Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 23

କିୟୀଲାରେ ଦାଉଦ

23 ଲୋକମାନେ ଦାଉଦଙ୍କୁ କହିଲେ, “ଦେଖ, ପଲେଷ୍ଟୀୟମାନେ କିୟୀଲାମାନଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଖଳାରୁ ଶସ୍ୟ ଗ୍ଭେରି କରୁଛନ୍ତି।”

ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?”

ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।”

ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ କେତେ ଭୟ କରୁଅଛୁ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ ଚିନ୍ତା କର କେତେ ଅଧିକ ଭୟ ନ କରିବା?”

ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଗଲେ, ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସେମାନଙ୍କର ପଶୁମାନଙ୍କୁ ନେଇଗଲେ। ଏହିପରି ଭାବରେ ଦାଉଦ କିୟୀଲାର ଲୋକମାନଙ୍କୁ ରକ୍ଷା କଲେ। ଯେତେବେଳେ ଅହୀମେଲକର ପୁତ୍ର ଅବିୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଲା, ସେତେବେଳେ ଏକ ଏଫୋଦ ହାତରେ ଆଣିଥିଲା।

ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।” ଶାଉଲ ତାଙ୍କର ସମସ୍ତ ସୈନ୍ୟମାନଙ୍କୁ ଏକତ୍ରିତ ହେବା ପାଇଁ ଆଦେଶ ଦେଲେ। ଏବଂ ସେମାନେ କିୟୀଲାରେ ଯାଇ ଦାଉଦ ଓ ତା’ର ଲୋକମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ।

ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।”

10 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ଶୁଣିବାକୁ ପାଇଲି ଯେ, ଶାଉଲ ମୋ’ ପାଇଁ କିୟୀଲାକୁ ଧ୍ୱଂସ କରିବାର ଯୋଜନା ପ୍ରସ୍ତୁତ କରିଛି। 11 ଶାଉଲ କ’ଣ କିୟୀଲାକୁ ଆସିବ? କିୟୀଲାର ଲୋକମାନେ କ’ଣ ମୋତେ ତାଙ୍କ ହାତରେ ସମର୍ପି ଦେବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଏ କଥା ତୁମ୍ଭ ଦାସକୁ ଜଣାଅ।”

ତହିଁରେ ସଦାପ୍ରଭୁ ଉତ୍ତର ଦେଲେ, “ଶାଉଲ ଆସିବ।”

12 ଆଉଥରେ ଦାଉଦ ପଗ୍ଭରିଲେ, “କିୟୀଲାର ଲୋକମାନେ କ’ଣ ମୋତେ ଓ ମୋର ଲୋକମାନଙ୍କୁ ତାଙ୍କ ହସ୍ତରେ ଧରାଇ ଦେବେ?”

ସଦାପ୍ରଭୁ ଉତ୍ତର ଦେଲେ, “ହଁ ସେମାନେ କରିବେ।”

13 ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲା ପରିତ୍ୟାଗ କରି ଗ୍ଭଲିଗଲେ। ପ୍ରାୟ 600 ଲୋକ ଦାଉଦଙ୍କ ସାଥୀରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତେଣେ ବୁଲିବାକୁ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିୟୀଲା ଛାଡ଼ି ପଳାୟନ କରିଛି। ତେଣୁ ଶାଉଲ ସେହି ସହରକୁ ଗଲେ ନାହିଁ।

ଶାଉଲ ଦାଉଦଙ୍କର ପିଛା କଲେ

14 ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ।

15 ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ। 16 ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ପାଖକୁ ଗଲେ। ତାଙ୍କୁ ପରମେଶ୍ୱରଙ୍କଠାରେ ଏକ ଦୃଢ଼ ବିଶ୍ୱାସ କରିବାରେ ସାହାଯ୍ୟ କଲେ। 17 ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।”

18 ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

ସୀଫୀୟ ଲୋକମାନେ ଦାଉଦଙ୍କ ବିଷୟରେ ଶାଉଲଙ୍କୁ କହିଲେ

19 ଏହା ପରେ ସୀଫୀୟ ଲୋକମାନେ ଗିବିୟାକୁ ଶାଉଲଙ୍କ ପାଖକୁ ଆସି କହିଲେ, “ଦାଉଦ ଆମ୍ଭମାନଙ୍କ ଅଞ୍ଚଳରେ ଦକ୍ଷିଣ ଦିଗରେ ହଖୀଲା ପର୍ବତର ହୋରେଶର ସୁରକ୍ଷା ସ୍ଥାନ କିଲ୍ଲାରେ ଲୁଚି ରହିଅଛି। 20 ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ ରାଜାଙ୍କ ହସ୍ତ ଦାଉଦଙ୍କୁ ସମର୍ପଣ କରିବା ଦାୟିତ୍ୱ ଆମ୍ଭର।”

21 ଶାଉଲ କହିଲେ, “ତୁମ୍ଭେ ମୋତେ ସାହାଯ୍ୟ କରିଥିବାରୁ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। 22 ତୁମ୍ଭେମାନେ ଯାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକୁ ଯାଏ ଓ କିଏ ତାକୁ ଦେଖିଛି। ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଛି ଯେ, ସେ ଅତି ସତର୍କତାର ସହ ଚଳୁଛି। 23 ଦାଉଦ ଯେଉଁ ଯେଉଁ ସ୍ଥାନରେ ଲୁଚେ ସେହି ସେହି ସ୍ଥାନ ଖୋଜ ଏବଂ ମୋ’ ପାଖରେ ଆସି ସମସ୍ତ ବିଷୟରେ ଜଣାଅ। ତା’ପରେ ମୁଁ ତୁମ୍ଭ ସହିତ ଯିବି। ଯଦି ଦାଉଦ ଏହି ଅଞ୍ଚଳରେ ଥାଏ, ମୁଁ ତାଙ୍କୁ ଖୋଜି ବାହାର କରିବି। ଏପରିକି ମୁଁ ତାକୁ ଯିହୁଦାର ପ୍ରତ୍ୟେକ ପରିବାରର ଜରିଆରେ ଖୋଜିବି।”

24 ତେଣୁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫକୁ ଗଲେ।

ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ମାୟୋନ୍, ତାହା ଯେଶିମନର ଦକ୍ଷିଣରେ ଆରବ ନିକଟରେ ଥିଲା। 25 ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ।

26 ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ।

27 ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକୁ ଆକ୍ରମଣ କଲେଣି।”

28 ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକୁ ଛାଡ଼ି ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ। ତେଣୁ ସେମାନେ ସେହି ସ୍ଥାନର ନାମ “ପିଛିଳ ଶୈଳ” [a] ନାମ ଦେଲେ। 29 ଏହା ପରେ ଦାଉଦ ସେ ସ୍ଥାନରେ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4

ଖ୍ରୀଷ୍ଟଙ୍କର ପ୍ରେରିତଗଣ

ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି। ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍। ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ। ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି। ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।

ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା’ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।” କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା’ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।

ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା’ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ। କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ। 10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। 11 ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ। 12 ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ। 13 ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି।

14 ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି। 15 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି। 16 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ମୋ’ ପରି ହୁଅ। 17 ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

18 ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ। 19 କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ଓ ଅହଂକାର କରୁଥିବା ଲୋକମାନେ କ’ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଗ୍ଭହେଁ। 20 ଏହା ମୁଁ ଦେଖିବାକୁ ଇଚ୍ଛାକରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟ ବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ। 21 ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି?

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2

The Lord Speaks to Ezekiel

ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।”

ତା’ପରେ ଏକ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କରି ମୋତେ ଠିଆ କରାଇଲା। ତା’ପରେ ସେହି ସ୍ୱର ମୋ’ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା। ତା’ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି। ସେହି ଲୋକମାନେ ସ୍ୱେଚ୍ଛାଗ୍ଭରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଛି। ସେମାନଙ୍କୁ କୁହ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।’ ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ପହଞ୍ଚିଛନ୍ତି।

“ହେ ମନୁଷ୍ୟ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁର୍ପାର୍ଶ୍ୱରେ କଣ୍ଟକ ତୁଲ୍ୟ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧ୍ୟରେ ବାସ କରୁଅଛ। କିନ୍ତୁ ସେମାନଙ୍କୁ ଭୟ କର ନାହିଁ। ସେମାନେ ଯାହା କୁହନ୍ତି, ସେଥିରେ ଭୟଭୀତ ହୁଅ ନାହିଁ, ସେମାନଙ୍କ ଗ୍ଭହାଣି ଦ୍ୱାରା ଆତଙ୍କିତ ହୁଅ ନାହିଁ। ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ।

“ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”

ତା’ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା। 10 ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।

ଗୀତସଂହିତା 38

ଦାଉଦଙ୍କ ସ୍ମରଣୀୟ ଗୀତ।

38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
    କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
    ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
    ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
    ମୁଁ ଅତ୍ୟନ୍ତ ଲଜ୍ଜିତ।
    ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
    ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
ମୁଁ ଆଜି ନଇଁ ଯାଇଛି।
    ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
    ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
    ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
    ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
    ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
    ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
    ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
    ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
    ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
    ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
    ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
    ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
    ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
    ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
    ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
    କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
    ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
    ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
    ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center