Add parallel Print Page Options

ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ

(ମାର୍କ 8:31–9:1; ଲୂକ 9:22-27)

21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।

22 ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”

23 ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”

24 ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା'ପରେ ସେ ମୋର ଅନୁସରଣ କରିବା ଉଚିତ୍। 25 ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। 26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। 27 ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା'ର କର୍ମ ଅନୁସାରେ ଫଳ ଦେବେ। 28 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।”

Read full chapter