Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 25

ଦାଉଦଙ୍କର ଗୀତ।

25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
    ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
    ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
    କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
    ସେମାନେ କିଛି ପାଇବେ ନାହିଁ।

ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
    ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
    ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
    ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
    ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
    ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।

ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
    ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
    ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
    ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।

11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି।
    କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର।
    କାରଣ ତୁମ୍ଭେ ମହାନ।

12 ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ,
    ତା’ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।
13 ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ
    ଓ ତା’ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି।
    ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ।
    ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି।

16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ।
    ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।
17 ମୋତେ ବିପଦରୁ ମୁକ୍ତ କର।
    ମୋର ସମସ୍ୟାର ସମାଧାନରେ ସହାୟକ ହୁଅ।
18 ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର।
    ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର।
19 ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ।
    ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି।
20 ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର।
    ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି।
    ତେଣୁ ମୋତେ ନିରାଶ କର ନାହିଁ।
21 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
22 ହେ ପରମେଶ୍ୱର, ଇସ୍ରାଏଲର ଲୋକମାନଙ୍କୁ
    ସେମାନଙ୍କ ଶତ୍ରୁ କବଳରୁ ରକ୍ଷା କର।

ଗୀତସଂହିତା 9

ପ୍ରଧାନ ବାଦ୍ୟକର ନିମନ୍ତେ ବେ‌‌ନ୍‌‌ର ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ।

ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ।
    ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
ତୁମ୍ଭେ ମୋତେ ଅତି ଆନନ୍ଦ ଦେଇଛ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।
ଯେତେବେଳେ ସେମାନେ ମୋ’ଠାରୁ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ,
    ମୋର ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ୱଂସ ହେଲେ।

ତୁମ୍ଭେ ହେଉଛ ସବୁଠାରୁ ବିଗ୍ଭରବନ୍ତ।
ତୁମ୍ଭେ ସିଂହାସନରେ ବିଗ୍ଭରପତିର ଆସନ ଅଳଙ୍କୃତ କରି ବସୁଛ।
    ହେ ସଦାପ୍ରଭୁ, ତୁମ୍ଭେ ମୋ’ କଥା କର୍ଣ୍ଣପାତ କଲ ଓ ତା’ପରେ ମୋ’ ପାଇଁ ନିଷ୍ପତ୍ତି ନେଲ।
ତୁମ୍ଭେ ସେହି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ।
    ହେ ସଦାପ୍ରଭୁ, ତୁମ୍ଭେ ସେହି ଦୁଷ୍ଟ ଲୋକଙ୍କୁ ମଧ୍ୟ ଧ୍ୱଂସ କରିଛ।
    ତୁମ୍ଭେ ସେହି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇଛ।
    ଆଜି ସେହିମାନଙ୍କ ମଧ୍ୟରୁ କେହି ଜୀବିତ ନାହାନ୍ତି।
ଶତ୍ରୁମାନେ ନିଶ୍ଚିହ୍ନ ହୋଇଛନ୍ତି।
    ହେ ସଦାପ୍ରଭୁ ତୁମ୍ଭେ ସେମାନଙ୍କର ନଗରକୁ ଧ୍ୱଂସ କରିଛ।
    ବର୍ତ୍ତମାନ କେବଳ ଭଙ୍ଗା ଅଟ୍ଟାଳିକାର ଧ୍ୱଂସାବଶେଷ ବିଦ୍ୟମାନ।
    ଆଜି ସେମାନଙ୍କୁ ମନେ ପକାଇବା ପାଇଁ କିଛି ଅବଶେଷ ବାକିରହି ନାହିଁ।

କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ୟମାନ,
    ସେ ତାହଙ୍କର ରାଜ୍ୟକୁ ଶକ୍ତିଶାଳୀ କରନ୍ତି।
    ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଗ୍ଭର ପ୍ରଦର୍ଶନ କରନ୍ତି।
    ସେ ସବୁ ରାଜ୍ୟମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରନ୍ତି।
କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି
    କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି।
ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି
    ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।

10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି
    ସେମାନେ ତୁମ୍ଭକୁ ବିଶ୍ୱାସ କରିବେ।
ହେ ସଦାପ୍ରଭୁ ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି
    ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ।

11 ହେ ସିୟୋନ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା
    ଲୋକମାନଙ୍କୁ ମନେ ରଖନ୍ତି।
ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି
    ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।

13 ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର।
    ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି।
    ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।
14 ତା’ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି।
    ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”

15 ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି।
କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି।
    ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି।
16 ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି,
    ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

17 ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି
    ସେମାନେ ମନ୍ଦ ଲୋକ ଅଟନ୍ତି।
    ସେମାନେ ମୃତ୍ୟୁ ସ୍ଥାନକୁ ଯିବେ।
18 ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି।
    ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ।
    କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ।

19 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର।
    ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି।
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର।
    ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି।

-ସେଲା-

ଗୀତସଂହିତା 15

ଦାଉଦଙ୍କର ଗୀତ

15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
    କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
    ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
    ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
    ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
    କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
    ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
    ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
    ଆଘାତ କରି ମୁଦ୍ରା ନିଏ ନାହିଁ।

ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।

ଦ୍ୱିତୀୟ ବିବରଣ 4:9-14

କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ। 10 ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’ 11 ତେଣୁ ସେମାନେ ମୋର ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲେ। ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାରରେ ବ୍ୟାପ୍ତ ହୋଇଥିଲା ଓ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜଳିଲା। 12 ଏହା ପରେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ। 13 ତା’ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ। 14 ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନ ସମସ୍ତ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:1-11

ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ପାଉଲଙ୍କର ନମସ୍କାର। ପରମେଶ୍ୱରଙ୍କ ଇଚ୍ଛାରେ ମୁଁ ଜଣେ ପ୍ରେରିତ ହୋଇଛି। ଆମ୍ଭ ଭାଇ ତୀମଥି ମଧ୍ୟ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି।

କରିନ୍ଥୀଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ ଓ ସମଗ୍ର ଆଖାୟା ପ୍ରଦେଶର ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର।

ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାନ୍ତି

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣାରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର। ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ୱନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ୟ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ୱନା ପ୍ରଦାନ କରି ପାରିବା। ଆମ୍ଭକୁ ପରମେଶ୍ୱର ଯେଉଁ ପ୍ରକାର ସାନ୍ତ୍ୱନା ଦିଅନ୍ତି, ଆମ୍ଭେ ସେହିମାନଙ୍କୁ ସେହି ପ୍ରକାର ସାନ୍ତ୍ୱନା ପ୍ରଦାନ କରି ପାରିବା। ଖ୍ରୀଷ୍ଟଙ୍କର ଅନେକ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସେହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନା ଆମ୍ଭକୁ ମିଳେ ତାହାର ସୀମା ନାହିଁ। ଯଦି ଆମ୍ଭେ କଷ୍ଟରେ ରହିଛୁ, ସେଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ ଉଦ୍ଧିଷ୍ଟ। ଯଦି ଆମ୍ଭେ ସାନ୍ତ୍ୱନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭେମାନେ ଯେଉଁ ଯାତନା ସହୁ, ସେହି ଯାତନା ଧୈର୍ଯ୍ୟ ପୂର୍ବକ ସହିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତି। ତୁମ୍ଭମାନଙ୍କଠାରେ ଆମ୍ଭର ଦୃଢ଼ ଭରସା ଅଛି। ଆମ୍ଭେ ଜାଣୁ ଯେ, ତୁମ୍ଭେମାନେ ଆମ୍ଭ ଯାତନାରେ ଭାଗୀ। ଅତଏବ, ଆମ୍ଭେ ଜାଣୁ ଯେ, ସେହିଭିଳ ଆମ୍ଭମାନଙ୍କର ସାନ୍ତ୍ୱନାରେ ମଧ୍ୟ ତୁମ୍ଭର ଅଂଶ ଅଛି।

ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା। ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିଯିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ୟୁରୁ ଉ‌‌ତ୍‌‌ଥିତ କରନ୍ତି ସେହି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍। 10 ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ। 11 ତୁମ୍ଭେମାନେ ନିଜ ପ୍ରାର୍ଥନା ଦ୍ୱାରା ଆମ୍ଭକୁ ସାହାଯ୍ୟ କରିପାର। ଅନେକେ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବେ, ଯେହେତୁ ସେମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।

ଲୂକ ଲିଖିତ ସୁସମାଗ୍ଭର 14:25-35

ପ୍ରଥମେ ତୁମ୍ଭେ ଯୋଜନା କର(A)

25 ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ, 26 “ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ। 27 ଜଣେ ଲୋକ ମୋତେ ଅନୁସରଣ କଲାବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧେଇ ଗ୍ଭଲିବ ନାହିଁ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ।

28 “ତୁମ୍ଭେମାନେ ଯଦି ଗୋଟିଏ କୋଠାଘର ତିଆରି କରିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ପ୍ରଥମେ ବସି ସ୍ଥିର କରିବ ଯେ, ଏଥିପାଇଁ କେତେ ଖର୍ଚ୍ଚ ହେବ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ୍ ଯେ, କାମଟି ସମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି କି ନାହିଁ। 29 ତା’ ନ ହେଲେ ତୁମ୍ଭେମାନେ ମୂଳଦୁଆ ପକେଇ ଦେଇ କାମ ଆରମ୍ଭ କରି ପାର, କିନ୍ତୁ ଶେଷ କରି ପାରିବ ନାହିଁ, ତେବେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ। 30 ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’

31 “ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ବାହାରନ୍ତି, ତେବେ ସେ ଆଗ ବସି ଯୋଜନା କରନ୍ତି। ଯଦି ସେହି ରାଜାଙ୍କର କେବଳ ଦଶ ହଜାର ସୈନ୍ୟ ଥା’ନ୍ତି, ତେବେ ସେ କୋଡ଼ିଏ ହଜାର ସୈନ୍ୟ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। 32 ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ ନାହିଁ, ତେବେ ବିରୋଧୀ ରାଜା ବହୁତ ଦୂରରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦେବେ।

33 “ସେହିଭଳି ତୁମ୍ଭେମାନେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭେମାନେ ମୋତେ ଅନୁସରଣ କରିବାକୁ ଗ୍ଭହିଁଲେ ତୁମ୍ଭମାନଙ୍କର ପ୍ରତ୍ୟେକ ବିଷୟ ତ୍ୟାଗ କରିବ। ତୁମ୍ଭେମାନେ ଯଦି ତାହା କରି ନ ପାରିବ, ତେବେ ମୋର ଶିଷ୍ୟ ହୋଇ ପାରିବ ନାହିଁ।

ତୁମ୍ଭର ପ୍ରଭାବ ହରାଅ ନାହିଁ(B)

34 “ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତା’ର ଲୁଣିଆ ସ୍ୱାଦ ହରାଇବ ସେ, ତେବେ ତା’ର କୌଣସି ମୂଲ୍ୟ ନାହିଁ। ତୁମ୍ଭେମାନେ ପୁଣି ଥରେ ତା’ର ଲୁଣିଆ ସ୍ୱାଦ ଫେରାଇ ଦେଇ ପାରିବ ନାହିଁ। 35 ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।”

“ଯାହାର ଶୁଣିବାର ଅଛି, ସେ ଶୁଣୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center