Add parallel Print Page Options

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି

(ଲୂକ 6:20-23)

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,

“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
    କାରଣ ଏ ପୃଥିବୀ ସେହିମାନଙ୍କର ହେବ।
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
    କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
    କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
    କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

Read full chapter