ଲୂକ ଲିଖିତ ସୁସମାଗ୍ଭର 19:28-40
Odia Holy Bible: Easy-to-Read Version
ଯୀଶୁଙ୍କର ଯିରୁଶାଲମ ପ୍ରବେଶ
(ମାଥିଉ 21:1-11; ମାର୍କ 11:1-11; ଯୋହନ 12:12-19)
28 ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ। 29 ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, 30 “ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ। 31 ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’”
32 ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। 33 ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?”
34 ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।” 35 ତା'ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା'ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। 36 ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
37 ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ, 38 “ସ୍ୱାଗତ କରି କହିଲେ:
“‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’(A)
ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”
39 ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”
40 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।”
Read full chapter2010 by Bible League International