Add parallel Print Page Options

ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ

(ମାଥିଉ 16:5-12)

14 ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। 15 ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର[a]ଠାରୁ ଦୂରରେ ରୁହ।”

16 ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”

17 ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? 18 ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? 19 ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

ସେମାନେ କହିଲେ, “ବାରଟି ଟୋକେଇରେ।”

20 “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

“ସେମାନେ କହିଲେ, ସାତୋଟି ଟୋକେଇରେ।”

21 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”

Read full chapter

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 8:15 ଖମୀର ଏଠାରେ ମଖୀର ଶବ୍ଦର ପ୍ରୟୋଗକୁ ପ୍ରଭାବର ପ୍ରତୀକ ରୂପରେ ବ୍ୟବହାର କରାଯାଇଛି।