ମାଥିଉ ଲିଖିତ ସୁସମାଗ୍ଭର 11:2-19
Odia Holy Bible: Easy-to-Read Version
2 ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। 3 ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”
4 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। 5 ଅନ୍ଧ ତା'ର ଦୃଷ୍ଟିଶକ୍ତି ଫେରି ପାଆନ୍ତି। ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। 6 ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।”
7 ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ?[a] 8 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। 9 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟଦ୍ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। 10 ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି:
‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି।
ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’(A)
11 “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। 12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। 13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟଦ୍ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟଦ୍ବାଣୀ କହିଥିଲେ। 14 ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟଦ୍ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। 15 ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ।
16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’
18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା'ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”
Read full chapterFootnotes
- ମାଥିଉ ଲିଖିତ ସୁସମାଗ୍ଭର 11:7 ନଳଗଛ ଯୀଶୁଙ୍କ କହିବାର ତାତ୍ପର୍ଯ୍ୟ, ଯୋହନ ପବନରେ ଦୋହଲୁଥିବା ନଳଗଛ ଭଳି ଦୁର୍ବଳ ନ ଥିଲେ।
2010 by Bible League International