Chronological
ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ
(ମାଥିଉ 21:1-11; ଲୂକ 19:28-40; ଯୋହନ 12:12-19)
11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, 2 “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। 3 ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”
4 ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। 5 କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” 6 ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।
7 ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। 8 ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। 9 କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”
11 ଯୀଶୁ ଯିରୁଶାଲମ ଆସି ମନ୍ଦିର[b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।
ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ
(ମାଥିଉ 21:18-19)
12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
ଯୀଶୁଙ୍କର ମନ୍ଦିରରେ ପ୍ରବେଶ
(ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22)
15 ତା'ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା'ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ।(B) କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’(C)
18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। 19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ
(ମାଥିଉ 21:20-22)
20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”
22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା'ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” 26 [c]
ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ
(ମାଥିଉ 21:23-27; ଲୂକ 20:1-8)
27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”
29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା।
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”
ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା'ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”
ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ
(ମାଥିଉ 26:6-13; ମାର୍କ 14:3-9)
12 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। 2 ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। 3 ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
4 ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, 5 “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” 6 କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।
7 ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। 8 ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”
ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
9 ଯୀଶୁ ବେଥନୀୟାରେ ଥିବା କଥା ଅନେକ ଯିହୂଦୀମାନେ ଶୁଣିଲେ। ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ, 10 ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ। 11 ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।
ଯିରୁଶାଲମରେ ଯୀଶୁଙ୍କ ପ୍ରବେଶ
(ମାଥିଉ 21:1-11; ମାର୍କ 11:1-11; ଲୂକ 19:28-40)
12 ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ। 13 ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋର୍ରେ କହିଲେ,
“ତାହାଙ୍କୁ ପ୍ରଶଂସା କର,
ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି।
ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର।(A)
ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”
14 ଯୀଶୁ ଗୋଟିଏ ଗଧ ପାଇଲେ ଓ ତା’ ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖାଥିଲା,
15 “ହେ ସିୟୋନ ନଗର, ଭୟ କର ନାହିଁ।
ଦେଖ, ତୁମ୍ଭର ରାଜା ଆସୁଛନ୍ତି।
ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।”(B)
16 ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା'ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।
17 ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠେଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ। 18 ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ। 19 ତେଣୁ ଫାରୂଶୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଆମ୍ଭର ଯୋଜନା କାମ କରୁ ନାହିଁ। ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।”
ଜୀବନ ଓ ମୃତ୍ୟୁ ବିଷୟରେ ଯୀଶୁଙ୍କ କଥା
20 ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ। 21 ସେହି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।” 22 ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତା'ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।
23 ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି। 24 ମୁଁ ତୁମ୍ଭକୁ ସତ୍ୟ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ। ତା'ପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ। 25 ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ। 26 ମୋର ସେବା କୁରଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ। ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି, ସେଠାରେ ମୋ’ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରିଥିବେ, ମୋର ପରମପିତା ସେମାନଙ୍କୁ ସମ୍ମାନ ଦେବେ।
ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ
27 “ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। 28 ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।”
ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।”
29 ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।
କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।”
30 ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ। 31 ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। 32 ମୁଁ ଜଗତରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।” 33 ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ।
34 ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”
35 ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। 36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା'ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ
37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟଦ୍ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,
“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(C)
39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:
40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
ତା'ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।”(D)
41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।
42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ
44 ତା'ପରେ ଯୀଶୁ ଚିତ୍କାର କରି କହିଲେ, “ମୋ'ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ'ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। 45 ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। 46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ'ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।
47 “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। 48 ଜଣେ ବିଗ୍ଭରକ ଅଛନ୍ତି। ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। 49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ'ଣ କହିବାକୁ ଓ କ'ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। 50 ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
2010 by World Bible Translation Center