Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 16

ଶାମୁୟେଲ ବୈ‌ଥ୍‌ଲେହମକୁ ଗଲେ

16 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈ‌ଥ୍‌ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”

କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।”

ସଦାପ୍ରଭୁ କହିଲେ, “ବୈ‌ଥ୍‌ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା’ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।”

ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈ‌ଥ୍‌ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?”

ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।

ଯେତେବେଳେ ଯିଶୀ ଓ ତା’ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।”

କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।”

ତା’ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।”

ତା’ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।”

10 ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଳାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”

11 ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?”

ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।”

ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।”

12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି।

ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।”

13 ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।

ଏକ ମନ୍ଦ ଆତ୍ମା ଶାଉଲକୁ କଷ୍ଟ ଦେଲା

14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। 15 ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି। 16 ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।”

17 ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।”

18 ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈ‌ଥ୍‌ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।”

19 ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।”

20 ତା’ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ। 21 ଏହା ପରେ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାଯ୍ୟକାରୀ ହେଲେ। 22 ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।”

23 ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହସ୍ତରେ ବଜାନ୍ତି। ତହିଁରେ ଶାଉଲ ଆଶ୍ୱାସ ପାଇ ଭଲ ହୁଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।

ରୋମୀୟଙ୍କ ପ୍ରତି ପତ୍ର 14

ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ

14 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି।

ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।

ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା’ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।

10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। 11 ଶାସ୍ତ୍ରରେ ଲେଖା ଅଛି:

“ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ
    ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ।
    ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ।
    ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।” (A)

12 ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।

କୌଣସି ଲୋକର ପାପର କାରଣ ହୁଅ ନାହିଁ

13 ତା’ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ। 14 ମୁଁ ପ୍ରଭୁ ଯୀଶୁଙ୍କଠାରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ଜଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ୱାସ କରେ, ସେହି ଖାଦ୍ୟ ତା’ ପାଇଁ ଅଶୁଚି ହୁଏ।

15 ତାହାକୁ ସେ ଗ୍ରହଣ କରିବା ଅନୁଚିତ୍। ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା’ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଗ୍ଭଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା’ର ବିଶ୍ୱାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ୟ ପ୍ରାଣତ୍ୟାଗ କରିଥିଲେ। 16 ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ। 17 ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା। 18 ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।

19 ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା। 20 ଖାଦ୍ୟ ଯେପରି ପରମେଶ୍ୱରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ୟ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍, ଯଦି ତାହା ଅନ୍ୟ ଜଣକୁ ପାପରେ ପଡ଼ିଯିବାର କାରଣ ହୋଇଥାଏ। 21 ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ୱାରା, ପାପକର୍ମ କରିବାକୁ ବାଧ୍ୟ କରେ, ତା’ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

22 ନିଜର ଏହିଭଳି ବିଶ୍ୱାସ ଗୁଡ଼ିକୁ ପରମେଶ୍ୱର ଓ ତୁମ୍ଭ ନିଜ ଭିତରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ୱାସ କରୁଥିବା କର୍ମମାନ କଲାବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସେହି ଲୋକ ବାସ୍ତବରେ ସୁଖୀ ଓ ଧନ୍ୟ। 23 କିନ୍ତୁ ଯଦି ଜଣେ, ସେ ଠିକ୍ କାମକରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା’ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା’ହେଲେ ସେ ପାପ କରୁଛି।

ଯିରିମିୟଙ୍କ ବିଳାପ 1

ଯିରୁଶାଲମର ଧ୍ୱଂସ ପାଇଁ ବିଳାପ

ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି,
    ଏକଦା ସେହି ସହର ଲୋକପୂର୍ଣ୍ଣ ଥିଲା,
ଯିରୁଶାଲମ ପୃଥିବୀର ମହାନ ନଗରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା,
    କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ୟ ଅଛି।
ସେ ଯିଏ କି ଜଣେ ରାଜକୁମାରୀ ପରି ଥିଲା,
    ବର୍ତ୍ତମାନ ସେ କିପରି କରଦାୟୀନୀ ଦାସୀପରି ହୋଇଅଛି।
ସେ ରାତ୍ରିରେ ଅତିଶୟ ରୋଦନ କରୁଛି,
    ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି;
    ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ;
ତା’ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି;
    ସେମାନେ ତାହାର ଶତ୍ରୁ ହୋଇଛନ୍ତି।
ଯିହୁଦା ବହୁ ଦୁଃଖ ଯୋଗୁଁ
    ନିର୍ବାସିତ ହୋଇଅଛି।
ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ
    ଓ ସେ ବିଶ୍ରାମ ପାଏ ନାହିଁ।
ତାହାର ତାଡ଼ନାକାରୀ ସମସ୍ତେ
    ସଂକୀର୍ଣ୍ଣ ପଥରେ ତାକୁ ଧରିଲେ।
ସିୟୋନର ସମସ୍ତ ପଥ ଶୋକରେ ପରିପୂର୍ଣ୍ଣ,
    କାରଣ କେହି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାନ୍ତି।
ତାହାର ସମସ୍ତ ଫାଟକ ଶୂନ୍ୟ
    ଓ ତାହାର ଯାଜକମାନେ ବିଳାପ କରୁଛନ୍ତି।
ତା’ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା
    ଓ ସେ ନିଜେ ମନରେ ବହୁ ପୀଡ଼ା ପାଇଅଛି।
ତା’ର ବିପକ୍ଷମାନେ ଜୟଲାଭ କରିଛନ୍ତି
    ଓ ତା’ର ଶତ୍ରୁଗଣ ସୌଭାଗ୍ୟବାନ୍ ହୋଇଛନ୍ତି।
କାରଣ ତା’ର ଅପାର ପାପ ଯୋଗୁଁ
    ସଦାପ୍ରଭୁ ତାକୁ କ୍ଳେଶ ଦେଇଛନ୍ତି।
ତା’ର ଶିଶୁ ସନ୍ତାନଗଣ
    ଶତ୍ରୁମାନଙ୍କ ଦ୍ୱାରା ନିର୍ବାସିତ ହୋଇଯାଇଛନ୍ତି।
ସିୟୋନ କନ୍ୟାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଗ୍ଭଲିଯାଇଛି,
    ଏହାର ରାଜକୁମାରୀମାନେ ଗ୍ଭରଣଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି।
    ପୁଣି ସେମାନଙ୍କୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗରେ ସେମାନେ ଶକ୍ତିହୀନ ହୋଇଛନ୍ତି।
ନିଜ ଦୁଃଖ ଓ ଦୁର୍ଗତିର ସମୟରେ,
ଯିରୁଶାଲମ ଆପଣା ପୂର୍ବକାଳର ରମଣୀୟ ଦିନସବୁ ସ୍ମରଣ କରୁଅଛି;
    ଯେତେବେଳେ ତା’ର ଲୋକମାନେ
ଶତ୍ରୁମାନଙ୍କ ଦ୍ୱାରା କବଳିତ ହେଲେ,
    କେହି ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ,
ସେତେବେଳେ ତା’ର ଶତ୍ରୁଗଣ ସେମାନଙ୍କର ଧ୍ୱଂସାବସ୍ଥା ଦେଖି
    ସେମାନଙ୍କୁ ଉପହାସ କଲେ।
ଯିରୁଶାଲମ ଅତିଶୟ ପାପ କରିଅଛି,
    ଏଣୁ ସେ ନଗର
    ଧ୍ୱଂସପ୍ରାପ୍ତ ହୋଇଅଛି।
ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ,
    ଏବେ ସେମାନେ ତାକୁ ଘୃଣା କରୁଛନ୍ତି।
    କାରଣ ସେମାନେ ତାକୁ ଗାଳି ଦିଅନ୍ତି।
ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି
    ଓ ପଛକୁ ମୁଖ ଫେରାଉଅଛି।
ଯିରୁଶାଲମର ଅପରିଷ୍କାର ଗଳି
    ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା।
ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା।
    ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ।
ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ,
    ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”

10 ତାହାର ସମସ୍ତ ବିପକ୍ଷମାନେ ସେମାନଙ୍କର ହସ୍ତ ପ୍ରସାରଣ କଲେ
    ଏବଂ ସମସ୍ତ ସୁନ୍ଦର ଜିନିଷ ନେଇଗଲେ।
ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିରରେ ପ୍ରବେଶ କରିବାର ପର୍ଯ୍ୟବେକ୍ଷଣ କଲେ।
    ସେହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀରେ ଯୋଗଦେବାକୁ ଆଦେଶ ଦେଇଥିଲେ।
11 ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି।
    ସେମାନେ ବଞ୍ଚିବା ଉଦ୍ଦେଶ୍ୟରେ ଖାଦ୍ୟ ପାଇଁ
    ସେମାନଙ୍କର ମନୋହର ସାମଗ୍ରୀ ସବୁ ଦେଉଛନ୍ତି।
ଯିରୁଶାଲମ କହେ, “ହେ ସଦାପ୍ରଭୁ, ଦେଖ, ମୋତେ ନିରୀକ୍ଷଣ କର,
    ଆଉ ଦେଖ ଲୋକମାନେ ମୋତେ ଘୃଣା କରୁଛନ୍ତି।
12 ହେ ପଥିକଗଣ, ମୋତେ ଗ୍ଭହଁ ଏବଂ ଦେଖ
    କି ଦାରୁଣ ଯନ୍ତ୍ରଣା ମୁଁ ଭୋଗୁଅଛି।
ଏପରି ଯନ୍ତ୍ରଣା ଓ ଦୁଃଖ
    ଅନ୍ୟ କିଏ ପାଇଛି କି?
ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରେ
    ମୋ’ ପ୍ରତି ଦଣ୍ଡ ବିଧାନ କରିଛନ୍ତି।
13 ସଦାପ୍ରଭୁ ଊର୍ଦ୍ଧ୍ୱରୁ ମୋ’ ଅସ୍ଥିଗୁଡ଼ିକ ମଧ୍ୟରୁ
    ଅଗ୍ନି ପ୍ରେରଣ କରିଅଛନ୍ତି,
ସେ ମୋର ମରଣ ପାଇଁ ଢାଲ ପାତିଛନ୍ତି
    ଓ ସେଥିରେ ମୋତେ ଗୁଡ଼ାଇ ଦେଇଛନ୍ତି।
ସେ ମୋତେ ଅନାଥିନୀ
    ଓ ଦିନସାରା ଅସୁସ୍ଥା କରିଛନ୍ତି।

14 “ମୋର ପାପରୂପ ଯୁଆଳି
    ସଦାପ୍ରଭୁଙ୍କ ହସ୍ତରେ ବନ୍ଧା ଯାଇଅଛି।
ସଦାପ୍ରଭୁଙ୍କ ସେହି ଯୁଆଳି ମୋ’ ସ୍କନ୍ଧ ଉପରକୁ ଆସିଅଛି,
    ସେ ମୋତେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି।
ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ପାରିବି ନାହିଁ,
    ସେମାନଙ୍କ ହସ୍ତରେ ସଦାପ୍ରଭୁ ମୋତେ ସମର୍ପଣ କରିଛନ୍ତି।
15 “ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା
    ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି।
ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ
    ଦଳେ ଲୋକ ଆଣିଛନ୍ତି।
ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି
    ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।

16 “ଏହିସବୁ ବିଷୟ ପାଇଁ ମୁଁ କ୍ରନ୍ଦନ କରୁଅଛି
    ଓ ମୋର ଚକ୍ଷୁଯୁଗଳ ଲୋତକପୂର୍ଣ୍ଣ ହୋଇଅଛି।
କାରଣ ମୋର ସାନ୍ତ୍ୱନାକାରୀ ମୋର ପ୍ରାଣକୁ ଆଶ୍ୱାସନା ଦେବା କଥା,
    କିନ୍ତୁ ସେ ମୋ’ଠାରୁ ଦୂରେଇ ଅଛନ୍ତି।
ମୋର ସନ୍ତାନଗଣ ଅନାଥ ହୋଇଛନ୍ତି,
    କାରଣ ମୋର ଶତ୍ରୁଗଣ ସେମାନଙ୍କ ଉପରେ ବିଜୟଲାଭ କରିଛନ୍ତି।”

17 ସିୟୋନ ଆପଣା ହସ୍ତ ପ୍ରସାରଣ କରୁଛି,
    ମାତ୍ର ତାକୁ ସାହାଯ୍ୟ କରିବାକୁ କେହି ନାହିଁ।
ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘେରି ରହିବାକୁ
    ସଦାପ୍ରଭୁ ଆଦେଶ କରିଛନ୍ତି।
ଯିରୁଶାଲମ ସେମାନଙ୍କ ମଧ୍ୟରେ
    ଅଶୁଚି ବସ୍ତୁ ତୁଲ୍ୟ ଅଛି।

18 ବର୍ତ୍ତମାନ ଯିରୁଶାଲମ କହେ, “ସଦାପ୍ରଭୁ ଧାର୍ମିକ ଅଟନ୍ତି
    ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି।
ହେ ଗୋଷ୍ଠୀସକଳ, ମୁଁ ବିନୟ କରୁଛି, ତୁମ୍ଭେମାନେ ଶୁଣ
    ଓ ମୋର ଦୁଃଖ ଦେଖ।
ମୋର ଯୁବକ, ଯୁବତୀମାନେ
    ନିର୍ବାସିତ ଅବସ୍ଥା ପାଇଛନ୍ତି।
19 ମୁଁ ମୋର ପ୍ରେମିକମାନଙ୍କୁ ଡାକିଲି,
    ମାତ୍ର ସେମାନେ ମୋ’ ପ୍ରତି ପ୍ରବଞ୍ଚନା କଲେ।
ମୋର ଯାଜକଗଣ ଓ ପ୍ରାଚୀନବର୍ଗ
    ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ।
ସେମାନେ ନିଜେ ନିଜେ ବଞ୍ଚିବା ପାଇଁ
    ଆହାର ଖୋଜୁଥିବା ବେଳେ ମଲେ।

20 “ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା।
    ମୋର ଅନ୍ତର ବ୍ୟଥିତ ହେଉଛି,
କାରଣ ମୁଁ ବିଦ୍ରୋହୀ ଥିଲି।
    ବାହାରେ ଖଡ଼ଗ ବଧ କରୁଅଛି
ଓ ଗୃହ ଭିତରେ ମୃତ୍ୟୁ ରହିଅଛି।
    ହେ ସଦାପ୍ରଭୁ ଦେଖ,
ମୋର ଅନ୍ତର କିପରି ଦହି ମୋହିଁବା ଭଳି ହେଉଛି।

21 “ମୋ’ କଥା ଶୁଣ, ମୁଁ ବିଳାପ କରୁଛି।
    ମୋତେ ସାନ୍ତ୍ୱନା ଦେବାକୁ କେହି ନାହିଁ।
ମୋର ଶତ୍ରୁମାନେ ମୋର ବିପଦକଥା ଶୁଣି ଆନନ୍ଦିତ।
    ସେମାନେ ଖୁସୀ,
କାରଣ ତୁମ୍ଭେ ମୋ’ ପ୍ରତି ତାହା ଘଟାଇଛ।
    ତୁମ୍ଭେ କହିଥିଲ ଏକ ସମୟରେ
ମୋର ଶତ୍ରୁମାନେ ଦଣ୍ଡିତ ହେବେ।
    ବର୍ତ୍ତମାନ ସେମାନଙ୍କୁ ମୋ’ ତୁଲ୍ୟ କରନ୍ତୁ।

22 “ଆଉ ଦେଖ, ମୋର ଶତ୍ରୁଗଣ କିପରି ଦୁଷ୍ଟତାରେ ପରିପୂର୍ଣ୍ଣ ।
    ମୋର ଅଧର୍ମ ଯୋଗୁଁ ମୋ’ ପ୍ରତି ଯେଉଁପରି ବ୍ୟବହାର କରିଥିଲ,
    ସେମାନଙ୍କ ପ୍ରତି ସେହି ପ୍ରକାର କର।
କାରଣ ମୁଁ ଅନେକ ଥର ବିଳାପ କରୁଛି
    ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।”

ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।

କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center