Beginning
ଯୀଶୁ ବିଶ୍ରାମବାରର ପ୍ରଭୁ
(ମାଥିଉ 12:1-8; ମାର୍କ 2:23-28)
6 ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। 2 କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”
3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? 4 ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। 5 ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”
ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ
(ମାଥିଉ 12:9-14; ମାର୍କ 3:1-6)
6 ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। 7 ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। 8 କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। 9 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।”
10 ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। 11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”
ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ
(ମାଥିଉ 10:1-4; ମାର୍କ 3:13-19)
12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। 13 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।
14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ।
ଶିମୋନଙ୍କ ଭାଇ ଆନ୍ଦ୍ରିୟ,
ଯାକୁବ ଓ
ଯୋହନ,
ଫିଲିପ୍ପ ଓ
ବାର୍ଥଲମି,
15 ମାଥିଉ,
ଥୋମା,
ଆଲଫିଙ୍କ ପୁତ୍ର ଯାକୁବ,
ଶିମୋନ ଯାହାଙ୍କୁ ଉଦ୍ଯୋଗୀ ବୋଲି କୁହନ୍ତି।
16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ
(ମାଥିଉ 4:23-25; 5:1-12)
17 ତା'ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।
20 ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ,
“ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ
କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ,
କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ,
କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।
22 “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। 23 ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି।
24 “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍
କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।
25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ।
କାରଣ ତୁମ୍ଭେମାନେ ଭୋକିଲା ହେବ।
ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ,
କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।
26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।
ତୁମ୍ଭର ଶତ୍ରୁକୁ ପ୍ରେମ କର
(ମାଥିଉ 5:38-48; 7:12)
27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।
32 “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। 33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। 34 ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।
35 “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। 36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର।
ନିଜକୁ ଦେଖ
(ମାଥିଉ 7:1-5)
37 “ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ। 38 ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା'ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”
39 ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, “ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇ ପାରିବ କି? ନା! ତାହା କଲେ ଉଭୟ ଗୋଟିଏ ଖାଲରେ ଖସି ପଡ଼ିବେ। 40 ଜଣେ ଛାତ୍ର ତା’ ଶିକ୍ଷକଠାରୁ ବଡ଼ ହେଇ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରତ୍ୟେକ ବିଷୟ ସମ୍ପୂର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହୋଇଯାଏ।
41 “ତୁମ୍ଭେମାନେ ନିଜ ଭାଇ ଆଖିରେ ପଡ଼ିଥିବା ଗୋଟିଏ ଛୋଟ ଗୁଣ୍ଡଟି ଆଡ଼କୁ କାହିଁକି ଗ୍ଭହୁଁଛ? ତୁମ୍ଭମାନଙ୍କୁ କ’ଣ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖାଯାଉ ନାହିଁ? 42 ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ।
ଦୁଇ ପ୍ରକାରର ଫଳ
(ମାଥିଉ 7:17-20; 12:34-35)
43 “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। 44 ପ୍ରତ୍ୟେକ ଗଛ ତା'ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। 45 ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।
ଦୁଇ ପ୍ରକାରର ମଣିଷ
(ମାଥିଉ 7:24-27)
46 “ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ? 47 ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, 48 ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧକ୍କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମଜ୍ଭୂତ ଭାବରେ ତିଆରି ହୋଇଥାଏ।
49 “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”
ଯୀଶୁ ଗୋଟିଏ ଗ୍ଭକରକୁ ସୁସ୍ଥ କଲେ
(ମାଥିଉ 8:5-13; ଯୋହନ 4:43-54)
7 ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣେଇବାକୁ ଗ୍ଭହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଗ୍ଭଲିଗଲେ। 2 ସେ ସମୟରେ କଫର୍ନାହୂମରେ ଜଣେ ଶତସେନାପତି ଥିଲେ। ତାହାଙ୍କର ଗୋଟିଏ ଗ୍ଭକର ଏତେ ବେମାର ଥିଲା ଯେ ସେ ପ୍ରାୟ ମରିଯିବା ଅବସ୍ଥାରେ ଥିଲା। ଶତସେନାପତି ଗ୍ଭକରଟିକୁ ଖୁବ୍ ଭଲ ପାଉଥିଲେ। 3 ଶତସେନାପତି ଜଣକ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କ ପାଖକୁ କେତେକ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଗ୍ଭହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କୁ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଗ୍ଭକରଟିର ଜୀବନ ରକ୍ଷା କରିଦିଅନ୍ତୁ। 4 ସେହି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁରୋଧ କରି କହିଲେ, “ଶତସେନାପତି ଜଣକ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। 5 ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।”
6 ତେଣୁ ଯୀଶୁ ସେମାନଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଯୀଶୁ ଶତସେନାପତି ଘର ପାଖାପାଖି ଆସି ପହଞ୍ଚି ଯାଇଥିବା ସମୟରେ ଶତସେନାପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, “ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମୋ’ ଘରକୁ ଆସିବେ। 7 କେବଳ ସେଇଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ଯିବାକୁ ନିଜକୁ ଯୋଗ୍ୟ ମନେ କରି ନ ଥିଲି। ଆପଣ କେବଳ ଆଦେଶ ଦିଅନ୍ତୁ ଓ ମୋର ଗ୍ଭକରଟି ଭଲ ହୋଇଯିବ। 8 ମୁଁ ଆପଣଙ୍କର ଅଧିକାର ବିଷୟରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧୀନରେ କାମ କରୁଛି ଏବଂ ମୋ’ ଅଧୀନରେ ମଧ୍ୟ କେତେକ ସୈନ୍ୟ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ୟକୁ କହେ, ‘ଯାଅ’ ତେବେ ସେ ଗ୍ଭଲିଯାଏ। ମୁଁ ଯଦି ଆଉ ଜଣକୁ କହେ ଆସ ତେବେ ସେ ଗ୍ଭଲିଆସେ। ମୁଁ ଯଦି ମୋ’ ଗ୍ଭକରକୁ କୁହେ, ‘ଏହା କର’, ତେବେ ସେ ତାହା କରେ।”
9 ଯୀଶୁ ଏହା ଶୁଣିସାରି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡ଼କୁ ବୁଲି ପଡ଼ି କହିଲେ”ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ୱାସ ମୋତେ ଇସ୍ରାଏଲରେ ମଧ୍ୟ ମିଳି ନାହିଁ।”
10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି।
ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ
11 ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। 12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। 13 ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” 14 ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” 15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।
16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”
17 ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।
ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ
(ମାଥିଉ 11:2-19)
18 ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। 19 ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?”
20 ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’”
21 ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। 22 ତା'ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। 23 ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”
24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? 25 ତା'ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। 26 ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟଦ୍ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। 27 ଯୋହନଙ୍କ ବିଷୟରେ ଏହା ଲେଖାଅଛି:
‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି।
ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’(A)
28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”
29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, 30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ।
31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:
‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’
33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”
ଫାରୂଶୀ ଶିମୋନ
36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”
40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”
ଶିମୋନ କହିଲେ, “ଗୁରୁ, କୁହନ୍ତୁ!”
41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”
ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”
48 ତା'ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”
2010 by World Bible Translation Center