Old/New Testament
4 ଆଉ ଶାମୁୟେଲର କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପୁତ୍ରମାନେ ପରମେଶ୍ୱରଙ୍କ ବିରୁଦ୍ଧରେ [a] କୁକାର୍ଯ୍ୟ କରି ଗ୍ଭଲିଲେ।
ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ପରାଜିତ କଲେ
ଏହା ପରେ ଇସ୍ରାଏଲୀୟମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ଏବନ୍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫ୍ରେକରେ ଛାଉଣି ସ୍ଥାପନ କଲେ। 2 ଏହା ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ନିଜକୁ ପ୍ରସ୍ତୁତ କଲେ।
ଯୁଦ୍ଧ ସମୟରେ ଇସ୍ରାଏଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାଜିତ ହେଲେ; ଓ 4000 ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ। 3 ତା’ପରେ ଇସ୍ରାଏଲୀୟ ସୈନ୍ୟଗଣ ଛାଉଣି ନିକଟକୁ ଫେରି ଆସିଲେ। ତା’ପରେ ପ୍ରାଚୀନଗଣ ପଗ୍ଭରିଲେ, “ସଦାପ୍ରଭୁ କାହିଁକି ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କଲେ? ଆସ, ଆମ୍ଭେମାନେ ଶିଲୋଠାରୁ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବେ।”
4 ତା’ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହଫ୍ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।
5 ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକି ଆସନ୍ତେ ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନି କଲେ, ଯେ ପୃଥିବୀ କମ୍ପିଲା। 6 ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନିର ଅଭିପ୍ରାୟ କ’ଣ?”
ଆଉ ସେମାନେ ଜାଣିଲେ, ଯେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଇସ୍ରାଏଲର ଛାଉଣିକି ଅଣାଗଲା। 7 ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, “ପରମେଶ୍ୱର ଛାଉଣିକି ଆସି ଅଛନ୍ତି, ଆହୁରି ମଧ୍ୟ ସେମାନେ କହିଲେ, ହାୟ! ଆମ୍ଭେମାନେ ଅସୁବିଧାରେ ଅଛୁ। ଏହା ପୂର୍ବରୁ ଏପରି କେବେ ହୋଇ ନାହିଁ। 8 ହାୟ! ଏହି ବଳବାନ୍ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ଭୟଙ୍କର ରୋଗ ଓ ମହାମାରୀ ଦ୍ୱାରା ମିସ୍ରୀୟମାନଙ୍କୁ ଆଘାତ କରିଥିଲେ। 9 ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ଓ ସାହସୀ ହୁଅ। ପୁରୁଷ ପଣରେ ଯୁଦ୍ଧ କର। ତହିଁରେ ଏବ୍ରୀୟମାନେ ଆମ୍ଭର ଦାସ ହୋଇଥିଲେ, ତେଣୁ ତୁମ୍ଭେମାନେ ନିଶ୍ଚୟ ସେମାନଙ୍କର ଦାସ ହୋଇ ପାରିବ ନାହିଁ। ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”
10 ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲୀୟମାନେ ପରାସ୍ତ ହୋଇ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଫେରିଗଲେ, ସେତେବେଳେ ଅତି ମହାସଂହାର ହେଲା, କାରଣ ସେଥିରେ ଇସ୍ରାଏଲର 30,000 ପଦାତିକ ସୈନ୍ୟ ମରି ପଡ଼ିଲେ। 11 ପୁଣି ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଧରିଲେ। ଆଉ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ହତ ହେଲେ।
12 ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବିନ୍ୟାମୀନିୟ ଲୋକ ଯୁଦ୍ଧଭୂମି ଛାଡ଼ି ଦେଲା ଓ ସାରା ରାସ୍ତାରେ ଶୀଲୋ ଆଡ଼କୁ ଦୌଡ଼ିଲା। ତା’ର ବସ୍ତ୍ରଗୁଡ଼ିକ ଚିରିଗଲା ଏବଂ ତା’ର ମସ୍ତକରେ ମାଟି ଥିଲା। ସେହି ଦିନ ସେ ଶୀଲୋରେ ପହଞ୍ଚିଲା 13 ସେହି ସମୟରେ ଏଲି ଫାଟକ ପାଖରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନିମନ୍ତେ ତାଙ୍କର ହୃଦୟ ଉତ୍କଣ୍ଠିତ ଥିଲା। ଇତ୍ୟବସରରେ ସେହିଲୋକ ସମ୍ବାଦ ଦେଲା ଏବଂ ନଗରଯାକ ଉଚ୍ଚସ୍ୱରରେ କାନ୍ଦି ଉଠିଲେ। 14 ତା’ପରେ ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କ’ଣ?” ତହୁଁ ସେହି ଲୋକ ଶୀଘ୍ର ଏଲିଙ୍କୁ ସମ୍ବାଦ ଦେଲା। 15 ସେ ସମୟରେ ଏଲି ଅଠାନବେ ବର୍ଷ ବୟସ୍କ ହୋଇଥିଲେ ଓ ଅନ୍ଧ ହୋଇଥିବାରୁ ସେ ଦେଖି ପାରିଲେ ନାହିଁ। 16 ତା’ପରେ ସେହି ଲୋକଟି ଏଲିଙ୍କୁ କହିଲା, “ମୁଁ ଏକ ସୈନ୍ୟ ଯିଏ କି ଏବେ ଯୁଦ୍ଧରୁ ଫେରି ଆସିଲି।” ମୁଁ ଆଜି ଯୁଦ୍ଧରୁ ଦୌଡ଼ି ପଳାଇ ଆସିଲି।
ତା’ପରେ ଏଲି ତାକୁ ପଗ୍ଭରିଲେ, “ହେ ପୁତ୍ର, କ’ଣ ହେଲା?”
17 ତହୁଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦେଇ କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଇସ୍ରାଏଲୀୟ ସୈନ୍ୟବାହିନୀ ତାଙ୍କର ବହୁତ ସୈନ୍ୟ ହରାଇଲେ। ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।”
18 ଯେତେବେଳେ ଏଲି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଗଲା ଓ ସେ ମୃତ୍ୟୁବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶ୍ ବର୍ଷ ଇସ୍ରାଏଲର ନେତୃତ୍ୱ ନେଲେ।
ଗୌରବ ସମାପ୍ତ ହୋଇଗଲା
19 ସେ ସମୟରେ ଏଲିର ପୁତ୍ରବଧୂ ପୀନହସ୍ର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା’ର ପ୍ରସବକାଳ ନିକଟ ଥିଲା ଏହା ଶୁଣିବା ପରେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଧରା ପଡ଼ିଲା। ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କଲେ। ଅତି ପ୍ରସବକାଳୀନ ଯନ୍ତ୍ରଣା ଭୋଗ କରୁ କରୁ ସେ ପ୍ରସବ କଲା। 20 ତା’ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,”
ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ। 21 ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା’ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।”ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ। 22 ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା।
ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କୁ କଷ୍ଟ ଦେଲା
5 ଏଥି ମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏବନ୍-ଏଜରରୁ ଅସ୍ଦୋଦକୁ ନେଇ ଯାଇଥିଲେ। 2 ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ। 3 ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁମାଡ଼ି ଭୂମିରେ ପଡ଼ିଅଛି।
ଦାଗୋନ୍ର ଲୋକମାନେ ପୁନର୍ବାର ଉଠାଇ ସ୍ୱସ୍ଥାନରେ ରଖିଲେ। 4 ପୁଣି ସେମାନେ ପରଦିନ ପ୍ରଭାତରେ ଯେତେବେଳେ ଉଠିଲେ ଦାଗୋନ୍ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା ଏବଂ ବାହୁଗୁଡ଼ିକ ଓ ମୁଣ୍ଡ କଟା ହୋଇଥିଲା ଏବଂ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହୋଇ ରହିଥିଲା। 5 ଏଥିପାଇଁ ଦାଗୋନ୍ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍ ମନ୍ଦିରକୁ ଆସନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ଅସ୍ଦୋଦସ୍ଥିତ ଦାଗୋନ୍ ମନ୍ଦିରର ଦ୍ୱାରବନ୍ଧକୁ ମାଡ଼ନ୍ତି ନାହିଁ।
6 ଅସ୍ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ। 7 ଏହିପରି ଅସ୍ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”
8 ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଆମ୍ଭେମାନେ କ’ଣ କରିବା?”
ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଗାଥ୍କୁ ନିଆଯାଉ।” ତା’ପରେ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।
9 ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା। 10 ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ।
ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।” 11 ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,”
କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା। 12 ପୁଣି ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ସ୍ୱର୍ଗକୁ ଉଠିଲା।
ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକକୁ ନିଜ ଘରକୁ ପଠାଇ ଦିଆଗଲା
6 ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା। 2 ତା’ପରେ ସେମାନେ ସେମାନଙ୍କର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ସହ ଆମ୍ଭେ କ’ଣ କରିବାକୁ ହେବ?” ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକୁ ଫେରାଇବାକୁ ହେବ।
3 ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।”
4 ତା’ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?”
ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ। 5 ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ। 6 ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।
7 “ସେଥିପାଇଁ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର, ଦୁଇଟି ଯୁଆଳି ଯୋଗ୍ଭ ହୋଇ ନ ଥିବା ଦୁହାଳି ଗାଈ ଆଣ। ଏହିପରି ଦୁଇଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକି ଗୁହାଳରେ ଭର୍ତ୍ତି କର। 8 ସଦାପ୍ରଭୁଙ୍କ ସିନ୍ଦୁକକୁ ସେହି ଶଗଡ଼ ଉପରେ ରଖ ଓ ସୁବର୍ଣ୍ଣର ନକ୍ସାକୁ ଥଳି ଭିତରେ ସିନ୍ଦୁକ ପାର୍ଶ୍ୱରେ ରଖ। ଏହିସବୁ ନକ୍ସାଗୁଡ଼ିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶ୍ୱରଙ୍କୁ ଉପହାର। ତା’ପରେ ଶଗଡ଼କୁ ତା’ର ରାସ୍ତାରେ ପଠାଇ ଦିଅ। 9 ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈଥ୍ଶେମଶକୁ ଯାଏ, ଆମ୍ଭେମାନେ ହୃଦ୍ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”
10 ତା’ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ। 11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ। 12 ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈଥ୍-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶେମଶ ସୀମା ପର୍ଯ୍ୟନ୍ତ ଗଲେ।
13 ସେହି ସମୟରେ ବୈଥ୍-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ। 14-15 ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।
ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନକ୍ସାକୁ ବିରାଟ ପଥର ଉପରେ ରଖିଲେ।
ତା’ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ।
16 ତହୁଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।
17 ଏହିପରି ଭାବରେ ପଲେଷ୍ଟୀୟମାନେ ସେମାନଙ୍କର ପାପ ପାଇଁ ପରମେଶ୍ୱରଙ୍କଠାରେ ସୁବର୍ଣ୍ଣର ଅର୍ବୁଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକ୍ରୋଣ ପାଇଁ ଗୋଟିଏ। 18 ସେମାନେ ମଧ୍ୟ ସୁବର୍ଣ୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସୁବର୍ଣ୍ଣ ମୂଷିକମାନଙ୍କର ସଂଖ୍ୟା, ପାଞ୍ଚ ଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ୟା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା।
ବୈଥ୍-ଶେମଶର ଲୋକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ପଥର ଉପରେ ରଖିଲେ। 19 ବୈଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ। 20 ଏବଂ ବୈଥ୍-ଶେମଶର ଲୋକମାନେ କହିଲେ, “ସଦାପ୍ରଭୁ ପବିତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ କିଏ ଛିଡ଼ା ହୋଇପାରେ? ଏଠାରୁ କେଉଁଠାକୁ ଏହି ସିନ୍ଦୁକକୁ ନିଆଯିବ?”
21 ତହୁଁ ସେମାନେ କିରିୟଥ୍-ଯିୟାରୀମୀୟ ନିକଟକୁ ଦୂତଗଣଙ୍କୁ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଫେରାଇ ଦେଇଛନ୍ତି। ତୁମ୍ଭେମାନେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକୁ ତୁମ୍ଭମାନଙ୍କର ନଗରକୁ ନେଇ ଯାଅ।”
ଯୀଶୁ ବାରଜଣ ପ୍ରେରିତଙ୍କୁ ପଠାଇଲେ(A)
9 ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ। 2 ତା’ପରେ ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ। 3 ସେ ସେମାନଙ୍କୁ କହିଲେ, “ଯାତ୍ରା ସମୟରେ ସାଙ୍ଗରେ କୌଣସି ପଦାର୍ଥ ନେବ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନେବ ନାହିଁ। କେବଳ ପାନ୍ଧିଥିବା ଲୁଗା ଛଡ଼ା ଅନ୍ୟ କିଛି ନେବ ନାହିଁ। 4 ତୁମ୍ଭେମାନେ ଯେଉଁ ଘରକୁ ଯିବ, ସେ ସ୍ଥାନ ଛାଡ଼ିବା ସମୟ ନ ହେବା ପର୍ଯ୍ୟନ୍ତ ସେହିଠାରେ ରହିବ। 5 ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ ନ କରନ୍ତି, ତେବେ ନଗର ଛାଡ଼ି ବାହାରକୁ ଗ୍ଭଲିଯିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ୟ ସେଠାରେ ଝାଡ଼ିଦେବ। ତେବେ ଏହା ସେମାନଙ୍କ ପାଇଁ ଚେତାବନୀ ହେବ।”
6 ପ୍ରେରିତମାନେ ବାହାରିଗଲେ। ସେମାନେ ସମସ୍ତେ ନଗର ଦେଇ ଯାତ୍ରା କଲେ। ସେମାନେ ସୁସମାଗ୍ଭର ଶୁଣାଇଲେ ଓ ସବୁ ଜାଗାରେ ଲୋକମାନଙ୍କୁ ସୁସ୍ଥ କଲେ।
ଯୀଶୁଙ୍କ ବିଷୟରେ ହେରୋଦଙ୍କ ଭ୍ରମ(B)
7 ଇତି ମଧ୍ୟରେ ସାମନ୍ତ ରାଜା ହେରୋଦ ଏହି ଘଟଣାଗୁଡ଼ିକ ବିଷୟରେ ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। କାରଣ କେତେକ ଲୋକ କହୁଥିଲେ, “ବାପ୍ତିଜକ ଯୋହନ ପୁଣି ମୃତ୍ୟୁରୁ ବଞ୍ଚି ଉଠିଛନ୍ତି।” 8 ଆଉ କେତେକ କହୁଥିଲେ, “ଏଲିୟ ଆମ୍ଭ ପାଖରେ ପ୍ରକଟିତ ହୋଇଛନ୍ତି।” ଅନ୍ୟମାନେ ମଧ୍ୟ କହୁଥିଲେ, “ଆଗ କାଳର କୌଣସି ଭବିଷ୍ୟଦ୍ବକ୍ତା ଜୀବନରେ ଉଠିଛନ୍ତି।” 9 କିନ୍ତୁ ହେରୋଦ କହିଲେ, “ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତେବେ ଏ କିଏ, ଯାହାଙ୍କ ବିଷୟରେ ମୁଁ ଏଭଳି କଥା ଶୁଣୁଛି?” ତେଣୁ ହେରୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।
ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦେଲ(C)
10 ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ। 11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
12 ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”
13 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏମାନଙ୍କୁ କିଛି ଖାଇବାକୁ ଦିଅ।”
ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଛଡ଼ା ଆଉ କିଛି ହେଲେ ନାହିଁ। ଆମ୍ଭେ ଯାଇ ଏସବୁ ଲୋକମାନଙ୍କ ପାଇଁ ଖାଦ୍ୟ କିଣି ଆଣିବୁ ବୋଲି ଆପଣ ଗ୍ଭହୁଁଛନ୍ତି କି?” 14 ସେଠାରେ କେବଳ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଲୋକମାନଙ୍କୁ ପଗ୍ଭଶ ପଗ୍ଭଶ ଜଣ ହିସାବରେ ଦଳ ଦଳ କରି ବସାଅ।”
15 ସେମାନେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ। 16 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ। 17 ସବୁ ଲୋକ ଖାଇଲେ ଓ ତୃପ୍ତ ହୋଇଗଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ୟମାନେ ବାରଟି ଟୋକେଇରେ ଭର୍ତ୍ତି କଲେ।
2010 by World Bible Translation Center