Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 55

ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।

55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
    ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
    ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
    ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
    ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
    ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
    ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
    ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।

ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
    ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
    ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
    ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
    ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
    ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।

12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
    ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
    ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
    ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
    ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।

15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
    ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
    କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
    ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
    ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
    ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।

20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
    ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
    ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚି‌କ୍‌କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
    ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖ‌ଡ଼୍‌ଗ ତୁଲ୍ୟ କାଟନ୍ତି।

22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
    ତହିଁରେ ସେ ତୁମ୍ଭର ଯତ୍ନ ନେବେ।
    ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।

23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
    ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।

ଗୀତସଂହିତା 138:1-139:23

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
    ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
    ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
    ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
    ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
    ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।

Error: Book name not found: Wis for the version: Odia Holy Bible: Easy-to-Read Version
କଲସୀୟଙ୍କ ପ୍ରତି ପତ୍ର 3:12-17

ଅନ୍ୟ ଲୋକଙ୍କ ସହିତ ତୁମ୍ଭର ନୂତନ ଜୀବନ

12 ପରମେଶ୍ୱର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ଅତଏବ ତୁମ୍ଭେମାନେ ସର୍ବଦା ନିମ୍ନୋକ୍ତ କାର୍ଯ୍ୟମାନ କର: ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ। 13 ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। 14 ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ୟ ବିଷୟ ହେଲା, ପରସ୍ପରକୁ ପ୍ରେମ କରିବା। ପ୍ରେମ ତୁମ୍ଭମାନଙ୍କୁ ଏକତାରେ ଏକାଠି ବାନ୍ଧି ରଖେ। 15 ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଗ୍ଭରକୁ ସଂଯମ କରିବ। ତୁମ୍ଭେମାନେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀରରେ ଡକା ହୋଇଛ। ସବୁବେଳେ ଧନ୍ୟବାଦୀ ରୁହ।

16 ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ। 17 ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।

ଲୂକ ଲିଖିତ ସୁସମାଗ୍ଭର 7:18-35

ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(A)

18 ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। 19 ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?”

20 ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’”

21 ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। 22 ତା’ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। 23 ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”

24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? 25 ତା’ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। 26 ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। 27 ଯୋହନଙ୍କ ବିଷୟରେ ଏହା ଲେଖାଅଛି:

‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି।
    ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’(B)

28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”

29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, 30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ।

31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:

‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
    କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା’ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center