New Testament in a Year
21 ଶାସ୍ତ୍ରରେ ଲେଖାଅଛି:
“ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା
ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା
ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା,
ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।” (A)
ଏହା ପରମେଶ୍ୱର କହନ୍ତି
22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। 23 ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା’ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।
ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍
26 ତା’ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ। 27 ଯଦି କିଏ ଅନ୍ୟ ଭାଷାରେ କହୁଛି, ତା’ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା’ର ଅନୁବାଦ କରିବା ଉଚିତ୍। 28 କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା’ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।
29 ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। 30 ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା’ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍। 31 ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ। 32 ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି। 33 ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି।
34 ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍। 35 ଯଦି ସ୍ତ୍ରୀମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା’ହେଲେ ସେମାନେ ନିଜ ସ୍ୱାମୀଙ୍କୁ ଘରେ ପଗ୍ଭରି ବୁଝି ପାରିବେ। ମଣ୍ଡଳୀ ସଭାରେ ସ୍ତ୍ରୀଲୋକମାନଙ୍କ ପଛେ କିଛି କହିବା ଲଜ୍ଜାଜନକ ଅଟେ।
36 ପରମେଶ୍ୱରଙ୍କ ବାକ୍ୟ କ’ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି? ନା। ଅଥବା ସେହି ବାକ୍ୟ କ’ଣ କେବଳ ତୁମ୍ଭମାନଙ୍କ ପାଖରେ ପହଞ୍ଚିଥିଲା? ନା। 37 ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା’ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ। 38 ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ୱରଙ୍କ ଦ୍ୱାରା ଅଜଣା ଅଟେ।
39 ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। 40 ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।
2010 by World Bible Translation Center