Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:16-33

ପାଉଲଙ୍କ ଯାତନା

16 ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା’ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। 17 ତା’ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। 18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। 19 ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। 21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।

ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।

24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।

27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।

30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। 33 କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center