Add parallel Print Page Options

ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ

(ମାଥିଉ 21:23-27; ମାର୍କ 11:27-33)

20 ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”

ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ: ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”

ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ରୂପେ ବିଶ୍ୱାସ କରନ୍ତି।” ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।”

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”

Read full chapter