Chronological
ଯୀଶୁଙ୍କୁ ଯିହୂଦୀ ନେତାଙ୍କ ପରୀକ୍ଷା
(ମାର୍କ 8:11-13; ଲୂକ 12:54-56)
16 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବାକୁ କହିଲେ, କାରଣ ଯୀଶୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା ଫଳରେ ପ୍ରମାଣିତ ହୋଇ ପାରିବ ଯେ ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି।
2 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ସୂର୍ଯ୍ୟୋଦୟ ସମୟରେ ଆକାଶକୁ ଲାଲରଙ୍ଗ ହୋଇଥିବାର ଦେଖିଲେ କୁହ ଯେ, ପାଗ ଭଲ ରହିବ। 3 ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ। 4 ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। ଏଭଳି ଲୋକଙ୍କୁ ଯୂନସଙ୍କ ଚିହ୍ନ[a] ବ୍ୟତୀତ ଅନ୍ୟ କୌଣସି ଚିହ୍ନ ଦିଆ ଯିବ ନାହିଁ।” ତା'ପରେ ଯୀଶୁ ସେମାନଙ୍କୁ ସେଠାରେ ଛାଡ଼ି ଗ୍ଭଲିଗଲେ।
ଯୀଶୁଙ୍କ ଅନୁସରଣକାରୀମାନେ ତାଙ୍କୁ ଭୁଲ୍ ବୁଝିଲେ
(ମାର୍କ 8:14-21)
5 ଯୀଶୁଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱକୁ ଗଲେ। କିନ୍ତୁ ସେମାନେ ସାଙ୍ଗରେ ରୋଟୀ ନେବାକୁ ଭୁଲିଗଲେ। 6 ଯୀଶୁ ସେମାନଙ୍କୁ କହିଲେ, “ସାବଧାନ ରୁହ! ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।”
7 ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।”
8 ସେମାନେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, “ତୁମ୍ଭେ ରୋଟୀ ନ ଥିବା କଥା କାହିଁକି ତୁମ୍ଭଭିତରେ କୁହାକୁହି ହେଉଛ? ତୁମ୍ଭର ବିଶ୍ୱାସ ଅଳ୍ପ। 9 ଏବେ ସୁଦ୍ଧା ତୁମ୍ଭେ କ’ଣ ବୁଝି ପାରୁନ? ପାଞ୍ଚୋଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନେକ ଟୋକେଇରେ ଭର୍ତ୍ତି କରିଥିଲ। 10 ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି? 11 ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂରରେ ରହିବାକୁ କହୁଛି।”
12 ତା'ପରେ ସେମାନେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀରେ ବ୍ୟବହାର କରାଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟରେ ଯୀଶୁ କହୁ ନ ଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସେମାନଙ୍କୁ କହୁଥିଲେ।
ପିତର କହନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟ
(ମାର୍କ 8:27-30; ଲୂକ 9:18-21)
13 ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ୟମାନଙ୍କୁ କହିଲେ, “ମୁଁ ହେଉଛି ମନୁଷ୍ୟପୁତ୍ର[b] ମୁଁ କିଏ ବୋଲି ଲୋକେ ମୋ’ ବିଷୟରେ କ’ଣ କହୁଛନ୍ତି?”
14 ଶିଷ୍ୟମାନେ ଉତ୍ତର ଦେଲେ, “କେତେକ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତେକ ଏଲିୟ[c] ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ଯିରିମିୟ[d] ବା ଭବିଷ୍ୟଦ୍ବକ୍ତା[e]ମାନଙ୍କ ମଧ୍ୟରୁ ଜଣେ ବୋଲି କହୁଛନ୍ତି।”
15 ଯୀଶୁ କହିଲେ, “ମୁଁ କିଏ ବୋଲି ତୁମ୍ଭେ କ’ଣ କହୁଛ?”
16 ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”
17 ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି। 18 ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର[f] ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି[g] ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ। 19 ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।”
20 ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।”
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାର୍କ 8:31–9:1; ଲୂକ 9:22-27)
21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।
22 ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”
23 ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”
24 ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା'ପରେ ସେ ମୋର ଅନୁସରଣ କରିବା ଉଚିତ୍। 25 ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। 26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। 27 ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା'ର କର୍ମ ଅନୁସାରେ ଫଳ ଦେବେ। 28 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।”
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ
(ମାଥିଉ 15:32-39)
8 ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, 2 “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। 3 କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”
4 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”
5 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?”
ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”
6 ତା'ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। 7 ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।
8 ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। 9 ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। 10 ତା'ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦଲ୍ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।
କିଛି ଲୋକ ଯୀଶୁଙ୍କର ଅଧିକାରକୁ ସନ୍ଦେହ କରନ୍ତି
(ମାଥିଉ 16:1-4; ଲୂକ 11:16,29)
11 ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଗ୍ଭରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ, ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ। 12 ଯୀଶୁ ଦୀର୍ଘନିଶ୍ୱାସ ନେଇ ଦୁଃଖ ପ୍ରକାଶ କରି କହିଲେ, “ତୁମ୍ଭେମାନେ କାହିଁକି ପ୍ରମାଣ ସ୍ୱରୂପ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛ? ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କୁ ସେଭଳି କୌଣସି ପ୍ରମାଣ ଦିଆ ଯିବ ନାହିଁ।” 13 ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡ଼ି ପୁନଃ ଡଙ୍ଗା ଭିତରକୁ ଗ୍ଭଲି ଆସିଲେ। ସେ ଡଙ୍ଗାରେ ବସି ହ୍ରଦର ଅପର ପାରିକୁ ଗ୍ଭଲିଗଲେ।
ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ
(ମାଥିଉ 16:5-12)
14 ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। 15 ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର[a]ଠାରୁ ଦୂରରେ ରୁହ।”
16 ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”
17 ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? 18 ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? 19 ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”
ସେମାନେ କହିଲେ, “ବାରଟି ଟୋକେଇରେ।”
20 “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”
“ସେମାନେ କହିଲେ, ସାତୋଟି ଟୋକେଇରେ।”
21 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”
ବେଥ୍ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ
22 ତା'ପରେ ସେମାନେ ବେଥ୍ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। 23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?”
24 ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା। 26 ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”
ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ
(ମାଥିଉ 16:13-20; ଲୂକ 9:18-21)
27 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”
28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30 ତା'ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାଥିଉ 16:21-28; ଲୂକ 9:22-27)
31 ତା'ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁତ୍ଥାନ ହେବେ।” 32 ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ।
ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। 33 ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ'ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”
34 ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। 35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। 36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? 37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। 38 ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”
ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ
(ମାଥିଉ 16:13-19; ମାର୍କ 8:27-29)
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”
19 ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟଦ୍ବକ୍ତା।”
20 ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।”
21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,
ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ
(ମାଥିଉ 16:21-28; ମାର୍କ 8:31–9:1)
22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”
2010 by World Bible Translation Center