Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:8-11

“ମୁଁ ତୁମ୍ଭର ସବୁକାର୍ଯ୍ୟ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଖୋଲା ରଖିଛି। କେହି ତାହାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମୋର ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମୋ’ ନାମ ଉଚ୍ଚାରଣ କରିବା ପାଇଁ କେବେ ଭୟ କରି ନାହଁ। ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି। 10 ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।

11 “ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତେବେ କେହି ତୁମ୍ଭର ମୁକୁଟ ହରଣ କରି ପାରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center