Add parallel Print Page Options

ପିତର କହନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟ

(ମାର୍କ 8:27-30; ଲୂକ 9:18-21)

13 ଯୀଶୁ କାଇସରିୟା ଫିଲି‌ପ୍‌ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ୟମାନଙ୍କୁ କହିଲେ, “ମୁଁ ହେଉଛି ମନୁଷ୍ୟପୁତ୍ର[a] ମୁଁ କିଏ ବୋଲି ଲୋକେ ମୋ’ ବିଷୟରେ କ’ଣ କହୁଛନ୍ତି?”

14 ଶିଷ୍ୟମାନେ ଉତ୍ତର ଦେଲେ, “କେତେକ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତେକ ଏଲିୟ[b] ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ଯିରିମିୟ[c] ବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା[d]ମାନଙ୍କ ମଧ୍ୟରୁ ଜଣେ ବୋଲି କହୁଛନ୍ତି।”

15 ଯୀଶୁ କହିଲେ, “ମୁଁ କିଏ ବୋଲି ତୁମ୍ଭେ କ’ଣ କହୁଛ?”

16 ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”

17 ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି। 18 ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର[e] ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି[f] ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ। 19 ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।”

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 16:13 ମନୁଷ୍ୟପୁତ୍ର ଅର୍ଥାତ୍ ଯୀଶୁ। ଲୋକଙ୍କୁ ରକ୍ଷା କରିବା ସକାଶେ ପରମେଶ୍ୱର ତାଙ୍କୁ ମନୋନୀତ କରିଥିଲେ।
  2. ମାଥିଉ ଲିଖିତ ସୁସମାଗ୍ଭର 16:14 ଏଲିୟ ପ୍ରାୟ 850 ଖ୍ରୀ, ପୂ ସମୟରେ ପରମେଶ୍ୱରଙ୍କ ପାଇଁ କହୁଥିବା ବ୍ୟକ୍ତି।
  3. ମାଥିଉ ଲିଖିତ ସୁସମାଗ୍ଭର 16:14 ଯିରିମିୟ ପ୍ରାୟ 600 ଖ୍ରୀ, ପୂ ସମୟରେ ପରମେଶ୍ୱରଙ୍କ ପାଇଁ କହୁଥିବା ବ୍ୟକ୍ତି।
  4. ମାଥିଉ ଲିଖିତ ସୁସମାଗ୍ଭର 16:14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯେଉଁମାନେ ପରମେଶ୍ୱରଙ୍କ ପାଇଁ କହନ୍ତି।
  5. ମାଥିଉ ଲିଖିତ ସୁସମାଗ୍ଭର 16:18 ପିତର ଗ୍ରୀ‌କ୍‌ ନାମ, ଅର୍ଥାତ୍ ପଥର
  6. ମାଥିଉ ଲିଖିତ ସୁସମାଗ୍ଭର 16:18 ମୃତ୍ୟୁଶକ୍ତି ମୃତ୍ୟୁର ଦ୍ୱାର