Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ।
70 ହେ ପରମେଶ୍ୱର, ମୋତେ ରକ୍ଷା କର!
ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର!
2 ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
ସେମାନଙ୍କୁ ନିରାଶ ଓ ଅପମାନିତ କର!
ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି।
ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର।
3 ଲୋକମାନେ ମୋତେ ପରିହାସ କରନ୍ତି।
ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି,
ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି।
ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି,
ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।”
5 ମୁଁ ଏକ ନିଃସହାୟ ଲୋକ।
ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର!
ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ।
ସଦାପ୍ରଭୁ ବିଳମ୍ବ କର ନାହିଁ।
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
7 ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ,
ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।
8 ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।
9 ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ।
ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।
10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି।
ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।
11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ।
ପରମେଶ୍ୱର ତାଙ୍କୁ କରିତ୍ୟାଗ କରିଛନ୍ତି।
ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”
12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ,
ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।
13 ମୋର ଶତ୍ରୁମାନଙ୍କୁ ପରାସ୍ତ କର!
ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର।
ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି।
ସେମାନେ ଅପମାନିତ ହୁଅନ୍ତୁ।
14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି।
ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ।
ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ,
ଯେପରିକି କେତେଥର ଗଣତି କରି ପାରିବ ନାହିଁ।
16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି।
ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।
17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି।
ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି।
ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର।
ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।
19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ।
ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ।
ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ।
ମୋ’ ଜୀବନକୁ ପୁନଃସ୍ଥାପନ କର।
ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।
21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର
ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।
22 ତା’ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି।
ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି।
ତୁମେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି
ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ।
ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ,
କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ
ପରାସ୍ତ ଓ ଅପମାନିତ ହେବେ।
ଆସଫର ମସ୍କୀଲ୍।
74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
2 ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
3 ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।
4 ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
5 ଜଙ୍ଗଲରେ କୁରାଢ଼ୀ ବ୍ୟବହାର କରୁଥିବା ଲୋକମାନଙ୍କ ପରି
ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
6 ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
7 ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
8 ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦଗ୍ଧ କରି ଦେଲେ।
9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
କୌଣସି ଭବିଷ୍ୟଦ୍ବକ୍ତା ଆଉ ନାହାନ୍ତି।
କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
ଗରିବ ଏବଂ ଅଭାବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉଦ୍ଘୋଷ କେବେ ଭୁଲିଯାଅ ନାହିଁ।
ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।
ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ
14 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। 2 ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। 3 ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। 4 ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି।
5 ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। 6 ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।
7 ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। 8 ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା’ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। 9 ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।
10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। 11 ଶାସ୍ତ୍ରରେ ଲେଖା ଅଛି:
“ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ
ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ।
ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ।
ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।” (A)
12 ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।
ଜଣେ ଲୋକ ଭୂତ କବଳରୁ ମୁକ୍ତି(A)
26 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀରୁ ହ୍ରଦର ଅପର ପାର୍ଶ୍ୱକୁ ଗଲେ। ସେମାନେ ଗରାଶୀୟମାନେ ରହୁଥିବା ଅଞ୍ଚଳରେ ପହଞ୍ଚିଲେ। 27 ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା।
28-29 ଭୂତ ଅନେକ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା’ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ପହରା ଭିତରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା’ ଦେହରେ ଥିବା ଭୂତ ତାହାକୁ ଲୋକେ ରହୁ ନ ଥିବା ନିଛାଟିଆ ଜାଗାକୁ ତଡ଼ି ନେଉଥିଲା। ଯୀଶୁ ଭୂତକୁ ସେହି ଲୋକଟି ଦେହରୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗରେ ପଡ଼ିଯାଇ ଉଚ୍ଚ ସ୍ୱରରେ ପାଟି କରି କହିଲା, “ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ମୁଁ ଅନୁରୋଧ କରୁଛି, ମୋତେ ଦଣ୍ଡ ଦିଅ ନାହିଁ।”
30 ଯୀଶୁ ତାକୁ ପଗ୍ଭରିଲେ, “ତୋର ନାମ କ’ଣ?”
ଲୋକଟି କହିଲା, “ବାହିନୀ” [a] ସେ ତା’ ନାମ “ବାହିନୀ” କହିବାର କାରଣ ହେଲା ବହୁତ ଭୂତ ତା’ ଦେହରେ ପ୍ରବେଶ କରିଥିଲେ। 31 ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ। 32 ସେତେବେଳେ ସେହି ପାହାଡ଼ ଉପରେ ଏକ ବଡ଼ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଘୁଷୁରିମାନଙ୍କ ଦେହକୁ ଯିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସେମାନଙ୍କୁ ତାହା କରିବାକୁ ଅନୁମତି ଦେଇଦେଲେ। 33 ତା’ପରେ ଭୂତମାନେ ଲୋକଟି ଦେହରୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ଦଳକଯାକ ଘୁଷୁରି ସେହି ପାହାଡ଼ ଉପରୁ ହ୍ରଦ ଭିତରକୁ ଦୌଡ଼ିଗଲେ ଓ ସମସ୍ତେ ବୁଡ଼ିଗଲେ।
34 ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସେଠାରୁ ପଳାଇଲେ। ସେମାନେ ଯାଇ ନଗର ଓ ପଲ୍ଲୀରେ ଥିବା ଲୋକମାନଙ୍କୁ ଏହି କଥା କହିଲେ। 35 ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା’ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ। 36 ଯେଉଁମାନେ ଏହି ଘଟଣା ଦେଖିଥିଲେ, ସେମାନେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହୋଇଗଲା। 37 ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ।
ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ। 38 କିନ୍ତୁ ଯେଉଁ ଲୋକଠାରୁ ଦେହରୁ ଭୂତଗୁଡ଼ିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ଯିବାକୁ ଅନୁରୋଧ କଲା। କିନ୍ତୁ ଯୀଶୁ ଲୋକଟିକୁ ଏହା କହି ଘରକୁ ପଠାଇଦେଲେ: 39 “ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।”
ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା।
2010 by World Bible Translation Center