Add parallel Print Page Options

ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ

(ଲୂକ 6:47-49)

24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା'ର ମୂଳଦୁଆ ପଥର ଉପରେ ରହିଥିଲା।

26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”

Read full chapter