M’Cheyne Bible Reading Plan
ଶାଉଲଙ୍କର ମୃତ୍ୟୁ
31 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗିଲ୍ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା। 2 ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ର ବିରୁଦ୍ଧରେ ଭୟଙ୍କର ଯୁଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂୟଙ୍କୁ ହତ୍ୟା କଲେ।
3 ଯୁଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରୁଦ୍ଧରେ ଧନୁର୍ଦ୍ଧାରିମାନେ ଅତି ଦୟନୀୟ ଭାବେ ତୀରମାରି ଶାଉଲକୁ ଆଘାତ କଲେ। 4 ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।
5 ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିଯାଇଛନ୍ତି। ତେଣୁ ସେ ତା’ର ଖଣ୍ତା ବାହାର କରି ନିଜ ଖଣ୍ଡାରେ ଶାଉଲଙ୍କ ନିକଟରେ ମୃତ୍ୟୁବରଣ କଲା। 6 ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।
ପଲେଷ୍ଟୀୟମାନେ ଶାଉଲଙ୍କ ମୃତ୍ୟୁରେ ଆନନ୍ଦ କଲେ
7 ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା’ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ।
8 ତା’ ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖରେ ରହିଯାଇଥିବା ପଦାର୍ଥଗୁଡ଼ିକ ନେବାକୁ ଆସିଲେ। ସେମାନେ ଦେଖିବାକୁ ପାଇଲେ ଯେ ଗିଲ୍ବୋୟ ପର୍ବତ ଉପରେ ଶାଉଲ ଏବଂ ତା’ର ତିନି ପୁତ୍ର ନିହତ ହୋଇ ପଡ଼ି ରହିଛନ୍ତି। 9 ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ୟାଦିକୁ ନେଇଗଲେ। ପଲେଷ୍ଟୀୟମାନେ ନିଜ ନିଜର ଦେବଗଣ ଗୃହ ବା ମନ୍ଦିରକୁ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡ଼କୁ ଖବର ଦେଇ ପଠାଇଲେ। 10 ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜୁଆ ଇତ୍ୟାଦିକୁ ଆଷ୍ଟାରୋତ୍ ଦେବୀଙ୍କ ମନ୍ଦିରରେ ରଖିଲେ। ପଲେଷ୍ଟୀୟମାନେ ମଧ୍ୟ ଶାଉଲଙ୍କ ଶରୀରକୁ ବୈଥ୍ଶାନ୍ କାନ୍ଥରେ ଟାଙ୍ଗି ରଖିଲେ।
11 ଯାବେଶ୍-ଗିଲିୟଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ। 12 ତେଣୁ ଯାବେଶ୍ର ସୈନ୍ୟମାନେ ବୈଥ୍ଶାନ୍କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା’ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈଥ୍ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେଶ୍କୁ ଆଣିଲେ। ଯାବେଶ୍ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ। 13 ତା’ପରେ ସେହି ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଅସ୍ଥି ସଂଗ୍ରହ କରି ଆଣି ଯାବେଶ୍ଠାରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକୁ ସମାଧି ଦେଲେ। ତା’ପରେ ଯାବେଶ୍ର ଲୋକମାନେ ଶୋକ ସନ୍ତାପ୍ତ ଭାବରେ ଦୁଃଖରେ ଶୋକ ପାଳନ ନିମନ୍ତେ ସାତ ଦିନ ବିନା ଆହାରରେ ଶୋକ ପାଳନ କଲେ।
11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।
ଅଧୀନରେ ରହିବା
2 ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭେମାନେ ମୋତେ ସମସ୍ତ ବିଷୟରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦେଇଥିଲି ସେ ଗୁଡ଼ିକୁ ସ୍ମରଣରେ ରଖି ପାଳନ କରୁଛ। 3 ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ: ପ୍ରତ୍ୟେକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ୱର।
4 ଯେକୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍ବାଣୀ କହେ, ସେ ନିଜ ମସ୍ତକର ଅପମାନ କରେ। 5 ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ। 6 ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ ନାହିଁ, ତା’ହେଲେ ଏହା ସେ ମସ୍ତକର କେଶ କାଟିପକାଇବା ସଙ୍ଗେ ସମାନ। ମାତ୍ର କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ, ତେଣୁ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍।
7 କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଅଟେ। 8 ପୁରୁଷ ସ୍ତ୍ରୀଠାରୁ ଆସି ନାହିଁ। ସ୍ତ୍ରୀ ପୁରୁଷଠାରୁ ଆସିଛି। 9 ପୁରୁଷ ସ୍ତ୍ରୀ ପାଇଁ ସୃଷ୍ଟି ହୋଇ ନ ଥିଲା; ବରଂ ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହୋଇଥିଲା। 10 ଜଣେ ସ୍ତ୍ରୀ ଅଧୀନତାର ଚିହ୍ନ ସ୍ୱରୂପେ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ୍। ସ୍ୱର୍ଗଦୂତମାନଙ୍କ ଲାଗି ମଧ୍ୟ ସେ ଏହା କରିବା ଉଚିତ୍।
11 କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ, ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ, ଓ ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। 12 କାରଣ, ଯେପରି ପୁରୁଷଠାରୁ ସ୍ତ୍ରୀ ଆସିଛି, ସେହିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତରେ ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି।
13 ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା କ’ଣ ଉଚିତ୍ କି? ଏହା ତୁମ୍ଭେମାନେ ନିଜେ ନିର୍ଣ୍ଣୟ କର। 14 ପ୍ରକୃତି କ’ଣ ତୁମ୍ଭକୁ ଶିକ୍ଷା ଦେଇ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା? 15 କିନ୍ତୁ ଯଦି ଜଣେ ସ୍ତ୍ରୀର ଲମ୍ବା ବାଳ ଅଛି, ଏହା ତା’ ପାଇଁ ଗୌରବର ବିଷୟ। ମସ୍ତକ ଆଚ୍ଛାଦନ କରିବା ପାଇଁ ସ୍ତ୍ରୀକୁ ଦୀର୍ଘ କେଶ ପ୍ରଦାନ କରାଯାଇଛି। 16 ଯଦି କିଏ ଏହି ବିଷୟରେ ଯୁକ୍ତିତର୍କ କରିବା ପାଇଁ ଇଚ୍ଛା କରେ, ତେବେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ଯ୍ୟକଳାପଠାରୁ ଆମ୍ଭେ ବା ପରମେଶ୍ୱରଙ୍କ ମଣ୍ଡଳୀ ସ୍ୱୀକୃତ ଦେବ ନାହିଁ।
ପ୍ରଭୁଭୋଜ
17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି। 18 ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭେମାନେ ମଣ୍ଡଳୀ ସଭାରେ ସମବେତ ହେଲାବେଳେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟେ। 19 କେତେକାଂଶରେ ମୁଁ ଏହାକୁ ବିଶ୍ୱାସ କରେ। ତୁମ୍ଭମାନଙ୍କ ମଧ୍ୟରେ ମତଭେଦ ହେବା ଆବଶ୍ୟକ କାରଣ ଏହା ଦ୍ୱାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାଯିବ।
20 ଅତଏବ, ତୁମ୍ଭେମାନେ ଯେତେବେଳେ ମଣ୍ଡଳୀରେ ସମବେତ ହୁଅ, ତୁମ୍ଭେମାନେ ପ୍ରକୃତରେ ପ୍ରଭୁଭୋଜ [a] ପାଳନ କରି ନ ଥାଅ। 21 କାରଣ ତୁମ୍ଭେମାନେ ଖାଇଲା ବେଳେ ଅନ୍ୟମାନଙ୍କ ପାଇଁ ଅପେକ୍ଷା ନ କରି ନିଜ ନିଜର ଭୋଜ ଖାଅ। ଫଳତଃ, କେହି କେହି ଯଥେଷ୍ଟ ଖାଇବା ଓ ପିଇବାକୁ ପାଆନ୍ତି ନାହିଁ, ଅପରପକ୍ଷରେ ଅନ୍ୟମାନେ ଅତ୍ୟଧିକ ଖାଇପିଇ ମାତାଲ ହୋଇଯା’ନ୍ତି। 22 ତୁମ୍ଭେମାନେ ନିଜ ନିଜର ଘରେ ଖାଇ ପିଇ ପାରିବ। ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ମଣ୍ଡଳୀର ଯେପରି ଗୁରୁତ୍ୱ ନାହିଁ, ଏହି କାର୍ଯ୍ୟରୁ ଜଣାପଡ଼େ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଲଜ୍ଜା ଦେଉଛ। ମୁଁ ତୁମ୍ଭମାନଙ୍କୁ କ’ଣ ବା କହିବି? ଏହି କାମ ପାଇଁ କ’ଣ ମୁଁ ତୁମ୍ଭମାନଙ୍କ ପ୍ରଶଂସା କରିବି? ନା। ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ପ୍ରଶଂସା କରିବି ନାହିଁ।
23 ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ। 24 ତା’ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ: “ଏହା ତୁମ୍ଭମାନଙ୍କ ନିମନ୍ତେ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର।” 25 ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।” 26 ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ।
27 ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। 28 ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। 29 ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା’ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। 30 ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। 31 କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା’ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। 32 ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।
33 ଅତଏବ, ହେ ଭାଇ ଓ ଭଉଣୀମାନେ ଯେତେବେଳେ ଭୋଜନ କରିବା ପାଇଁ ତୁମ୍ଭେମାନେ ଏକାଠି ଆସିଛ, ପରସ୍ପର ଏକଆରେକ ଲାଗି ଅପେକ୍ଷା କର। 34 ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି।
God’s Messengers Punish Jerusalem
9 ତା’ପରେ ପରମେଶ୍ୱର ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ କହିଲେ, ନଗରକୁ ଦଣ୍ଡ ଦେବାକୁ ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆଣ। ସେମାନେ ସମସ୍ତେ ସେମାନଙ୍କର ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ। 2 ତା’ପରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସେମାନଙ୍କର ପ୍ରତ୍ୟେକଙ୍କର ହସ୍ତରେ ବିନାଶକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାର୍ଶ୍ୱରେ ଲେଖକର କାଳି ଦୁଆତ ଥିଲା। ଏବଂ ସେମାନେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ। 3 ଏବଂ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ୱାର ନିକଟକୁ ଯାଇଥିଲା। ତା’ପରେ ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।
4 ତା’ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”
5-6 ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା’ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।
7 ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, “ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ।
8 ଏବଂ ସେମାନେ ଯେତେବେଳେ ସଂହାର କରୁଥିଲେ, ଏକମାତ୍ର ମୋତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଯିରୁଶାଲମ ଉପରେ କୋପ କରି ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ?”
9 ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’ 10 ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।”
11 ଏହା ପରେ ସେହି ଶୁକ୍ଳବସ୍ତ୍ର ପରିହିତ ବ୍ୟକ୍ତି କାଳିଦୁଆତ ନେଇ ଫେରି ଆସିଲା ଏବଂ କହିଲା, “ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ଯ୍ୟ କରିଅଛ।”
କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।
48 ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
2 ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
3 ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
4 ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
5 କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
6 ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
ଓ ସେମାନେ ଭୟରେ ଥରି ଉଠିଲେ।
7 ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
8 ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
9 ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
ଯିହୁଦାର ସହର ସବୁ ଉଲ୍ଲସିତ।
କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
2010 by World Bible Translation Center