Daily Reading for Personal Growth, 40 Days with God
ପ୍ରମାଣ ପାଇଁ ଦାବୀ(A)
29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। 30 ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।
31 “ବିଗ୍ଭର ଦିନରେ ଦକ୍ଷିଣର ରାଣୀ [c] ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
32 “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
ପୃଥିବୀରେ ଆଲୋକ ସ୍ୱରୂପ ହୁଅ(B)
33 “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। 34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। 35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। 36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”
2010 by World Bible Translation Center