M’Cheyne Bible Reading Plan
ଶେବଃ ଇସ୍ରାଏଲକୁ ଦାଉଦଙ୍କଠାରୁ ଦୂରେଇ ନେଲେ
20 ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା,
“ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ।
ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ।
ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”
2 ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ପରିତ୍ୟାଗ କଲେ ଓ ବିଖ୍ରିର ପୁତ୍ର ଶେବଃର ଅନୁସରଣ କଲେ। ମାତ୍ର ଯର୍ଦ୍ଦନଠାରୁ ଯିରୁଶାଲମ ପର୍ଯ୍ୟନ୍ତ ଯିହୁଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।
3 ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।
4 ତା’ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।”
5 ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
ଶେବଃକୁ ହତ୍ୟା କରିବାକୁ ଦାଉଦ ଅବୀଶୟକୁ କହିଲେ
6 ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମୋର ଅଧିକାରୀମାନଙ୍କୁ ନେଇ ତାଙ୍କ ପଛେ ପଛେ ଯାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
7 ତେଣୁ ଯୋୟାବ ଯିରୁଶାଲମ ଛାଡ଼ି ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲା। ଯୋୟାବ ସହିତ, କରେଥୀୟ, ପଲେଥୀୟ ଓ ସମସ୍ତ ବୀରମାନେ ବାହାରିଲେ।
ଯୋୟାବ ଅମାସାକୁ ହତ୍ୟା କଲେ
8 ସେମାନେ ଗିବିୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସେମାନଙ୍କର ସମ୍ମୁଖକୁ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ଼୍ଗ ତାହାର କଟି ଦେଶରେ ବନ୍ଧାଥିଲା। ପୁଣି ସେ ଯାଉ ଯାଉ ତାହା ପଡ଼ିଗଲା। ତେଣୁ ଯୋୟାବ ଏହାକୁ ଉଠାଇଲା ଓ ଧରିଲା। 9 ଯୋୟାବ ଅମାସାକୁ ପଗ୍ଭରିଲା, “କି ଭାଇ ତୁମ୍ଭର ମଙ୍ଗଳ?” ତହୁଁ ଯୋୟାବ ଅମାସାକୁ ଚୁମ୍ବନ କରିବା ପାଇଁ ନିଜର ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। 10 ମାତ୍ର ଯୋୟାବର ହସ୍ତସ୍ଥିତ ଖଡ଼୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ଖଡ଼୍ଗରେ ତା’ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା’ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ।
ଦାଉଦଙ୍କର ଲୋକମାନେ ଶେବଃର ଅନୁସନ୍ଧାନରେ ଲାଗି ରହିଲେ
ଯୋୟାବ ଓ ତା’ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ। 11 ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।”
12 ସେ ସମୟରେ ଅମାସା ରାଜପଥ ମଧ୍ୟରେ ନିଜ ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ଯୁବକ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜପଥରୁ କ୍ଷେତ୍ରକୁ ନେଇଗଲା। ତା’ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡ଼ାଇ ଦେଲା। ଯେତେ ଲୋକ ତା’ର ନିକଟ ଦେଇ ଆସିଲେ, ପ୍ରତ୍ୟେକକୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା। 13 ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
ଶେବଃ ବୈଥ୍ମାଖାସ୍ଥିତ ଆବେଲକୁ ପଳାୟନ କଲେ
14 ଶେବଃ ଇସ୍ରାଏଲର ସମସ୍ତ ପରିବାରବର୍ଗ ମଧ୍ୟଦେଇ ଆବେଲ୍, ବୈଥ୍ମାଖା ଗମନ କଲା। ସମସ୍ତ ବେରୀୟମାନେ ଏକତ୍ରିତ ହେଲେ, ଓ ତା’ର ପଛେ ପଛେ ଗମନ କଲେ।
15 ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥ୍ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
16 ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତି ସ୍ତ୍ରୀ ଡାକି କହିଲା, “ଶୁଣ ଶୁଣ, ମୁଁ ବିନୟ କରୁଅଛି ଯୋୟାବକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ। ମୁଁ ତା’ ସହିତ କଥାବାର୍ତ୍ତା କରିବାକୁ ଗ୍ଭହୁଁଛି।”
17 ଯୋୟାବ ସ୍ତ୍ରୀଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସେହି ସ୍ତ୍ରୀ ପଗ୍ଭରିଲା, “ତୁମ୍ଭେ କ’ଣ ଯୋୟାବ?”
ଯୋୟାବ ଉତ୍ତର ଦେଲେ, “ହଁ, ମୁଁ ଯୋୟାବ ଅଟେ।”
ତେଣୁ ସେହି ସ୍ତ୍ରୀଲୋକଟି କହିଲା, “ମୋ’ କଥା ଟିକେ ଶୁଣ।”
ଯୋୟାବ କହିଲେ, “ମୁଁ ଶୁଣୁଅଛି।”
18 ତା’ପରେ ସ୍ତ୍ରୀଲୋକଟି କହିଲା, “ପୂର୍ବକାଳରେ ଲୋକମାନେ କହୁଥିଲେ, ‘ଲୋକେ ଆବେଲ୍ରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ସେମାନେ ଯାହା ଦରକାର କଲେ ତାହା ପାଇପାରିବେ।’ 19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?”
20 ଯୋୟାବ ଉତ୍ତର ଦେଲେ, “ମୁଁ କୌଣସି ଜିନିଷ ଧ୍ୱଂସ କରିବାର ଦରକାର ନାହିଁ। ମୁଁ ତୁମ୍ଭର ସହର ଧ୍ୱଂସ କରିବାର ଦରକାର ନାହିଁ। 21 କିନ୍ତୁ ତୁମ୍ଭର ସହରରେ ଇଫ୍ରୟିମ ପର୍ବତମୟ ଦେଶୀୟ ଲୋକ ଅଛି ଯାହାର ନାମ ଶେବଃ, ସେ ବିଖ୍ରିର ପୁତ୍ର। ସେ ରାଜାଙ୍କର ବିରୁଦ୍ଧାଚରଣ କରୁଅଛି। ତାକୁ ମୋତେ ଦିଅ ମୁଁ ଏଠାରୁ ପରିତ୍ୟାଗ କରିବି।”
ସେହି ସ୍ତ୍ରୀ ଯୋୟାବକୁ କହିଲା, “ଠିକ୍ ଅଛି ପ୍ରାଚୀର ଦେଇ ତା’ର ମସ୍ତକ ତୁମ୍ଭର ନିକଟକୁ ପକାଯିବ।”
22 ତା’ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପୁତ୍ର ଶେବଃର ମୁଣ୍ଡ କାଟି ପ୍ରାଚୀର ଉପର ଦେଇ ଯୋୟାବ ନିକଟକୁ ଫୋପାଡ଼ି ଦେଲେ।
ତେଣୁ ଯୋୟାବ ତୂରୀ ବଜାଇଲେ ଏବଂ ଲୋକମାନେ ଓ ସୈନ୍ୟମାନେ ନିଜ ନିଜ ତମ୍ବୁକୁ ପଳାୟନ କଲେ, ଯୋୟାବ ଯିରୁଶାଲମକୁ ରାଜାଙ୍କ ନିକଟକୁ ଆସିଲେ।
ଦାଉଦଙ୍କର କର୍ମଗ୍ଭରୀ ସଂପ୍ରଦାୟ
23 ସେ ସମୟରେ ଯୋୟାବ ସମସ୍ତ ଇସ୍ରାଏଲର ସୈନ୍ୟଦଳର ଦଳପତି ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ମୁଖ୍ୟ ଥିଲେ। 24 ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ। 25 ଶିବା ଥିଲା ଲେଖକ, ପୁଣି ସାଦୋକ୍ ଓ ଅବିୟାଥର ଯାଜକ ଥିଲେ। 26 ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ବ୍ୟକ୍ତିଗତ ଯାଜକ ଥିଲା।
ଶେଷ ସତର୍କବାଣୀ ଓ ଶୁଭେଚ୍ଛା
13 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।” [a] 2 ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି। 3 ମୋ’ ଦ୍ୱାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭେମାନେ ପ୍ରମାଣ ଗ୍ଭହୁଁଛ। ମୋର ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ଦୁର୍ବଳ ନୁହନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିଶାଳୀ ଅଟନ୍ତି। 4 ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।
5 ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। 6 ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। 7 ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। 8 ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। 9 ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
11 ଭାଇ ଓ ଭଉଣୀମାନେ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହେବାକୁ ଚେଷ୍ଟା କର। ମୁଁ ଯେପରି କହିଛି ସେହିପରି କାମ କରୁଥାଅ। ସମସ୍ତେ ଏକ ମନରେ ଓ ଶାନ୍ତିରେ ରୁହ। କେବେ ଶାନ୍ତି ଓ ପ୍ରେମର ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।
12 ପବିତ୍ର ଚୁମ୍ବନ ଦ୍ୱାରା ପରସ୍ପରକୁ ସ୍ୱାଗତ ଜଣାଅ। ପରମେଶ୍ୱରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ୱରଙ୍କ ପ୍ରେମ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।
ସୋର, ସମୁଦ୍ରର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର
27 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ସୋର ପାଇଁ ବିଳାପ କର। 3 “ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ୟ କରୁଥିବା, ‘ସମୁଦ୍ରର ଦ୍ୱାର’ ସୋରକୁ କୁହ:
“ହେ ସୋର, ତୁମ୍ଭେ କହିଅଛ,
ମୁଁ ପରମ ସୁନ୍ଦରୀ।
4 ଭୂମଧ୍ୟସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ।
ତୁମ୍ଭର ନିର୍ମାଣକାରୀମାନେ
ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଛନ୍ତି।
5 ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ
ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି।
ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ
ଲିବାନୋନ୍ରୁ ଏରସ କାଷ୍ଠ ଦେଇଛନ୍ତି।
6 ବାସନର ଅଲୋନ କାଠରେ
ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି।
ଆଉ ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ
ତାଶୂର କାଠରେ ଖଚିତ ହାତୀଦାନ୍ତ ଦ୍ୱାରା
ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
7 ତୁମ୍ଭର ଧ୍ୱଜା ହେବା ପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ରରେ
ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା।
ପୁଣି ତୁମ୍ଭର ଗ୍ଭନ୍ଦୁଆ ଇଲୀଶା ଦ୍ୱୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ
ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
8 ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ।
ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
9 ଗବାଲର [a] ପ୍ରାଚୀନବର୍ଗ ମୁଖ୍ୟ ଓ ଜ୍ଞାନୀମାନେ
ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନେଇ ଅନ୍ୟମାନଙ୍କୁ ସାହାଯ୍ୟ କଲେ।
ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ
ତୁମ୍ଭ ସହିତ ବାଣିଜ୍ୟ କରିବା ପାଇଁ ଆସିଲେ।’
10 “‘ପାରସ୍ୟ, ଲୁଦ ଓ ପୂଟ ଦେଶୀୟ ଲୋକମାନେ ତୁମ୍ଭ ସୈନ୍ୟବାହିନୀର ଯୋଦ୍ଧା ଥିଲେ। ସେମାନେ ତୁମ୍ଭ ମଧ୍ୟରେ ସେମାନଙ୍କର ଢାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସେମାନେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ। 11 ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସେନା ସଙ୍ଗରେ ଥିଲେ, କେଉଁମାନେ ଗ୍ଭରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ। ସେମାନେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପରେ ନିଜ ନିଜ ଢାଲ ଟଙ୍ଗାଇଲେ ଏବଂ ସେମାନେ ତୁମ୍ଭ ସୌନ୍ଦର୍ଯ୍ୟ ସିଦ୍ଧ କଲେ।
12 “‘ତର୍ଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 13 ଗ୍ରୀକ୍, ତୁର୍କ ଓ ମେଷକର ଲୋକମାନେ ବ୍ୟବସାୟୀ ଥିଲେ। ସେମାନେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳରେ ବ୍ୟବସାୟ କଲେ। 14 ତୋଗର୍ମ ବଂଶୀୟ ଲୋକମାନେ ଅସ୍ତ୍ର, ଯୁଦ୍ଧାସ୍ତ୍ର ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 15 ଦଦାନର ଲୋକମାନେ ମଧ୍ୟ ତୁମ୍ଭର ବ୍ୟବସାୟୀ ଥିଲେ। ତୁମ୍ଭର ଅନେକ ଦ୍ୱୀପ ସହ ବାଣିଜ୍ୟ ଥିଲା। ସେମାନେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ବଦଳରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ। 16 ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ୟର ପ୍ରସିଦ୍ଧି ହେତୁ ଆରାମ୍ ତୁମ୍ଭର ବଣିକ ଥିଲା। ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
17 “‘ଯିହୁଦା ଓ ଇସ୍ରାଏଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଲ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 18 ଦମ୍ମେଶକ ଜଣେ ଗ୍ରାହକ ମଧ୍ୟ ଥିଲେ। ସେମାନେ ତୁମ୍ଭର ବହୁ ପ୍ରକାରର ମୂଲ୍ୟବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ୟ କଲେ। ସେମାନେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ବଦଳରେ ତୁମ୍ଭ ସହିତ ବାଣିଜ୍ୟ କଲେ। 19 ବଦାନ ଓ ଯବନ ଲୋମ ନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ୟ ଓ ଆଖୁ ଥିଲା। 20 ଦଦାନ ତୁମ୍ଭକୁ ଭଲ ବ୍ୟବସାୟ ଦେଲା। ସେମାନେ ତୁମ୍ଭ ସହିତ ଘୋଡ଼ାଗୁଡ଼ିକ ଆରୋହଣ କରିବା ପାଇଁ ମୋଟା ସୂତାର ବସ୍ତ୍ର ବାଣିଜ୍ୟ କଲେ। 21 ଆରବ ଓ କେଦରର ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମେଷଶାବକ, ମେଷ ଓ ଛାଗ ବଦଳରେ ତୁମ୍ଭର ଦ୍ରବ୍ୟ ନେଇ ବାଣିଜ୍ୟ କରୁଥିଲେ। 22 ଶିବାର ଓ ରୟମାର ବଣିକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ସେମାନଙ୍କର ଶ୍ରେଷ୍ଠ ଅତର ଓ ମୂଲ୍ୟବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳରେ ବାଣିଜ୍ୟ କଲେ। 23 ହାରଣ, କନ୍ନୀ, ଏଦନ୍, ଶିବାର, ଅଶୂର ଓ କିଲ୍ମଦର ବ୍ୟବସାୟୀମାନେ ତୁମ୍ଭ ସହିତ ବାଣିଜ୍ୟ କଲେ। 24 ସେମାନଙ୍କ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ନାନା ଉତ୍କୃଷ୍ଟ ଦ୍ରବ୍ୟ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀୟ ବସ୍ତ୍ର ବହୁମୂଲ୍ୟବାନ୍ ବସ୍ତ୍ର ଓ ରଜ୍ଜୁରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ। 25 ତର୍ଶୀଶରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହନ କରୁଥିଲେ।
“‘ହେ ସୋର, ତୁମ୍ଭେ ସମୁଦ୍ରର ମଧ୍ୟସ୍ଥଳରେ
ଅତିଶୟ ଶକ୍ତିଶାଳୀ ଥିଲ।
26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣି ଅଛନ୍ତି।
ମାତ୍ର ପୂର୍ବୀୟ ବାୟୁ ସମୁଦ୍ର ମଧ୍ୟରେ ତୁମ୍ଭକୁ ଭାଙ୍ଗି ପକାଇଛି।
27 ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ,
ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ,
ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ,
ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ,
ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ
ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ
ତୁମ୍ଭର ପତନ ଦିନରେ
ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ।
28 “‘ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ
ସୁଦୂର ଉପନଗର ସମୂହ କମ୍ପିତ ହେବେ।
29 ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ
ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳରେ ଠିଆ ହେବେ।
30 ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଅତିଶୟ ଦୁଃଖିତ ହୋଇ କ୍ରନ୍ଦନ କରିବେ।
ପୁଣି ସେମାନେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ।
31 ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ମସ୍ତକ ମୁଣ୍ଡନ କରି
କଟିଦେଶରେ ଚଟ ବାନ୍ଧିବେ,
ଆଉ ତୁମ୍ଭ ସକାଶେ ପ୍ରାଣ ବିକଳରେ ରୋଦନ କରି ଅତିଶୟ ବିଳାପ କରିବେ।
32 “‘ସେମାନେ ସେହି ମହାଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହିବେ,
“‘ସୋର ପରି କେହି ନାହିଁ,
ସୋର ସମୁଦ୍ର ମଧ୍ୟରେ ବିନଷ୍ଟ ହେଲା।”
33 ତୁମ୍ଭର ବଣିକମାନେ ସମୁଦ୍ର ଦେଇ ଗଲେ,
ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ।
ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ।
34 କିନ୍ତୁ ତୁମ୍ଭେ ବର୍ତ୍ତମାନ
ସମୁଦ୍ରର ଗଭୀର ଜଳରେ ଭଗ୍ନ ହେବା ଯୋଗୁଁ
ତୁମ୍ଭର ସମସ୍ତ ବାଣିଜ୍ୟ ଦ୍ରବ୍ୟ
ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
35 ଉପକୂଳବର୍ତ୍ତୀର ନିବାସୀମାନେ
ତୁମ୍ଭ ବିଷୟରେ ଆଚମ୍ବିତ ହୋଇଅଛନ୍ତି
ଏବଂ ସେମାନଙ୍କର ରାଜାମାନେ ଭୟଭୀତ ହୋଇଥିଲେ
ଓ ସେମାନଙ୍କର ମୁଖମଣ୍ଡଳ ସେମାନଙ୍କର ଆଚମ୍ବିତ ପ୍ରକାଶ କଲା।
36 ଅନ୍ୟ ଗୋଷ୍ଠୀୟ ବଣିକମାନେ
ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍ ଶବ୍ଦ କରନ୍ତି।
ତୁମ୍ଭର ଭାଗ୍ୟ ଲୋକମାନଙ୍କୁ ଭୟଭୀତ କରେ
ଏବଂ ତୁମ୍ଭେମାନେ ଆଉ ରହିବ ନାହିଁ।’”
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।
75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
କିନ୍ତୁ ମୁଁ ତାକୁ ସ୍ଥିର କରିବି।
4-5 “କିଛି ଲୋକ ବହୁତ ଗର୍ବୀ,
ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।”’
6 କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।
76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
2 ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
3 ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖଡ଼୍ଗ
ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ।
4 ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
5 ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
6 ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
7 ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି।
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ [a] ଶକ୍ତିଶାଳୀ ହୁଅନ୍ତୁ।
11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
2010 by World Bible Translation Center