Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 13

ଶାଉଲ ପ୍ରଥମେ ଭୁଲ୍ କଲେ

13 ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ। ଶାଉଲ ଇସ୍ରାଏଲରୁ 3000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2000 ମି‌କ୍‌ମ‌ସ୍‌ରେ ବୈଥେ‌ଲ୍‌ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।

ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।”

ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ। ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।”

ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗି‌ଲ୍‌ଗ‌ଲ୍‌ରେ ଏକତ୍ରିତ ହେବାକୁ ଡକା ହେଲେ। ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।

ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗି‌ଲ୍‌ଗ‌ଲ୍‌ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ।

ଶାମୁୟେଲ କହିଲେ ସେ ଗି‌ଲ୍‌ଗ‌ଲ୍‌ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗି‌ଲ୍‌ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ। ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ। 10 ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।

11 ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?”

ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ଏକଜୁଟ ହୋଇଛନ୍ତି। 12 ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗି‌ଲ୍‌ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”

13 ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ। 14 ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।”

ମି‌କ୍‌ମ‌ସ୍‌ରେ ଯୁଦ୍ଧ

15 ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗି‌ଲ୍‌ଗଲ୍ ପରିତ୍ୟାଗ କଲେ। ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି। 16 ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ।

ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ସେମାନଙ୍କ ଶିବିର ସ୍ଥାପନ କଲେ। 17 ପଲେଷ୍ଟୀୟମାନେ ସେ ଅଞ୍ଚଳରେ ରହୁଥିବା ସ୍ରାଏଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କର ସୁଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣ ଆକ୍ରମଣ କରିବାକୁ ଆରମ୍ଭ କଲେ। ସେମାନେ ତିନି ଦଳରେ ବିଭକ୍ତ ହୋଇ ଦଳେ ଶୂୟାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକୁ ଗଲେ। 18 ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।

19 କୌଣସି ଇସ୍ରାଏଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନ ଥିଲେ ସେମାନଙ୍କର ଭୟଥିଲା ଏହା ଦ୍ୱାରା ଇସ୍ରାଏଲୀୟମାନେ ‌‌ଖ‌ଡ଼୍‌ଗ ବା ବର୍ଚ୍ଛା ନିର୍ମାଣ କରି ପାରିବେ। 20 ପଲେଷ୍ଟୀୟମାନେ କେବଳ ଲୁହା ଶାଣ ଦେବା କାମ ଛୁରୀ, ଫାଳ, କୁହ୍ରାଡ଼ି ଓ କୋଡ଼ି ପ୍ରଭୃତିରେ ଇସ୍ରାଏଲୀୟମାନେ ସେଠାକୁ ଯାଉଥିଲେ। 21 ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀୟାଂଶ ପାଉନସ୍ ରୂପା ଏବଂ କୁହ୍ରାଡ଼ି ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ। 22 ଏଣୁ ଯୁଦ୍ଧ ସମୟରେ କୌଣସି ଇସ୍ରାଏଲୀୟଙ୍କ ପାଖରେ ‌‌ଖ‌ଡ଼୍‌ଗ କିମ୍ବା ବର୍ଚ୍ଛା ନ ଥିଲା, କେବଳ ଶାଉଲ ଏବଂ ତାଙ୍କ ପୁତ୍ର ଯୋନାଥନଙ୍କ ପାଖରେ ଲୌହ ଅସ୍ତ୍ର ଥିଲା।

23 ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ।

ରୋମୀୟଙ୍କ ପ୍ରତି ପତ୍ର 11

ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଭୁଲି ନାହାନ୍ତିଁ

11 ତା’ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? ଏଲିୟ କହିଥିଲେ: “ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।” [a] କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।” [b]

ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା’ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା’ହେଲେ କ’ଣ ହେଲା?

ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। ଶାସ୍ତ୍ରରେ ଯେପରି ଲେଖା ଅଛି:

“ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।” (A)

“ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ,
    ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ।
ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।” (B)

ଦାଉଦ କୁହନ୍ତି:

“ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ,
    ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ।
10 ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ।
    ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।” (C)

11 ତା’ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା। 12 ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଗ୍ଭହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୂଦୀମାନେ ଯେତେବେଳେ ଗ୍ଭଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!

13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। 14 ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉ‌‌‌ଦ୍‌‌‌ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। 15 ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। 16 ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା’ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା’ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର।

17 ଧରିନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡ଼ିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡ଼ିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୂଦୀମାନେ ସେହି ଜଙ୍ଗଲୀ ଜୀତଗଛ ଭଳି। ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ। 18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। 19 ତୁମ୍ଭେମାନେ କହି ପାର, “ସେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ିବାରୁ ମୁଁ ତା’ ସହିତ ସଂଯୁକ୍ତ ହେଲି।” 20 ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। 21 ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ।

22 ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା’ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। 23 ଯିହୂଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା’ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରିନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। 24 ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ।

25 ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି:

“ସିୟୋନ [c]ଠାରୁ ଉଦ୍ଧାରକର୍ତ୍ତା ଆସିବେ।
    ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
27 ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ
    ଏହି ଚୁକ୍ତି କରିବା।” (D)

28 ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30 ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ।

ପରମେଶ୍ୱର ଧନ୍ୟ

33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:

“ପ୍ରଭୁଙ୍କର ମନକୁ କିଏ ଜାଣିଛି?
    କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?” (E)

35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
    ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” (F)

36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 50

ବାବିଲ ବିଷୟରେ ଏକ ବାର୍ତ୍ତା

50 ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କ‌‌ଲ୍‌‌ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି:

“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର।
    ଧ୍ୱଜା ଉଠାଇ ପ୍ରଗ୍ଭର କର
ଓ ଗୋପନ ନ ରଖି କୁହ,
    ‘ବାବିଲ ହସ୍ତଗତ ହେଲା,
ବେଲ ଲଜ୍ଜିତ ହେଲା;
    ମରୋଦକ ବିସ୍ମିତ ହେଲା;
ତାହାର ପ୍ରତିମାଗଣ ଲଜ୍ଜିତ ହେଲେ
    ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ।
    ସେମାନେ ତାକୁ ଧ୍ୱଂସ କରିବେ।
ତାହା ମଧ୍ୟରେ କେହି ବାସ କରିବେ ନାହିଁ,
    ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ।
ସେ ସମୟରେ ଇସ୍ରାଏଲର ସନ୍ତାନଗଣ
    ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ।
ସେମାନେ କାନ୍ଦି କାନ୍ଦି ଆସିବେ,
    ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ।
    ସେହିଆଡ଼େ ମୁଖକରି ସେମାନେ କହିବେ,
‘ତୁମ୍ଭେମାନେ ଆସ,
    ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା
    ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’

“ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି।
    ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି।
ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି।
    ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି।
    ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି।
    ସେମାନଙ୍କର ଶତ୍ରୁମାନେ କହିଲେ,
‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’
    କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି,
ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ
    ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।

“ତୁମ୍ଭେମାନେ ବାବିଲରୁ ପଳାଅ
    ଓ କ‌‌ଲ୍‌‌ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ।
    ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତେଜିତ କରି
    ବାବିଲ ବିରୁଦ୍ଧରେ ଆଣିବା।
ସେମାନେ ତା’ ବିରୁଦ୍ଧରେ ସଜ୍ଜିତ ହୋଇ ଯୁଦ୍ଧ କରିବେ
    ଓ ବାବିଲ ସେମାନଙ୍କ ଦ୍ୱାରା ଅଧିକୃତ ହେବ।
ସେମାନଙ୍କର ବାଣ ନିପୁଣ ବୀର ପୁରୁଷର ବାଣପରି ହେବ।
    କୌଣସି ବାଣ ବିଫଳ ହେବ ନାହିଁ।
10 ସେମାନେ କ‌‌ଲ୍‌‌ଦୀୟମାନଙ୍କର ସମସ୍ତ ଲୁଣ୍ଠନ କରିବେ।
    ସଦାପ୍ରଭୁ କହନ୍ତି,
ସେମାନେ ନିଜର ସନ୍ତୋଷ ଅନୁସାରେ ଲୁଣ୍ଠନ କରିବେ।”

11 “ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ।
    ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ।
ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ
    ବଳଦ ସଦୃଶ କୁଦା ମାରୁଛ
ଓ ବଳବାନ୍ ଅଶ୍ୱପରି
    ହେସ୍ରାରାବ କରୁଅଛ।
12 “କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ,
    ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହେବେ।
ବାବିଲ ଗୋଷ୍ଠୀଗଣ ମଧ୍ୟରେ ନ୍ୟୁନ ହେବ।
    ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13 ସଦାପ୍ରଭୁଙ୍କ କୋପ ଯୋଗୁଁ
    ତାହା ନିର୍ଜନ ସ୍ଥାନ ହେବ
    ଓ ସମ୍ପୂର୍ଣ୍ଣ ଧ୍ୱଂସ ସ୍ଥାନରେ ପରିଣତ ହେବ।
ଯେଉଁ ଲୋକ ବାବିଲ ନିକଟ ଦେଇ ଯିବ, ସେ ବିସ୍ମିତ ହେବ
    ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।

14 “ହେ ଧନୁର୍ଦ୍ଧର ବୀରଗଣ,
    ତୁମ୍ଭେମାନେ ବାବିଲ ବିରୁଦ୍ଧରେ ଆପଣା ସୈନ୍ୟ ସଜାଅ।
ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷେପ କର,
    କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15 ବାବିଲର ଚତୁର୍ଦ୍ଦିଗରେ ବିଜୟର ସିଂହନାଦ କର,
    ସେ ନିଜକୁ ସମର୍ପଣ କରିଅଛି।
    ତାହାର ସମସ୍ତ ଗଡ଼ ପତିତ ହୋଇଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହୋଇଅଛି।
କାରଣ ଏହା ସଦାପ୍ରଭୁଙ୍କ ଦ୍ୱାରା ଦେୟ ପ୍ରତିଶୋଧ।
    ତାହାଠାରୁ ପ୍ରତିଶୋଧ ନିଅ।
    ସେ ଯେପରି କରିଅଛି, ତାହା ପ୍ରତି ସେହିପରି କର।
16 ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ
    ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର।
ବାବିଲକୁ ଆସିଥିବା ବନ୍ଦୀମାନେ
    ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ।
    ସେମାନେ ନିଜ ନିଜ ଦେଶକୁ ପଳାଇବେ।

17 “ଇସ୍ରାଏଲ ଛିନ୍ନଭିନ୍ନ ହୋଇଥିବା ମେଷ ସ୍ୱରୂପ
    ସେ ସିଂହମାନଙ୍କ ଦ୍ୱାରା ବିତାଡ଼ିତ ହୋଇଅଛି।
ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା।
    ଆଉ ଶେଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।”
18 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
‘ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦେଇଥିଲୁ,
    ସେହିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦେବା।

19 “‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା’ର ଚରାସ୍ଥାନକୁ ଆଣିବା,
    ସେ କର୍ମିଲ ଓ ବାଶନ ଉପରେ ଚରିବ।
ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ
    ଭୋଜନ କରି ପରିତୃପ୍ତ ହେବ।’”
20 ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ,
    ମାତ୍ର କିଛି ମିଳିବ ନାହିଁ;
ଯିହୁଦାର ପାପ ଅନ୍ୱେଷଣ କରାଯିବ,
    ମାତ୍ର ସେମାନେ କିଛି ପାଇବେ ନାହିଁ।
ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା,
    ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।”

21 ପୁଣି ସଦାପ୍ରଭୁ କହନ୍ତି,
    “ତୁମ୍ଭେ ମରାଥୟିମ୍ ଓ ପକୋଦ ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।
ସେମାନଙ୍କ ପଛେ ପଛେ ଯାଇ
    ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଃଶେଷ କର।
    ଆମ୍ଭର ଆଜ୍ଞାକୁ କହିବାନୁସାରେ ପାଳନ କର।

22 “ଦେଶସାରା ସଂଗ୍ରାମର
    ଓ ମହା ବିନାଶର ଶବ୍ଦ ଶୁଣାଯାଉଛି।
23 ‘ସମଗ୍ର ପୃଥିବୀରେ ବାବିଲକୁ
    ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା।
ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି
    ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି।
24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ,
    ଏବଂ ଅଜାଣତରେ ତୁମ୍ଭେ ସେହି ଫାଶରେ ପଡ଼ିଯାଇଛ।
ତୁମ୍ଭକୁ ଧରାଗଲା
    କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲ
25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ
    ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି।
କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କ‌‌ଲ୍‌‌ଦୀୟମାନଙ୍କ ଦେଶରେ
    ସେମାନଙ୍କ ପାଇଁ କିଛି କରିବାର ଅଛି।

26 “ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧରେ ଆସ।
    ତାହାର ଭଣ୍ଡାରସବୁ ଖୋଲିଦିଅ।
ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି
    ରାଶିପରି ଢିପି କର।
    ତାହାର କିଛି ଅବଶିଷ୍ଟ ରଖ ନାହିଁ।
27 ତାହାର ବୃଷଭ ସବୁକୁ ବଧ କର।
    ସେସବୁ ବଧ ସ୍ଥାନକୁ ଯାଆନ୍ତୁ।

ସେମାନେ ସନ୍ତାପର ପାତ୍ର,

    କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28 ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ
    ବାବିଲ ଦେଶରୁ ସିୟୋନକୁ ଗ୍ଭଲି ଯାଉଥିଲେ,
ସେମାନେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର ସମୟ ଆସିଯାଇଛି।
    କ‌‌ଲ୍‌‌ଦୀୟମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି।
    ତେଣୁ ସେ ବାବିଲକୁ ଧ୍ୱଂସ କରୁଛନ୍ତି।

29 “ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ
    ଧନୁରେ ଗୁଣ ଦେବାକୁ ଏକତ୍ରିତ କର।
ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ।
    ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର।
ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ।
    ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ।
ସେ ଯେପରି କରିଛି ତା’ ପ୍ରତି ସେହିପରି କର।
    କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ
    ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।”
30 ଏଣୁ ସଦାପ୍ରଭୁ କହନ୍ତି,
    “ସେହି ଦିନ ତା’ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ
ଓ ତା’ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।”

31 “ହେ ଉଦ୍ଧତ ବାବିଲ,
    ଆମ୍ଭେ ତୁମ୍ଭ ବିପକ୍ଷରେ ଅଛୁ।”
    ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଯେହେତୁ ତୁମ୍ଭ ବିରୁଦ୍ଧରେ ଅଛୁ,
    ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।
32 ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ
    ଓ କେହି ତାକୁ ଉଠାଇବେ ନାହିଁ।
ପୁଣି ଆମ୍ଭେ ତା’ର ନଗରରେ ଅଗ୍ନି ଲଗାଇବା
    ଓ ସେ ତା’ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।”

33 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଉଭୟ ଇସ୍ରାଏଲ ଓ ଯିହୁଦାର ପୁତ୍ରଗଣ ଅତ୍ୟାଗ୍ଭରିତ ହୋଇଛନ୍ତି।
    ଯେଉଁ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ନେଲେ ସେମାନେ ସେମାନଙ୍କୁ ଦୃଢ଼ ହସ୍ତରେ ଧରି ରଖିଲେ, ଛାଡ଼ିଲେ ନାହିଁ।
34 ମାତ୍ର ସେମାନଙ୍କର ମୁକ୍ତିଦାତା ବଳବାନ, ସୈନ୍ୟାଧିପତି ସଦାପ୍ରଭୁ
    ସେମାନଙ୍କୁ ପୁନର୍ବାର ଫେରାଇ ଆଣିବେ।
ସେ ପୃଥିବୀକୁ ଶାନ୍ତ
    ଓ ବାବିଲବାସୀଙ୍କୁ ଉ‌‌ଦ୍‌‌ବିଗ୍ନ କରିବାକୁ
    ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।”

35 ସଦାପ୍ରଭୁ କହନ୍ତି,
“କ‌‌ଲ୍‌‌ଦୀୟମାନଙ୍କୁ
    ବାବିଲର ଅଧିପତିଗଣଙ୍କୁ
    ଓ ଜ୍ଞାନୀମାନଙ୍କୁ ‌‌ଖ‌ଡ଼୍‌ଗ ବିନାଶ କରିବ।
36 ଗଣକମାନେ ‌‌ଖ‌ଡ଼୍‌ଗରେ ବଧ ହେବ,
    ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ ‌‌
ଖ‌ଡ଼୍‌ଗ ସୈନ୍ୟମାନଙ୍କୁ ବନାଶ କରିବ,
    ଫଳରେ ସେମାନେ ଭୟଭୀତ ହେବେ।
37 ଆଉ ସେମାନଙ୍କର ଅଶ୍ୱଗଣକୁ, ରଥଗୁଡ଼ିକୁ
    ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ‌‌ଖ‌ଡ଼୍‌ଗ ବିନାଶ କରିବ
    ଓ ସେମାନେ ଭୟଭୀତା ସ୍ତ୍ରୀମାନଙ୍କ ପରି ହେବେ।
ସେମାନଙ୍କର ଭଣ୍ଡାରସବୁ ‌‌ଖ‌ଡ଼୍‌ଗରେ ବିନଷ୍ଟ ହେବ
    ଓ ସେସବୁ ଲୁଣ୍ଠିତ ହେବ।
38 ତାହାର ଜଳାଶୟଗୁଡ଼ିକ ‌‌
    ଖ‌ଡ଼୍‌ଗର ଆଘାତରେ ଜଳଶୂନ୍ୟ ହେବ।
ଆଉ ତା’ର ଖୋଦିତ ପ୍ରତିମାଗଣ ଯୋଗୁଁ
    ତା’ର ଲୋକମାନେ ନିର୍ବୋଧ ହୋଇଅଛନ୍ତି
    ଓ ସେମାନଙ୍କ ପାଇଁ ମନ୍ଦଫଳ ଘଟିବ।
39 “ବାବିଲ ଆଉ କେବେ ଜନବସତି ଯୋଗ୍ୟ ହେବ ନାହିଁ।
    ବନ୍ୟପଶୁ, କେନ୍ଦୁଆମାନେ ସେଠାରେ ବାସ କରିବେ।
ଓଟପକ୍ଷୀମାନେ ବିଶ୍ରାମ କରିବେ।
    ତାହା ପୁରୁଷାନୁକ୍ରମେ ବସତି ଯୋଗ୍ୟ ହେବ ନାହିଁ।”
40 ସଦାପ୍ରଭୁ କହନ୍ତି, “ପରମେଶ୍ୱର ସଦୋମ, ହମୋରା
    ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ୱଂସ କରିଥିଲେ,
ସେହିପରି ବାବିଲ ଧ୍ୱଂସ ପାଇବ।
    ସେଠାରେ କେହି ଲୋକ ବାସ କରିବେ ନାହିଁ
କି ମନୁଷ୍ୟପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।”

41 “ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ
    ଲୋକମାନେ ଆସୁଛନ୍ତି
    ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।
42 ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି,
    ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ।
ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି।
    ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି।
ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ
    ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।
43 ଆଉ ବାବିଲର ରାଜା ସେମାନଙ୍କ ବିଷୟରେ ଶୁଣିଲେ
    ଓ ଭୟଭୀତ ହୋଇପଡ଼ିଲେ।
ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଗ୍ଭଲିଲା ନାହିଁ
    ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନା ଓ ଯନ୍ତ୍ରଣା ଅନୁଭବ କଲେ।”

44 ପୁଣି ସଦାପ୍ରଭୁ କହନ୍ତି,
    “ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ
ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା
    ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି
ଆମ୍ଭେ ସେମାନଙ୍କୁ ହଠାତ୍,
    ସେମାନଙ୍କ ଦେଶରୁ ତଡ଼ିଦେବା।
କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା,
    କାରଣ ମୋ’ ପରି କେହି ନୁହନ୍ତି?
    ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି?
ଆମ୍ଭ ସମ୍ମୁଖରେ ଠିଆ ହେଲାପରି
    ପାଳକ କିଏ ଅଛନ୍ତି?”

45 ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯେଉଁ ମନ୍ତ୍ରଣା
    ଓ କ‌‌ଲ୍‌‌ଦୀୟମାନଙ୍କ ବିପକ୍ଷରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ।
ଲୋକମାନେ ସେମାନଙ୍କ ପଲର ଛୁଆମାନଙ୍କୁ ଟାଣି ନେଇଯିବେ।
    ସେମାନଙ୍କର ଚରାଭୂମି ଓ ନିବାସସ୍ଥାନ ଶୂନ୍ୟ ହୋଇଯିବ।
46 ବାବିଲର ପତନ ଘଟିବ
    ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ।
ପୃଥିବୀର ସମସ୍ତ ଗୋଷ୍ଠୀ
    ସେହି କ୍ରନ୍ଦନର ଶବ୍ଦ ଶୁଣିବେ।

ଗୀତସଂହିତା 28-29

ଦାଉଦଙ୍କର ଗୀତ।

28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
    ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
    ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
    ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
    ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
    ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
    ମୋ’ ନିବେଦନ ଟିକେ ଶୁଣ।
    ମୋ’ ପ୍ରତି କୃପା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
    ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
    କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
ସଦାପ୍ରଭୁ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
    ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
    ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
    ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
    ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା ହେଉ,
    କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
    ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
    ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
    ସଦାପ୍ରଭୁ ହିଁ ତା’ର ଏକମାତ୍ର ବଳ।

ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
    ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
    ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center