Daily Reading for Personal Growth, 40 Days with God
ପ୍ରଥମେ ତୁମ୍ଭେ ଯୋଜନା କର(A)
25 ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ, 26 “ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ। 27 ଜଣେ ଲୋକ ମୋତେ ଅନୁସରଣ କଲାବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧେଇ ଗ୍ଭଲିବ ନାହିଁ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ।
28 “ତୁମ୍ଭେମାନେ ଯଦି ଗୋଟିଏ କୋଠାଘର ତିଆରି କରିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ପ୍ରଥମେ ବସି ସ୍ଥିର କରିବ ଯେ, ଏଥିପାଇଁ କେତେ ଖର୍ଚ୍ଚ ହେବ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ୍ ଯେ, କାମଟି ସମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି କି ନାହିଁ। 29 ତା’ ନ ହେଲେ ତୁମ୍ଭେମାନେ ମୂଳଦୁଆ ପକେଇ ଦେଇ କାମ ଆରମ୍ଭ କରି ପାର, କିନ୍ତୁ ଶେଷ କରି ପାରିବ ନାହିଁ, ତେବେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ। 30 ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’
31 “ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ବାହାରନ୍ତି, ତେବେ ସେ ଆଗ ବସି ଯୋଜନା କରନ୍ତି। ଯଦି ସେହି ରାଜାଙ୍କର କେବଳ ଦଶ ହଜାର ସୈନ୍ୟ ଥା’ନ୍ତି, ତେବେ ସେ କୋଡ଼ିଏ ହଜାର ସୈନ୍ୟ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। 32 ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ ନାହିଁ, ତେବେ ବିରୋଧୀ ରାଜା ବହୁତ ଦୂରରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦେବେ।
33 “ସେହିଭଳି ତୁମ୍ଭେମାନେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭେମାନେ ମୋତେ ଅନୁସରଣ କରିବାକୁ ଗ୍ଭହିଁଲେ ତୁମ୍ଭମାନଙ୍କର ପ୍ରତ୍ୟେକ ବିଷୟ ତ୍ୟାଗ କରିବ। ତୁମ୍ଭେମାନେ ଯଦି ତାହା କରି ନ ପାରିବ, ତେବେ ମୋର ଶିଷ୍ୟ ହୋଇ ପାରିବ ନାହିଁ।
ତୁମ୍ଭର ପ୍ରଭାବ ହରାଅ ନାହିଁ(B)
34 “ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତା’ର ଲୁଣିଆ ସ୍ୱାଦ ହରାଇବ ସେ, ତେବେ ତା’ର କୌଣସି ମୂଲ୍ୟ ନାହିଁ। ତୁମ୍ଭେମାନେ ପୁଣି ଥରେ ତା’ର ଲୁଣିଆ ସ୍ୱାଦ ଫେରାଇ ଦେଇ ପାରିବ ନାହିଁ। 35 ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।”
“ଯାହାର ଶୁଣିବାର ଅଛି, ସେ ଶୁଣୁ।”
2010 by World Bible Translation Center