ମାଥିଉ ଲିଖିତ ସୁସମାଗ୍ଭର 12:1-8
Odia Holy Bible: Easy-to-Read Version
ଯୀଶୁ ବିଶ୍ରାମ ଦିନର ପ୍ରଭୁ
(ମାର୍କ 2:23-28; ଲୂକ 6:1-5)
12 ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ[a]ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। 2 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।”
3 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? 4 ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। 5 ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। 6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। 7 ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’(A) ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ।
8 “ମନୁଷ୍ୟପୁତ୍ର[b] ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।”
Read full chapterFootnotes
- ମାଥିଉ ଲିଖିତ ସୁସମାଗ୍ଭର 12:1 ବିଶ୍ରାମ ଦିବସ ଯିହୂଦୀମାନଙ୍କର ସପ୍ତାହର ସପ୍ତମ ଦିବସ। ଏହି ଦିନଟି ସେମାନଙ୍କର ବିଶେଷ ଧାର୍ମିକ ଦିବସ ରୂପେ ପରିଗଣିତ।
- ମାଥିଉ ଲିଖିତ ସୁସମାଗ୍ଭର 12:8 ମନୁଷ୍ୟପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଏହା ଗୋଟିଏ ନାମ। ପରମେଶ୍ୱର ତାହାଙ୍କ ଲୋକଙ୍କୁ ରକ୍ଷା କରିବା ପାଇଁ ଏହାଙ୍କୁ ବାଛିଥିଲେ।
2010 by Bible League International