ମାଥିଉ ଲିଖିତ ସୁସମାଗ୍ଭର 8:5-13
Odia Holy Bible: Easy-to-Read Version
ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ
(ଲୂକ 7:1-10; ଯୋହନ 4:43-54)
5 ତା'ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। 6 ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”
7 ତା'ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”
8 ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। 9 ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”
10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”
13 ତା'ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।
Read full chapter2010 by Bible League International