Add parallel Print Page Options

ଯୀଶୁଙ୍କୁ ଯିହୂଦୀ ନେତାଙ୍କ ପରୀକ୍ଷା

(ମାର୍କ 8:11-13; ଲୂକ 12:54-56)

16 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବାକୁ କହିଲେ, କାରଣ ଯୀଶୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା ଫଳରେ ପ୍ରମାଣିତ ହୋଇ ପାରିବ ଯେ ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି।

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ସୂର୍ଯ୍ୟୋଦୟ ସମୟରେ ଆକାଶକୁ ଲାଲରଙ୍ଗ ହୋଇଥିବାର ଦେଖିଲେ କୁହ ଯେ, ପାଗ ଭଲ ରହିବ। ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ। ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। ଏଭଳି ଲୋକଙ୍କୁ ଯୂନସଙ୍କ ଚିହ୍ନ[a] ବ୍ୟତୀତ ଅନ୍ୟ କୌଣସି ଚିହ୍ନ ଦିଆ ଯିବ ନାହିଁ।” ତା'ପରେ ଯୀଶୁ ସେମାନଙ୍କୁ ସେଠାରେ ଛାଡ଼ି ଗ୍ଭଲିଗଲେ।

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 16:4 ଯୂନସଙ୍କ ଚିହ୍ନ ଯୀଶୁ ସମାଧି ମଧ୍ୟରେ ତିନି ଦିନ ରହିବା ଭଳି ଯୂନସ ଗୋଟିଏ ବଡ଼ ମାଛର ପେଟରେ ତିନି ଦିନ ରହିଥିଲେ।