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣି ପାଖରେ ପହଞ୍ଚିଲେ। ସେତେବେଳେ ମିଦିୟନୀୟମାନେ ସେମାନଙ୍କର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ୟରାତ୍ରି ସମୟ ଥିଲା। ଏହି ସମୟରେ ଗିଦିୟୋନ ଓ ତା’ର ଲୋକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇବାକୁ ଲାଗିଲେ ଓ ସେମାନଙ୍କର ଜାରଗୁଡ଼ିକୁ ଭାଙ୍ଗି ଚୁ‌ର୍‌ମାର୍ କରି ପକାଇଲେ। 20 ଏହା ପରେ ତିନି ଗୋଟି ଦଳର ସମସ୍ତ ସୈନିକମାନେ ସେମାନଙ୍କର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସେହି ଲୋକମାନେ ସେମାନଙ୍କର ବାମ ହସ୍ତରେ ମଶାଲ ଓ ଦକ୍ଷିଣ ହସ୍ତରେ ସେମାନଙ୍କର ତୂରୀଗୁଡ଼ିକ ଧରିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ସଦାପ୍ରଭୁଙ୍କ ପାଇଁ ‌‌ଖ‌ଡ଼୍‌ଗଟିଏ ଏବଂ ଗିଦିୟୋନ ପାଇଁ ‌‌ଖ‌ଡ଼୍‌ଗଟିଏ।”

21 ଗିଦିୟୋନର ସୈନ୍ୟମାନେ ଛାଉଣିର ଚତୁର୍ପାର୍ଶ୍ୱରେ ନିଜ ନିଜ ସ୍ଥାନରେ ଛିଡ଼ା ହେଲେ। ମିଦିୟନୀୟମାନେ ଆକସ୍ମିକ ବିପଦରେ ପଡ଼ିଲେ ଏବଂ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲେ। 22 ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ‌‌ଖ‌ଡ଼୍‌ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍‌ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।

23 ଏହା ପରେ ସୈନ୍ୟମାନେ, ଯେଉଁମାନେ କି ନପ୍ତାଲି ପରିବାରବର୍ଗ, ଆଶେର ଏବଂ ମନଃଶି ଥିଲେ, ସେମାନେ ଏକତ୍ରିତ ହୋଇ ମିଦିୟନୀୟମାନଙ୍କ ପଛରେ ଗୋଡ଼ାଇଲେ। 24 ଏହା ପରେ ଗିଦିୟୋନ ପର୍ବତମୟ ଦେଶ ଇଫ୍ରୟିମକୁ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, “ଓହ୍ଲାଇ ଆସ ଏବଂ ମିଦିୟନୀମାନଙ୍କ ସୈନ୍ୟଗଣକୁ ଆକ୍ରମଣ କର। ଯର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣ। ମିଦିୟନୀୟମାନେ ସେଠାରେ ପହଞ୍ଚିବା ପୂର୍ବରୁ ଏପରି କର।”

ତେଣୁ ସେମାନେ ଇଫ୍ରୟିମର ଲୋକମାନଙ୍କୁ ଏକତ୍ରିତ କଲେ। ସେମାନେ ବୈଥେ-ବାରା ଅଞ୍ଚଳ ପର୍ଯ୍ୟନ୍ତ ନିୟନ୍ତ୍ରଣ କଲେ। 25 ଇଫ୍ରୟିମର ଲୋକମାନେ ମିଦିୟନର ଦୁଇ ନେତୃବର୍ଗଙ୍କୁ ଅକ୍ତିଆର କଲେ। ସେମାନେ ସେବ୍ ଓ ଓରେବ୍ ଥିଲେ। ଇଫ୍ରୟିମ ଲୋକମାନେ ଓରେବଙ୍କୁ, ଓରେବ୍-ଶୈଳ ନିକଟରେ ହତ୍ୟା କଲେ। ସେମାନେ ସେବକୁ ସେବର ଦ୍ରାକ୍ଷାକୁଣ୍ଡ ନିକଟରେ ହତ୍ୟା କଲେ। ସେମାନେ ମିଦିୟନୀୟକୁ ନିରନ୍ତର ଘଉଡ଼ାଇବାକୁ ଲାଗିଲେ ଏବଂ ସେ ଓରେବ୍ ଓ ସେବର ମସ୍ତକକୁ ଗିଦିୟୋନ ନିକଟକୁ ଆଣିଲେ। ସେହି ସମୟରେ ଗିଦିୟୋନ ଯର୍ଦ୍ଦନ ନଦୀର ଆର ପାରିରେ ଥିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 11

ପିତର ଯିରୁଶାଲମ ଫେରି ଆସିଲେ

11 ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି। ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ। ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”

ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ, “ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି। ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି। ତା’ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’

“କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’

“ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’

10 “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା। 11 ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା। 12 ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ। 13 କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ। 14 ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’

15 “ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ। 16 ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’ 17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”

18 ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”

ଆନ୍ତିୟଖିଆରେ ସୁସମାଗ୍ଭର

19 ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ। 20 ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀ‌କ୍‌‌ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ। 21 ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।

22 ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ। 23 ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।” 24 ବର୍ଣ୍ଣ‌ବ୍‌‌ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।

25 ବର୍ଣ୍ଣ‌ବ୍‌‌ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ। 26 ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ।

27 ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ। 28 ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା। 29 ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ। 30 ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 20

ଯିରିମିୟ ଓ ପ‌‌‌ଶ୍‌‌‌ହୂର

20 ଯିରିମିୟ ଏହିସବୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପ‌‌‌ଶ୍‌‌‌ହୂର ତାହା ଶୁଣିଲା। ତେଣୁ ପ‌‌‌ଶ୍‌‌‌ହୂର ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନର ଉପର ଫାଟକରେ ଥିବା ହରିକାଠରେ ତାକୁ ବନ୍ଦ କରି ରଖିଲା। ତହିଁ ପରଦିନ ପ‌‌‌ଶ୍‌‌‌ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା’ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପ‌‌‌ଶ୍‌‌‌ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା’ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ। ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ। ପୁଣି ହେ ପ‌‌‌ଶ୍‌‌‌ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହୋଇ ବାବିଲକୁ ଯିବେ। ତୁମ୍ଭେ ସେହି ସ୍ଥାନରେ ମରିବ ଓ ସେଠାରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲ, ସେହି ବନ୍ଧୁମାନେ ମଧ୍ୟ ସେହିଠାରେ ମରିବେ ଓ କବର ନେବେ।’”

ଯିରିମିୟଙ୍କ ପଞ୍ଚମ ଅଭିଯୋଗ

ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି।
    ତୁମ୍ଭେ ମୋ’ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ’ଠାରୁ ଜୟ କରିଅଛ।
ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି,
    ସମସ୍ତେ ମୋତେ ପରିହାସ କରୁଛନ୍ତି।
ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ।
    ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ।
ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ
    ଲୋକେ ପ୍ରତିଥର ମୋତେ ଧି‌କ୍‌କାର ଓ ବିଦ୍ରୂପ କରିଛନ୍ତି।
ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ
    କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।”
ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ।
    ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ।
ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି
    କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।
10 ମୁଁ ବହୁବାର ଅପବାଦ ଶୁଣିଅଛି।
    ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି।
ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି
    ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି।
ସେମାନେ ଅଭିଯୋଗ କରି କହନ୍ତି,
    “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ
ମିଥ୍ୟା ଓ ମନ୍ଦକଥା କହିବା,
    ତୁମ୍ଭେମାନେ ମଧ୍ୟ ତାହା କହିବ।
ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା
    ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”
11 କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି।
    ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି।
ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବ
    ଓ ମୋତେ ପରାସ୍ତ କରି ପାରିବେ ନାହିଁ।
ସେମାନେ ଘୋର ଅପମାନିତ ହେବେ
    କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି
ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ।
    ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।

12 ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ।
    ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ।
ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି।
    ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ।
13 ସଦାପ୍ରଭୁଙ୍କ ବିଷୟରେ ଗାନ କର,
    ତାଙ୍କର ପ୍ରଶଂସା କର।
କାରଣ ସେ ଦୁଷ୍ଟାଗ୍ଭରୀଙ୍କ ହସ୍ତରୁ
    ଦୀନହୀନର ପ୍ରାଣ ଉଦ୍ଧାର କରନ୍ତି।

ଯିରିମିୟଙ୍କ ଷଷ୍ଠ ଅଭିଯୋଗ

14 ମୋର ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁ ଦିନ ମୋର ମାତା ମୋତେ ଜନ୍ମ ଦେଲା,
    ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା,
    “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ।
16 ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ।
    ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ।
ଆଉ ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ
    ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ।
17 କାରଣ, ସେ ମୋତେ ମାତୃ ଗର୍ଭରେ
    ମାରି ପାରିଲା ନାହିଁ।
ତାହା କରିଥିଲେ
    ମୋର ମାତୃଗର୍ଭ ମୋର କବର ହୋଇଥା’ନ୍ତା
    ଓ ମୁଁ ଜନ୍ମ ନେଇ ନ ଥା’ନ୍ତି।
18 ମୁଁ କାହିଁକି ଜନ୍ମ ହେଲି?
    ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ
    ଅତିବାହିତ ହେଲା।

ମାର୍କ ଲିଖିତ ସୁସମାଗ୍ଭର 6

ଯୀଶୁ ନିଜ ଜନ୍ମ ସହରକୁ ଗଲେ(A)

ଯୀଶୁ ସେ ସ୍ଥାନ ଛାଡ଼ି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ। ବିଶ୍ରାମ ଦିବସରେ ଯୀଶୁ ଯିହୂଦୀୟ ସମାଜଗୃହରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଗ୍ଭରଶକ୍ତି (ବିଜ୍ଞତା) କିଏ ଦେଲା? ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା? ଏ କ’ଣ ସେହି ବଢ଼େଇ ନୁହନ୍ତି? ଏ କ’ଣ ମରିୟମଙ୍କ ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନଙ୍କ ଭାଇ ନୁହନ୍ତି? ତାହାଙ୍କର ଭଉଣୀମାନେ କ’ଣ ଏଠାରେ ଆମ୍ଭ ସହିତ ନାହାନ୍ତି?” ତେଣୁ ଯୀଶୁଙ୍କୁ ସ୍ୱୀକାର କରିବାରେ ଏହି ଲୋକମାନେ ବାଧା ପାଇଲେ।

ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, “ଅନ୍ୟମାନେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସମ୍ମାନ ଦେଇଥା’ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।” ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ। ଏ ଲୋକମାନଙ୍କର କୌଣସି ବିଶ୍ୱାସ ନ ଥିବାରୁ ଯୀଶୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସେଠାରେ ଶିକ୍ଷା ଦେବାକୁ ଲାଗିଲେ।

ଯୀଶୁ ତାଙ୍କର ପ୍ରେରିତମାନଙ୍କୁ କର୍ତ୍ତବ୍ୟ ସମାପନ ପାଇଁ ପଠାଇଲେ(B)

ଯୀଶୁ ବାରଜଣ ଶିଷ୍ୟଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଦୁଇ ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସେମାନଙ୍କୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ। ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ, “ତୁମ୍ଭେ ଯାତ୍ରା କାଳରେ ବାଡ଼ିଟିଏ ଛଡ଼ା ଆଉ କିଛି ନେବ ନାହିଁ। ରୋଟୀ, ଝୁଲା କି ପକେଟରେ କିଛି ହେଲେ ଟଙ୍କା ମଧ୍ୟ ନେବ ନାହିଁ। ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କେବଳ ପିନ୍ଧିଥିବା ଲୁଗାପଟା ଛଡ଼ା କୌଣସି ଅଧିକ ଲୁଗାପଟା ନେବ ନାହିଁ। 10 କୌଣସି ଘରେ ପ୍ରବେଶ କଲେ ସେ ସହର ଛାଡ଼ି ଗ୍ଭଲିଯିବା ପର୍ଯ୍ୟନ୍ତ ସେହି ଘରେ ରହିବ। 11 ଯଦି କୌଣସି ସହରରେ ସେମାନେ ତୁମ୍ଭକୁ ସ୍ୱାଗତ ନ କରନ୍ତି କିମ୍ବା ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ସେ ସହର ଛାଡ଼ି ଗ୍ଭଲି ଯାଅ। ଛାଡ଼ିଲା ବେଳେ ତୁମ ପାଦରୁ ସେଠାକାର ଧୂଳିଝାଡ଼ି ଦିଅ। ତାହା ସେମାନଙ୍କ ପାଇଁ ଚେତାବନୀ ହେବ।”

12 ଶିଷ୍ୟମାନେ ସେଠାରୁ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ। ସେମାନେ ଘୋଷଣା କଲେ ଯେ, ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ। 13 ସେମାନେ ଲୋକଙ୍କ ଦେହରୁ ଅନେକ ଭୂତଙ୍କୁ ତଡ଼ିଦେଲେ। ସେମାନେ ଅନେକ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରିଦେଲେ।

ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ(C)

14 ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”

15 ଅନ୍ୟମାନେ କହୁଥିଲେ, “ସେ ହେଉଛନ୍ତି ଏଲିୟ।”

ଆଉ କେତେକ କହୁଥିଲେ, “ଯୀଶୁ ହେଉଛନ୍ତି ଭବିଷ୍ୟ‌ଦ୍‌ବକ୍ତା, ପ୍ରାଚୀନ କାଳର ଭବିଷ୍ୟ‌ଦ୍‌ବକ୍ତାଙ୍କ ଭଳି ସେ ମଧ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା।”

16 ହେରୋଦ ଯୀଶୁଙ୍କ ବିଷୟରେ ଏସବୁ ଶୁଣିଲେ। ସେ କହିଲେ, “ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ୟା କରିଛି। ବର୍ତ୍ତମାନ ଯୋହନ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛନ୍ତି।”

ବାପ୍ତିଜକ ଯୋହନ କିପରି ହତ୍ୟା ହେଲେ

17 ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ। 18 ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” 19 ତେଣୁ ହେରୋଦିଆ ଯୋହନଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ୟା କରିବାକୁ ଗ୍ଭହୁଁଥିଲେ। କିନ୍ତୁ ସେ ଏଥିପାଇଁ ହେରୋଦଙ୍କୁ ପ୍ରବର୍ତ୍ତାଇବାରେ ଅସଫଳ ହୋଇଥିଲେ। 20 ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

21 କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି। 22 ହେରୋଦିଆଙ୍କ ଝିଅ ଭିତରକୁ ଆସି ନାଚିଲା। ତା’ ନାଚରେ ଅତିଥିଗଣ ଓ ନିଜେ ହେରୋଦ ବହୁତ ଖୁସୀ ହେଲେ।

ହେରୋଦ ଝିଅକୁ କହିଲେ, “ତୋର ଯାହା ଦରକାର ମୋତେ ମାଗ। ମୁଁ ତୋତେ ତାହା ଦେବି।” 23 ହେରୋଦ ଶପଥ ପୂର୍ବକ ମଧ୍ୟ କହିଲେ, “ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଏପରିକି ମୁଁ ମୋ’ ରାଜ୍ୟର ଅଧା ଭାଗ ତୋତେ ଦେଇପାରେ।”

24 ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?”

ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।”

25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଗ୍ଭଲିଗଲା। ସେ ରାଜାଙ୍କୁ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ରଖି ବର୍ତ୍ତମାନ ଦିଅ।”

26 ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ। 27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା। 28 ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। 29 ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ।

ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ(D)

30 ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। 31 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”

32 ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। 33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। 34 ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।

35 ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। 36 ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା’ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।”

37 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”

ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।”

38 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”

ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।”

39 ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” 40 ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ।

41 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।

42 ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। 43 ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। 44 ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା।

ଯୀଶୁ ପାଣି ଉପରେ ଗ୍ଭଲିଲେ(E)

45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେ‌ଥ୍‌ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। 46 ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।

47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।

ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ(F)

53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସର‌ତ୍‌ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା’ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center