Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 102

ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
    ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
    ମୋ’ ପ୍ରତି କର୍ଣ୍ଣପାତ କର।
    ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
    ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ମୋର ଶକ୍ତିସବୁ ଶେଷ ହୋଇଯାଇଛି।
    ମୁଁ ଯେପରି ଶୁଖିଲା ତୃଣପରି।
    ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
ମୋର ଦୁଃଖ ସକାଶୁ ବର୍ତ୍ତମାନ
    ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
    ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
    ମୁଁ ଶୋଇପାରେ ନାହିଁ।
ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
    ମୋତେ ସେମାନେ ପରିହାସ କରନ୍ତି।
ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
    ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
    ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।

11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
    ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

ଗୀତସଂହିତା 107:1-32

ପଞ୍ଚମ ପୁସ୍ତକ

(ଗୀତସଂହିତା 107-150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
    ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
    କିନ୍ତୁ ସେମାନେ ପାଇଲେ ନାହିଁ।
ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
    ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
    କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
    କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।

10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
    ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
    ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
    ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
    ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
    ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
    ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।

17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
    ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁ‌‌ଗ୍‌‌ଣ ଥିଲେ।
    ଖାଦ୍ୟ ପରିତ୍ୟାଗ କରିଥିଲେ।
    ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
    ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
    କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
    ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।

23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
    ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
    ଓ ସମୁଦ୍ର ଜଳରେ ତାଙ୍କର ଅ‌ଦ୍‌ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
    ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
    ଓ ଏହା ପରେ ଜଳଗର୍ଭକୁ ଖସିଲେ।
    ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
    ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
    ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
    କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
    ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 34:17-31

17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମୋର ପଲ, ମୁଁ ମେଷ ଓ ମେଷ ମଧ୍ୟରେ ଏବଂ ମେଷ ଓ ଛାଗଗଣ ମଧ୍ୟରେ ବିଗ୍ଭର କରେ। 18 ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି? 19 ମାତ୍ର ତୁମ୍ଭେମାନେ ଯେଉଁ ତୃଣକୁ ପାଦରେ ଦଳି ଅଛ, ଆମ୍ଭର ମେଷପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ଆମ୍ଭର ମେଷପଲ ତାହା ପାନ କରନ୍ତି।”

20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି। 21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ସେମାନଙ୍କୁ ଦୂରକୁ ତଡ଼ିଦେବା ପର୍ଯ୍ୟନ୍ତ ନିଜ ଶୃଙ୍ଗରେ ଠେଲି ଦେଉଅଛ। 22 କିନ୍ତୁ ମୁଁ ମୋର ପଲକୁ ରକ୍ଷା କରିବି। ସେମାନେ ଆଉ ବନ୍ୟ ପଶୁମାନଙ୍କ ଦ୍ୱାରା ଧ୍ୱଂସ ହେବେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସେମାନଙ୍କର ବିଗ୍ଭର କରିବି। 23 ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ। 24 ମୁଁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବି ଓ ମୋର ଦାସ ଦାଉଦ ସେମାନଙ୍କ ମଧ୍ୟରେ ପ୍ରଭୁ ହେବ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

25 “ଏବଂ ମୁଁ ସେମାନଙ୍କ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ୟ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦେବି। ତାହାହେଲେ ସେମାନେ ନିରାପଦରେ ମରୁଭୂମିରେ ବାସ କରିବେ ଓ ବଣରେ ଶୟନ କରିବେ। 26 ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହେବ। 27 କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସେମାନେ ନିଜ ଦେଶରେ ନିରାପଦରେ ରହିବେ। ଆଉ ମୁଁ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିବି ଓ ସେମାନଙ୍କୁ ଦାସତ୍ୱ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। 28 ପୁଣି ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଲୁଟିତ ହେବେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ। କିନ୍ତୁ ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ। 29 ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ। 30 ତାହାହେଲେ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

31 “ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।

ଏବ୍ରୀ 8

ଯୀଶୁ ଆମ୍ଭର ମହାଯାଜକ

ଆମ୍ଭେ ଯାହାକିଛି କହୁଛୁ, ତା’ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି। ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ [a]ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।

ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା। ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି। ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ [b] ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।” [c] କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।

ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା’ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ:

“ପ୍ରଭୁ କହନ୍ତି, ସମୟ ଆସୁଛି,
    ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି।
ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ
    ସେ ଅନୁସାରେ ହେବ ନାହିଁ।
ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ
    ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି।
ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ,
    ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି।
10 ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି,
    ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି:
ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି
    ସେମାନଙ୍କ ହୃଦୟରେ ସେହିସବୁ ଲେଖିବି।
ମୁଁ ସେମାନଙ୍କ ପରମେଶ୍ୱର ହେବି,
    ଓ ସେମାନେ ମୋର ଲୋକ ହେବେ।
11 ଏହା ପରେ ପୁନର୍ବାର କେହି ନିଜ ଭାଇ ବା ପରମେଶ୍ୱରଙ୍କ ଅନ୍ୟଲୋକମାନଙ୍କୁ ଶିକ୍ଷା ଦେବେ ନାହିଁ
    କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ୟକ ହେବ ନାହିଁ, କାହିଁକି?
    କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ମୋତେ ଜାଣିବେ।
12 ଓ ମୋ’ ବିରୁଦ୍ଧରେ କରିଥିବା ଦୋଷ ସବୁ ମୁଁ କ୍ଷମା କରିଦେବି,
    ଏବଂ ମୁଁ ସେମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।” (A)

13 ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।

ଲୂକ ଲିଖିତ ସୁସମାଗ୍ଭର 10:38-42

ମରିୟମ ଓ ମାର୍ଥା

38 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା। 39 ମାର୍ଥାର ମରିୟମ ନାମରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା। 40 ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।”

41 ଯୀଶୁ ଉତ୍ତର ଦେଲେ, “ମାର୍ଥା, ହେ ମାର୍ଥା, ବହୁତ ଗୁଡ଼ାଏ କଥା ପାଇଁ ତୁମ୍ଭେ ବ୍ୟସ୍ତ ଓ ଚିନ୍ତିତ ଅଛ। 42 କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା’ଠାରୁ ଛଡ଼େଇ ନିଆଯିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center