Daily Reading for Personal Growth, 40 Days with God
8 ଯୀଶୁ ଜୀତପର୍ବତକୁ ଗଲେ। 2 ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।
3 ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। 4 ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା’ର ସ୍ୱାମୀ ନୁହେଁ। 5 ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ’ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?”
6 ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। 7 ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” 8 ତା’ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।
9 ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। 10 ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ’ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”
11 ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”
ତା’ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ।
ଯୀଶୁ ହେଉଛନ୍ତି ଜଗତର ଆଲୋକ
12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”
13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”
14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”
19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”
2010 by World Bible Translation Center