Add parallel Print Page Options

ଯୀଶୁ ରାଜାଭାବରେ ଯିରୁଶାଲମରେ ପ୍ରବେଶ କଲେ

(ମାର୍କ 11:1-11; ଲୂକ 19:28-38; ଯୋହନ 12:12-19)

21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈ‌‌‌‌‌‌ଥ୍‌‌‌‌‌‌ଫାଗୀଠାରେ ଅଟକିଲେ। ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ। ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’”

ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା କହିଥିଲେ:

“ସିୟୋନ ନଗରୀକୁ କୁହ:
    ‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି।
ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି।
    ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି,
    ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’”(A)

ଶିଷ୍ୟମାନେ ଗ୍ଭଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସେମାନେ କାମ କଲେ। ସେମାନେ ମାଈ ଗଧ ଓ ଗଧଛୁଆକୁ ନେଇ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସେହି ଲୁଗା ଉପରେ ବସିଲେ। ଯୀଶୁ ଯିରୁଶାଲମ ରାସ୍ତାରେ ଯାତ୍ରା କଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କର ଲୁଗା ରାସ୍ତାରେ ବିଛେଇ ଦେଲେ। ଆଉ କେତେକ ଲୋକ ଗଛରୁ ଡାଳ ସବୁ କାଟି ରାସ୍ତାରେ ବିଛାଇ ଦେଲେ। ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:

“ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ[a]କର।
    ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ।(B)

ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”

10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?”

11 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, “ଏ ହେଉଛନ୍ତି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଛନ୍ତି।”

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 21:9 ମହିମା-ଗାନ ଏହାର ମୂଳ ହିବ୍ରୁ ଶବ୍ଦ “ହୋଶାନ୍ନା”, ଏହି ଶବ୍ଦଟି ପରମେଶ୍ୱରଙ୍କୁ ସହାୟତା ମାଗି ପ୍ରାର୍ଥନା କରୁଥିବା ସମୟରେ ବ୍ୟବହୃତ ହୁଏ।